Videos
|
Odisha

Heavy Rain Alert / ଆହୁରି ୭ ଦିନ ଯାଏଁ ବର୍ଷା! ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

Bikash Mohanty
Browse all articles by Bikash Mohanty
·2 hours ago·2 min read
ଆହୁରି ୭ ଦିନ ଯାଏଁ ବର୍ଷା! ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର
Heavy Rain

Key Points

ଆଗାମୀ ୪୮ ଘଣ୍ଟା ସାରା ଓଡ଼ିଶାରେ ବର୍ଷା ସମ୍ଭାବନା
ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜକୁ ୱାର୍ଣ୍ଣିଂ
ଆହୁରି ୭ ଦିନ ଯାଏଁ ହେବ ବର୍ଷା
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
ଭୁବନେଶ୍ବର,୦୫/୦୮: ଆଗାମୀ ୨୪ ଘଣ୍ଟାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ ଓ ସୁନ୍ଦରଗଡ ଏହି ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଅବଶିଷ୍ଟ ୧୨ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କି.ମି ବେଗରେ ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪୮ ଘଣ୍ଟା ସାରା ଓଡ଼ିଶାରେ ବର୍ଷା ସହ ଆସନ୍ତା ୧୧ ତାରିଖ ଅର୍ଥାତ୍ ୭ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ ।

ଗତ ୨୪ ଘଣ୍ଟାରେ ତାଳଚେରରେ ୮୦ ମିମି ବର୍ଷା ରେକର୍ଡ ହୋଇଛି । ରାଉରକେଲାରେ ୫୯, ଅନୁଗୁଳରେ ୫୧ମିମି, ଭଦ୍ରକରେ ୪୭.୮, ସୁନ୍ଦରଗଡ଼ରେ ୪୩, ଟିଟିଲାଗଡ଼ରେ ୩୫, ଝାରସୁଗୁଡ଼ାରେ ୨୮.୧, ଦେବଗଡ଼ରେ ୨୬.୪, ଭୁବନେଶ୍ୱରରେ ୧୮.୪, ଦାରିଙ୍ଗବାଡ଼ିରେ ୧୪ ମିମି ବର୍ଷା ରେକର୍ଡ ହୋଇଛି । ବୁଧବାର ସନ୍ଧ୍ୟା ଭିତରେ ସୁନ୍ଦରଗଡ଼ରେ ୨୩.୮, ବଲାଙ୍ଗୀରରେ ୧୭.୩ମିମି ବର୍ଷା ହୋଇଛି।

ପଢନ୍ତୁ ଏହି ଖବର: ଆସନ୍ତା ୮ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି

ବର୍ତ୍ତମାନ ୨-୩ ଦିନ ମୌସୁମୀ ପ୍ରବାହରେ ବର୍ଷା ରହିବ । ୭ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ୯-୧୦ ତାରିଖବେଳକୁ ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୭-୮ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେହିଭଳି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ଆସନ୍ତା ୧୨ ତାରିଖ ଯାଏଁ ଏସବୁ ଅଞ୍ଚଳରେ ବର୍ଷା ହେବ ତା’ପରେ କେନ୍ଦ୍ରୀୟ ଓଡ଼ିଶା ଏବଂ ପଶ୍ଚିମରେ ବର୍ଷା ବଢ଼ିପାରେ । ପୂର୍ବ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇଥିବାବେଳେ ଏଥର ଦକ୍ଷିଣରେ ଅଧିକ ବର୍ଷା ହେବ । ୧୩ ତାରିଖ ଯାଏଁ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିପାରେ । ଏପରିକି ୧୪/୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି  ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: