Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Murder In Odisha / ୮ବର୍ଷର ନାବାଳିକାକୁ ଅପହରଣ ପରେ ହତ୍ୟା

Ritu Das
Browse all articles by Ritu Das
·9 months ago·2 min read
୮ବର୍ଷର ନାବାଳିକାକୁ ଅପହରଣ ପରେ ହତ୍ୟା

Key Points

ବାସୁଦେବପୁରରେ ନାବାଳିକା ଅପହରଣ ଘଟଣା

୫ ଦିନ ପରେ ନାବାଳିକାର ଗଳିତ ମୃତଦେହକୁ ଉଦ୍ଧାର କଲା ପୋଲିସ

୮ବର୍ଷର ନାବାଳିକାକୁ ଅପହରଣ ପରେ ହତ୍ୟା କରାଯାଇଛି

ବାସୁଦେବପୁରରେ ନାବାଳିକା ଅପହରଣ ଘଟଣା। ୫ ଦିନ ପରେ ନାବାଳିକାର ଗଳିତ ମୃତଦେହକୁ ଉଦ୍ଧାର କଲା ପୋଲିସ। ୮ବର୍ଷର ନାବାଳିକାକୁ ଅପହରଣ ପରେ ହତ୍ୟା କରାଯାଇଛି ବୋଲି DIG ପିନାକ ମିଶ୍ର ସ୍ପଷ୍ଟ କରିଛନ୍ତି। ୫ ଦିନ ପରେ ନିକଟସ୍ଥ କୋଷ୍ଟ କେନାଲ ଭିତରୁ ଗଳିତ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଘର ଠାରୁ ମାତ୍ର 500 ମିଟର ଦୂରରେ ମିଳିଲା ଗଳିତ ମୃତଦେହ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଲା ପୋଲିସ। ହେଲେ ୬ ଦିନ ବିତିଯାଇଥିଲେ ମଧ୍ୟ ଅପହରଣ କାରୀଙ୍କ ପାଖରେ ପହଞ୍ଚି ପାରିନି ପୋଲିସ । ଘଟଣା ସ୍ଥଳରେ DIG ପିନାକ ମିଶ୍ର, SP ମନୋଜ ରାଉତ, SDPO ବିଚିତ୍ରନନ୍ଦ ସେଠୀଙ୍କ ସହ ୪ଟି ଥାନାର ପୋଲିସ ପହଞ୍ଚି ଘଟଣା ସ୍ଥଳକୁ ଛାନଭିନ କରି ଅପହରଣ ପରେ ହତ୍ୟା କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 


ଏଥି ସହ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି ମୃତ ନାବାଲିକାଙ୍କ ଅଜା । ମୃତ ନାବାଳିକା ଚୁଡାମଣି ସାମୁଦ୍ରିକ ଥାନା ରାଧାନାଥପୁର ଗ୍ରାମର ସଦାନନ୍ଦ ମଳିକଙ୍କ ସାନ ଝିଅ ସୁଭଦ୍ରା । ଗତ ୧୩ ତାରିଖ ରାତିରେ ଶୌଚ ହେବାକୁ ଘର ଆଗକୁ ଆସିଥିଲେ ସୁଭଦ୍ରା । ଅନ୍ଧାରର ସୁଯୋଗରେ ଘର ଆଗରୁ ବାଇକରେ ବସାଇ ଜୋର ଜବରଦସ୍ତ ଅପହରଣ କରିନେଇଥିଲେ ଦୁର୍ବୃତ୍ତ। ସାନ ଭଉଣୀର ଚିତ୍କାର ଶୁଣି ବାହାରକୁ ଦୌଡ଼ି ଆସିଥିଲା ବଡ ଭଉଣୀ । ଆଉ ପାଟି କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବିଭିନ ସ୍ଥାନରେ ନାକାବନ୍ଦୀ କରିବା ସହ ଖୋଜାଖୋଜି କରିଥିଲା । ଏହା ସହ ୫ଦିନ ଧରି ବିଭିନ ସ୍ଥାନରେ ଖୋଜିବା ସହ ପୋଖରୀ, ନଈ, ନାଳ ଆଦୌ ଭିଭିନ ସ୍ଥାନରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ ଶୁଭମିତ୍ରାଙ୍କ ବାପାଙ୍କ ସାଂଘାତିକ ଅଭିଯୋଗ, ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ


ହେଲେ ଆଜି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜୁଥିବା ସମୟରେ କୋଷ୍ଟ କେନାଲ ରେ ଗଳିତ ମୃତଦେହକୁ ଉଦ୍ଧାର କରିଥିଲେ। ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ଶବ ମିଳିବା ପରେ ବଢିଛି ସନ୍ଦେହ । କାହିଁକି ଅପଗରଣ କାରୀ ମାନେ ଘର ଠାରୁ ମାତ୍ର ୫୦୦ମିଟର ଦୂରରେ ସୁଭଦ୍ରାକୁ ମାରି ପୋତି ଦେଇଥିଲେ ? ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଛି ନା ଆଉ କିଛି ରହିଛି ରହସ୍ୟ ? ଖୁବ ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି DIG ପିନାକ ମିଶ୍ର। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଖୋଲିବ ସୁଭଦ୍ରାର ହତ୍ୟାର ରହସ୍ୟ।

Sponsored
Murder In Odisha | 8-Year-Old Girl Abducted and Killed in Odisha | Argus News | Argus News