Heavy Rain Alert / ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଜାରି ହୋଇଛି ଆଲର୍ଟ, ଆଜି ଆଠଟି ଜିଲ୍ଲାରେ ସ୍କୁଲ ଛୁଟି
·53 mins ago·3 min read

Key Points
ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଆଲର୍ଟ
ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ଓ ବରଗଡ
ଏହି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତର ସମ୍ଭାବନା
ପାଣିପାଗ ବିଭାଗର ସୁଚନା

ଭୁବନେଶ୍ବର,୨୯/୦୭: ଦୁର୍ବଳ ହୋଇ "ଅବପାତ" ରେ ପରିଣତ ହେଲା "ଗଭୀର ଅବପାତ"। ଏବେ ଏହା ସମ୍ବଲପୁର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ।ଆଜିଠୁ କମିବ ବର୍ଷାର ପରିମାଣ।ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର,ନୂଆପଡ଼ା,କଳାହାଣ୍ଡି,ନବରଙ୍ଗପୁର ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ।
ଏପଟେ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ତଥା ପାର୍ଶ୍ୱବର୍ତ୍ତୀ ବରଗଡ ଜିଲ୍ଲାରେ ଗତକାଲି ରାତିତମାମ ତୁହାକୁ ତୁହା ବୃଷ୍ଟିପାତ ଅନୁଭୂତ ହୋଇଥିବାରୁ ଆଜି ଏହି ଜିଲ୍ଲା ଗୁଡିକରେ ବହୁତ ଭାରି ରୁ ଅତ୍ୟନ୍ତ ଭାରି ବୃଷ୍ଟିପାତ ଅନୁଭୂତ ହେବାର ଯଥେଷ୍ଟ ଅଧିକ ସମ୍ଭାବନା।
ଉତ୍ତର ଓଡ଼ିଶା ଉବୁଟୁବୁ । ଉଛୁଳୁଛି ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା । ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରର ଅନେକ ଅଞ୍ଚଳ ଢଳମଗ୍ନ । ରାସ୍ତାରେ ପାଣି ଚାଲୁଛି। ଯେଉଁଭଳି ପ୍ରଖର ବେଗରେ ବୈତରଣୀ ମାଡ଼ୁଛି, ବୁଧବାର ସକାଳ ସୁଦ୍ଧା ଯାଜପୁର, ଭଦ୍ରକର ଅନେକ ଅଞ୍ଚଳକୁ ବନ୍ୟା ଜଳ ମାଡ଼ି ଯାଇଥିବ। ଆଶଙ୍କା କରାଯାଉଛି । ବୈତରଣୀ ଏଥର ମଧ୍ୟମ କିମ୍ବା ବଡ଼ ଧରଣର ବନ୍ୟା ସ୍ଥିତି ଆଣିପାରେ।
ବନ୍ୟାସ୍ଥିତିର ଘନଘନ ସମୀକ୍ଷା ଚଳାଇଛନ୍ତି ସରକାର ପ୍ରଭାବିତ ଅଞ୍ଚଳକୁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ପଠାଯାଇଛି। ବନ୍ୟା ସ୍ଥିତି ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲ୍ଲାକୁ ପଠାଯାଇଛି। ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, କେ, ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ବର ଓ ପି. ଅନ୍ଵେଷା ରେଡ୍ଡୀଙ୍କୁ ସ୍ବତନ୍ତ୍ର ଭାବେ ଯାଜପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି। ୮ ଜିଲ୍ଲାରେ ବୁଧବାର ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।
ପଢନ୍ତୁ ଏହି ଖବର: ବର୍ଷା ସହ ବନ୍ୟା ବିପଦ; ବୁଧବାର ୫ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ୍
ପ୍ରବଳ ବର୍ଷା ଭିତରେ କେନ୍ଦୁଝର ଆନନ୍ଦପୁର ରେମାଳ ଡ୍ୟାମ ଗେଟ ଖୋଲିଥିବାବେଳେ ଗାଧୋଇବାକୁ ଯାଇଥିବା ଜଣେ ଯୁବତୀ ଭାସି ଯାଇଥିବା ସୂଚନା ମିଳିଛି। ହରିଚନ୍ଦନପୁରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସରଫାଣ୍ଡି ଅନ୍ତର୍ଗତ ଆମ୍ବଘାଟ ଗ୍ରାମରେ କାନ୍ଥ ପଡ଼ି ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବ୍ଳକରେ କାନ୍ଥପଡ଼ିବାରୁ ମା’--ଝିଅ ଗୁରୁତର ହୋଇଛନ୍ତି।
ଲଗାଣ ବର୍ଷା ଯୋଗୁ ବନ୍ୟା ଜଳ ପଶିବା ଆଗରୁ ବାଲେଶ୍ଵର ସହର ଜନମଗ୍ନ ହୋଇଯାଇଛି। ବାଲେଶ୍ଵର ସହରରେ ଯୁଆଡ଼େ ଚାହିଁବ, ଖାଲି ପାଣି। ବସଷ୍ଟାଣ୍ଡ ପାଖ ନୂଆସାହି-ବାଲିଆ ରାସ୍ତାରେ ୩ ଫୁଟ୍ ଉଚ୍ଚର ପାଣି ଚାଲିଛି। ଘରଦ୍ଵାର, ଦୋକାନ ବଜାରରେ ପାଣି ପଶିଯାଇଛି। ମଥାନିରେ ଜଳକା ନଦୀର ବିପଦ ସଂକେତ ୬.୫୦ ମିଟର ଥିବାବେଳେ ରାତି ୮ଟା ସୁଦ୍ଧା ଜଳସ୍ତର ୬.୬୪ ମିଟର ଛୁଇଁ ସାରିଥିଲା। ବସ୍ତା, ବାଲିଆପାଳ, ଭୋଗରାଇ, ସଦର ବ୍ଳକର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ । ବାହାନଗାରେ ଏନଏଚରେ ପାଣି ଚାଲିଛି।
ବୈତରଣୀ ଓ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଉପରେ ଚାଲିଛି। ରାତି ୮ଟା ସୁଦ୍ଧା ଏନଏଚ୍-୫ ଗୋବିନ୍ଦପୁରରେ ବୁଢ଼ାବଳଙ୍ଗ ୮.୨୬ ମିଟରରେ ପ୍ରବାହିତ ହେଉଥିଲା। ଏଠାରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର। ବୈତରଣୀ ଆନନ୍ଦପୁରରେ ୪୦.୩୭ ମିଟର ଓ ଆଖୁଆପଦାରେ ୧୯.୪୧ ମିଟରରେ ପ୍ରବାହିତ ହେଉଥିଲା। ବିପଦ ସଙ୍କେତ ସ୍ତରଠାରୁ ଆନନ୍ଦପୁରରରେ ୨ ମିଟର ଏବଂ ଆଖୁଆପଦାରେ ପ୍ରାୟ ୧ ମିଟର ଉପରେ ପାଣି ଚାଲିଥିଲା। ସୁବର୍ଣ୍ଣରେଖା ଫୁଲିଥିବାବେଳେ ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ଚିନ୍ତା ବଢ଼ାଇଛି।
ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାର ୭ ବ୍ଲକ, ପୌରପାଳିକା ଓ ଏନଏସି ଅଞ୍ଚଳ ପ୍ରଭାବିତ ହୋଇଛି। ସାଳନ୍ଦୀ, ବୈତରଣୀ ସମେତ ବାସୁଦେବପୁରରେ ଦେଇ ପ୍ରବାହିତ ଗମେଇ ନଦୀ, ଭଦକ୍ର ବ୍ଳକର ନାଳିଆ ନଦୀ ସହ ଗେଙ୍ଗୁଟି, ରେବ, କପାଳି ନଦୀ ଉଛୁଳୁଛି। ତିହିଡ଼ି ଓ ଚାନ୍ଦବାଲିର ବ୍ୟାପକ ଅଞ୍ଚଳ ଜଳମଗ୍ନଅଛି । ସାଳନ୍ଦୀ ନଦୀ ଭଦ୍ରକ ରାଜଘାଟଠାରେ ବିପଦ ସଙ୍କେତ ଡେଇଁ ୧୭.୯୦ ମିଟରରେ ପ୍ରବାହିତ ହେଉଛି। ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ସାଳନ୍ଦୀ ଓ ବୈତରଣୀରେ ବନ୍ୟା ଜଳ ଆହୁରି ବଢିପାରେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଜିଲ୍ଲାପାଳ ବିଲ୍ଲୀପ ରାଉତରାୟ ଧାମନଗର ଏନଏସି ସମେତ ତଳିଆ ଅଞ୍ଚଳରେ ସ୍ଥିତି ବୁଲି ଦେଖିଛନ୍ତି।
ଭଣ୍ଡାରିପୋଖରୀ ଓ ଧାମନଗରର ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଛି। ବୈତରଣୀ ପ୍ରଖର ବେଗରେ ଫୁଲୁଥିବାରୁ ବଡ଼ ବନ୍ୟା ଆଶଙ୍କା ଘାରିଛି ଯଜପୁର ଜିଲ୍ଲାକୁ । କୋରେଇ ବ୍ଲକର ପ୍ରାୟ ୮ଟି ପଞ୍ଚାୟତ, ଦଶରଥପୁର ବ୍ଲକର ୧୦ଟି ପଞ୍ଚାୟତ ଜଳମଗ୍ନ ହେବା ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଡାକବାଳି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଇଛି। କେନ୍ଦୁଝର ଜିଲ୍ଲାର ଜଗମୋହନପୁର ନିକଟସ୍ଥ ବିଛାଖଣିରେ ୪୯ ନଂ ରାଜପଥରେ ପାଣି ଚାଲିଛି।
କଲିକତା-ମୁମ୍ବାଇ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ସହ ହଜାର ହଜାର ଗାଡିମୋଟର ଅଟକି ରହିଛି। କେନ୍ଦୁଝର ସହରର ଅନେକ ଅଞ୍ଚଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେନ୍ଦୁଘାଟି, ହଳଡିହି ଆଦି ଗାଁ ଜଳବନ୍ଦୀ ରହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories