Odisha PG Medical Seats / ତାଳଚେରରେ ୩୨ଟି ପିଜି ସିଟ୍କୁ ଅନୁମୋଦନ, 'ଭୀମସାର'ରେ ୧୧ଟି ପିଜି ସିଟ୍ ବୃଦ୍ଧି
·1 hour ago·3 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ସରକାରୀ ମେଡିକାଲ କଲେଜ ଓ ପିଜି ମେଡିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୧୮ଟି ପିଜି ମେଡିକାଲ ସିଟ୍ ବୃଦ୍ଧି ପାଇ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଭୁବନେଶ୍ଵର: ଓଡ଼ିଶାର ସରକାରୀ ମେଡିକାଲ କଲେଜ ଓ ପିଜି ମେଡିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୧୮ଟି ପିଜି ମେଡିକାଲ ସିଟ୍ ବୃଦ୍ଧି ପାଇଛି । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୨ଟି ପିଜି ସିଟ୍ ପ୍ରଥମ ଥର ପାଇଁ ଅନୁମୋଦନ ହୋଇଛି । ସେହିଭଳି ସମ୍ବଲପୁରର 'ଭୀମସାର'ରେ ଅଧିକ ୧୧ଟି ପିଜି ସିଟ୍ ବୃଦ୍ଧି ପାଇବା ଖୁସିର ବିଷୟ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ।
ଏହି ପଦକ୍ଷେପ ରାଜ୍ୟର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ସହ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଓ ଗବେଷଣାର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ରାଜ୍ୟରେ ପିଜି ସିଟ୍ ୬୨୦ରୁ ୯୩୮କୁ ବୃଦ୍ଧି
ଓଡ଼ିଶାର ସରକାରୀ ମେଡିକାଲ କଲେଜ ଓ ପିଜି ମେଡିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (ପିଜି) ମେଡିକାଲ ଶିକ୍ଷାର ଆହୁରି ସମ୍ପ୍ରସାରିତ ହୋଇଛି । ଜାତୀୟ ମେଡିକାଲ କମିଶନ (NMC) ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ପିଜି ଅନୁଷ୍ଠାନରେ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ରାଜ୍ୟରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି ।
ଏଥିସହ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ୩୧୮ଟି ପିଜି ମେଡିକାଲ ସିଟ୍
ପୂର୍ବରୁ ରାଜ୍ୟର କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ,ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର, ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଏବଂ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସମେତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପିଜି ମେଡିକାଲ ଶିକ୍ଷା ପ୍ରଦାନ କରାଯାଉଥିଲା ।
ଆଜି ଜାତୀୟ ମେଡିକାଲ କମିଶନଙ୍କ ଅନୁମୋଦନ କ୍ରମେ ରାଜ୍ୟର ନୂତନ ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିମଧ୍ୟରେ କେନ୍ଦୁଝରର ଧରଣୀଧର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୧୦ଟି ବିଭାଗରେ ୪୪ଟି, ସୁନ୍ଦରଗଡର ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୨ଟି, କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୯ଟି ବିଭାଗରେ ୨୮ଟି, ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୧୦ଟି ବିଭାଗରେ ୩୨ଟି ଏବଂ ଫୁଲବାଣୀର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୭ଟି ପିଜି ସିଟ୍ ଅନୁମୋଦନ ମିଳିଛି ।

ଓଡ଼ିଶାର ସରକାରୀ ମେଡିକାଲ କଲେଜ ଓ ପିଜି ମେଡିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୧୮ଟି ପିଜି ମେଡିକାଲ ସିଟ୍ ବୃଦ୍ଧି ପାଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ @JPNadda, ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ @MahalingMukesh ଙ୍କୁ ଧନ୍ୟବାଦ । ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୩୨ଟି ପିଜି ସିଟ୍ ପ୍ରଥମ ଥର ପାଇଁ ଅନୁମୋଦନ ହୋଇଥିବା ବେଳେ ସମ୍ବଲପୁରର 'ଭୀମସାର'ରେ ଅଧିକ ୧୧ଟି ପିଜି ସିଟ୍ ବୃଦ୍ଧି ପାଇବା ଖୁସିର ବିଷୟ । ଏହି ପଦକ୍ଷେପ ରାଜ୍ୟର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ସହ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଓ ଗବେଷଣାର ନୂତନ ସୁଯୋଗ ସୃଷ୍ଟି କରିବ ।
— Dharmendra Pradhan (@dpradhanbjp) November 6, 2026
ଏହି ପଦକ୍ଷେପ ରାଜ୍ୟର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ସହ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଓ ଗବେଷଣାର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ରାଜ୍ୟରେ ପିଜି ସିଟ୍ ୬୨୦ରୁ ୯୩୮କୁ ବୃଦ୍ଧି
ଓଡ଼ିଶାର ସରକାରୀ ମେଡିକାଲ କଲେଜ ଓ ପିଜି ମେଡିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (ପିଜି) ମେଡିକାଲ ଶିକ୍ଷାର ଆହୁରି ସମ୍ପ୍ରସାରିତ ହୋଇଛି । ଜାତୀୟ ମେଡିକାଲ କମିଶନ (NMC) ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ପିଜି ଅନୁଷ୍ଠାନରେ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ରାଜ୍ୟରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି ।
ଏଥିସହ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ୩୧୮ଟି ପିଜି ମେଡିକାଲ ସିଟ୍
ପୂର୍ବରୁ ରାଜ୍ୟର କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ,ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର, ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଏବଂ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସମେତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପିଜି ମେଡିକାଲ ଶିକ୍ଷା ପ୍ରଦାନ କରାଯାଉଥିଲା ।
ଆଜି ଜାତୀୟ ମେଡିକାଲ କମିଶନଙ୍କ ଅନୁମୋଦନ କ୍ରମେ ରାଜ୍ୟର ନୂତନ ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିମଧ୍ୟରେ କେନ୍ଦୁଝରର ଧରଣୀଧର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୧୦ଟି ବିଭାଗରେ ୪୪ଟି, ସୁନ୍ଦରଗଡର ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୨ଟି, କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୯ଟି ବିଭାଗରେ ୨୮ଟି, ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୧୦ଟି ବିଭାଗରେ ୩୨ଟି ଏବଂ ଫୁଲବାଣୀର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୭ଟି ପିଜି ସିଟ୍ ଅନୁମୋଦନ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: