Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fishing Ban / ଆଜିଠାରୁ ୭ ମାସ ଧରି ମାଛମରା ବାରଣ

Rashmita Mishra
Browse all articles by Rashmita Mishra
·8 months ago·2 min read
ଆଜିଠାରୁ ୭ ମାସ ଧରି ମାଛମରା ବାରଣ

Key Points

ଆସିଲା ଅଲିଭ୍ ରିଡ୍‌ଲେଙ୍କ ପ୍ରଜନନ ଋତୁ
ଆଜିଠୁ ଗଞ୍ଜାମ ଆର୍ଯ୍ୟପଲ୍ଲୀରୁ ପ୍ରୟାଗୀ ମଧ୍ୟରେ ମାଛଧରା ମନା
ପ୍ରାୟ ୨୦ କିମିକୁ ନୋ ଫିସିଂ ଜୋନ ଭାବେ ଘୋଷଣା
ଅଲିଭ ରିଡଲେ କଇଁଚ୍ଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ପ୍ରୟାସ

ଆସିଲା ଅଲିଭ୍ ରିଡ୍‌ଲେଙ୍କ ପ୍ରଜନନ ଋତୁ। ୧ ତାରିଖ ଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ । ଯନ୍ତ୍ରଚାଳିତ ବୋଟ୍ ଚଳାଚଳ ବନ୍ଦ କରାଯାଇଛି । ତେବେ ଆଇନ ଭାଙ୍ଗିଲେ ଜେଲ୍ ଓ ଜରିମାନା ଲାଗୁ ହେବ ।

ସୂଚନା ଅନୁଯାୟୀ ଆଜିଠୁ ଗଞ୍ଜାମ ଆର୍ଯ୍ୟପଲ୍ଲୀରୁ ପ୍ରୟାଗୀ ମଧ୍ୟରେ ମାଛଧରା ମନା। ଅଲିଭ ରିଡ୍‌ଲେଙ୍କ ସୁରକ୍ଷିତ ଆଗମନ ସହ ପ୍ରଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ଏକ ସୁରକ୍ଷିତ ସ୍ଥାନ ହୋଇଥିବାରୁ ଆଜିଠାରୁ ଆସନ୍ତା ମେ ୩୧ ପର୍ଯ୍ୟନ୍ତ ଗଞ୍ଜାମ ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ମାରିବାକୁ ବାରଣ କରାଯାଇଛି। ଋଷିକୁଲ୍ୟା ମୁହାଣ ସଂଲଗ୍ନ ଉପକୂଳ ଉତ୍ତର ଆର୍ଯ୍ୟପଲ୍ଲୀଠାରୁ ଦକ୍ଷିଣ ପ୍ରୟାଗୀ ମଧ୍ୟରେ ସାମୁଦ୍ରିକ ଅଞ୍ଚଳରେ ପ୍ରାୟ ୨୦ କିମିକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଛି।

ଅଲିଭ ରିଡେଲ କଇଁଚ୍ଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ଲାଗି ସମ୍ପୃକ୍ତ ଅଞ୍ଚଳକୁ ମାଛଧରା ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହୋଇଥାଏ। ବନ ବିଭାଗ, ମେରାଇନ ପୁଲିସ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ୧୧ଟି ସ୍ଥାନରେ କ୍ୟାମ୍ପ କରାଯିବା ସହ ସେଠାରେ ବନ କର୍ମଚାରୀମାନେ ଜଗି ରହିବେ ବୋଲି ଡିଏଫଓ ସୋନି ଖୋକର କହିଛନ୍ତି।

ସେପଟେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପାଇଁ ଗହୀରମଥା ସାମୁଦ୍ରୀକ ଅଭୟାରଣ୍ୟ ସମେତ ଧାମରା ମୁହାଁଣ, ଦେବୀ ନଦୀ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ୧୬୦ କିଲୋମିଟର ପରିଧିରେ ଲାଗିଲା କଟକଣା । ଆଜିଠାରୁ ୩୧ ମଇ ଯାଏ ୭ ମାସ ଧରି ମାଛମରା ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସଂପୂର୍ଣ୍ଣ ନିଷେଧାଦେଶ ରହିଛି । ତେବେ କଇଁଛଙ୍କ ସୁରକ୍ଷା ପାଇଁ ମତ୍ସ୍ୟବିଭାଗ ପକ୍ଷରୁ ସମୁଦ୍ରକୂଳ ଠାରୁ ୨୦ କିମି ଯାଏ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍‌, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛଧରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏନେଇ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍‌ ପୁଲିସ୍‌, ମତ୍ସବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ ଜୋରଦାର କରାଯିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fishing Ban | Fishing Ban Begins Today for 7 Months Across Odisha | Argus News | Argus News