Transgender / ରାଜ୍ୟରେ ଅଛନ୍ତି ୩୪୮୬ ପଞ୍ଜୀକୃତ କିନ୍ନର, ବଲାଙ୍ଗୀରରେ ସର୍ବାଧିକ, ବିଧାନସଭାରେ ସରକାରଙ୍କ ଉତ୍ତର
·4 months ago·2 min read

Key Points
ଓଡ଼ିଶାରେ ୩୪୮୬ଜଣ ପଞ୍ଜୀକୃତ କିନ୍ନର
ବଲାଙ୍ଗୀରରେ ସର୍ବାଧିକ ୪୯୪
ବିଧାନସଭାରେ ରାଜ୍ୟ ସରକାରଙ୍କ ସୂଚନା
ବଲାଙ୍ଗୀରରେ ସର୍ବାଧିକ ୪୯୪
ବିଧାନସଭାରେ ରାଜ୍ୟ ସରକାରଙ୍କ ସୂଚନା
ଭୁବନେଶ୍ୱର : ଓଡ଼ିଶାରେ ୩୪୮୬ଜଣ ପଞ୍ଜୀକୃତ କିନ୍ନର ଅଛନ୍ତି। ଏଥିରେ ବଲାଙ୍ଗୀରରେ ସର୍ବାଧିକ ୪୯୪, ଅନୁଗୁଳରେ ୪ଶହ, ଖୋର୍ଦ୍ଧା ୩୯୫, ଗଞ୍ଜାମ ୨୪୦ ଓ ରାୟଗଡ଼ାରେ ୧୭୫ଜଣ ରହିଛନ୍ତି। ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବନିମ୍ନ ୨୫ଜଣ ଲେଖାଏ କିନ୍ନର ପଞ୍ଜୀକୃତ ହୋଇଥିବା ବିଧାନସଭାରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ର।ଜ୍ୟରେ ପଞ୍ଜୀକୃତ କିନ୍ନରଙ୍କ ଭିତରେ ୫୧୫ଜଣ ମାଟ୍ରିକ, ୧୪୬ଜଣ +୨, ୧୬୨ଜଣ +୩, ୨୮ ସ୍ନାତକୋତ୍ତର ଓ ୮ଜଣ ବୈଷୟିକ ଶିକ୍ଷାଧାରୀ ରହିଛନ୍ତି। ବୈଷୟିକ ଶିକ୍ଷାଧାରୀ କିନ୍ନରଙ୍କ ଭିତରେ କଟକରୁ ସର୍ବାଧିକ ୫ଜଣ ଅଛନ୍ତି। ୧୦୨୨ଜଣ ମାଟ୍ରିକ୍ ପାସ କରିନାହାନ୍ତି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, କିନ୍ନର ସଂପ୍ରଦାୟଙ୍କ ସାମାଜିକ ନିରାପତ୍ତା ପାଇଁ ମଧୁବାବୁ ପେନ୍ସନ୍ ଯୋଜନାରେ ମାସିକ ହଜାର ଟଙ୍କା ଭତ୍ତା ଦିଆଯାଉଛି। ୧୮ବର୍ଷରୁ କମ୍ କିନ୍ନରଙ୍କ ପିତାମାତାଙ୍କୁ ମାସିକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି।
ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟରେ ରେ ନିଯୁକ୍ତି ଦିଆଯାଉଛି| ତୃତୀୟଲିଙ୍ଗୀ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଗୋଷ୍ଠୀ ପୃଷ୍ଠୀ ପିଛା ୫୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ‘ସ୍ଵୀକୃତି’ ଯୋଜନାରେ ପ୍ରଦତ୍ତ ବିଭିନ୍ନ ସୁବିଧା ଅନୁସାରେ କିନ୍ନରଙ୍କ ବିକାଶ ପାଇଁ ମାଟ୍ରିକ୍ ପୂର୍ବରୁ ଓ ପରେ ବୃତ୍ତା ପ୍ରଦାନ କରାଯାଉଛି। ସେମାନଙ୍କୁ ଆତ୍ମନିର୍ଭରଶୀଳ ଶୀଳ ଓ ସ୍ବାବଲମ୍ବୀ କରିବା ପାଇଁ ନିଯୁକ୍ତି ପାଇଁ ତାଲିମ୍ ଓ ଦକ୍ଷତା ବିକାଶ । ତାଲିମ୍ ଦ୍ବାରା ସେମାନଙ୍କ ଯୋଗ୍ୟତା ଆଧାରରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠା ଷ୍ଠାନରେ ନିୟୋଜନ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।
ସେପଟେ ଓସିଏସ ପରୀକ୍ଷା ଆବେଦନ ଫର୍ମରେ ଯୋଡିହେଲା ତୃତୀୟ ଲିଙ୍ଗ ବିକଳ୍ପ । ଓଡିଶାରେ ସିଭିଲ ସର୍ଭିସ ପରୀକ୍ଷା -୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ଓଡ଼ିଶା ଲୋକସେବା ଆୟୋଗ (OPSC) ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା-2025 ପାଇଁ ଅନଲାଇନ୍ ଆବେଦନ ଫର୍ମରେ ତୃତୀୟ ଲିଙ୍ଗ/କିନ୍ନର ବିକଳ୍ପ ଯୋଡିଛି। OPSC ଆଜି ଏହି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, “ତୃତୀୟ ଲିଙ୍ଗ କିମ୍ବା କିନ୍ନର ପ୍ରାର୍ଥୀମାନେ ମାନ୍ୟତା ପାଇବା ପରେ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସେମାନଙ୍କର ପରିଚୟ ପ୍ରମାଣପତ୍ର/କାର୍ଡ ଏବଂ ନାମ ପରିବର୍ତ୍ତନର ସମର୍ଥନରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରିବେ। ପୂର୍ବରୁ, ଓଡ଼ିଶା ମାନବାଧିକାର କମିଶନ (OHRC) ରାଜ୍ୟ ସରକାରଙ୍କୁ OPSC ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷାରେ ତୃତୀୟ ଲିଙ୍ଗ କିମ୍ବା ଟ୍ରାନ୍ସଜେଣ୍ଡର ବର୍ଗକୁ ଅନ୍ତର୍ଭୁକ୍ତ କରିବାକୁ କହିଥିଲେ।
OPSC ଦ୍ୱାରା ପରିଚାଳିତ ହେବାକୁ ଥିବା ଆଗାମୀ ପରୀକ୍ଷା ପାଇଁ ଅନଲାଇନ୍ ଫର୍ମରେ ତୃତୀୟ ଲିଙ୍ଗ ବିକଳ୍ପ ଉପଲବ୍ଧ ନ ଥିବାରୁ ଭେଦଭାବ କରାଯାଉଥିବା ଅଭିଯୋଗ କରି ତୃତୀୟ ଲିଙ୍ଗ ପ୍ରାର୍ଥୀ ସୋନି ସିଲ୍ ନାମକ ଜଣେ ପ୍ରାର୍ଥୀଙ୍କ ଦ୍ୱାରା ଏକ ଆବେଦନ ଦାଖଲ କରାଯିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଗତ ଜାନୁଆରୀ ୨୦ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ଆଦି ବର୍ଗରେ ପଦ ସଂରକ୍ଷିତ ରଖାଯାଇଛି । କିନ୍ତୁ ତୃତୀୟ ଲିଙ୍ଗଙ୍କୁ ଏହି ପଦରେ ପରୀକ୍ଷା ଦେବାକୁ ସୁଯୋଗ ମିଳିନଥିଲା l
ପଢନ୍ତୁ ଏହି ଖବର: ପ୍ରତିବର୍ଷ ପ୍ରାୟ ୩୦୦ ଜଣ କରୁଛନ୍ତି ଲିଙ୍ଗ ପରିବର୍ତ୍ତନ, ଆଶ୍ଚର୍ଯ୍ୟ କରିଦେବ AIIMS ରିପୋର୍ଟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories