Videos
|
Odisha

Jail Security / ସବୁ ଜେଲ୍‌ରେ ଲାଗିବ AI କ୍ୟାମେରା; ଆଉ ଖସି ପାରିବେନି କଏଦୀ

Sushanta Sahoo
Browse all articles by Sushanta Sahoo
·5 hours ago·2 min read
ସବୁ ଜେଲ୍‌ରେ ଲାଗିବ AI କ୍ୟାମେରା; ଆଉ ଖସି ପାରିବେନି କଏଦୀ
Odisha to Install AI Cameras in All Jails

Key Points

ରାଜ୍ୟର ସମସ୍ତ ଜେଲରେ AI କ୍ୟାମେରା ଲଗାଯିବ । ଏବେ ସୁଦ୍ଧା ୨୦ଟି ଜେଲରେ ଲାଗି ସାରିଛି AI କ୍ୟାମେରା ।
ଭୁବନେଶ୍ଵର: ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ AI କ୍ୟାମେରା । ରାଜ୍ୟର ସମସ୍ତ ଜେଲରେ AI କ୍ୟାମେରା ଲଗାଯିବ । ଏବେ ସୁଦ୍ଧା ୨୦ଟି ଜେଲରେ ଲାଗି ସାରିଛି AI କ୍ୟାମେରା । ଜେଲ୍ ବିକାଶ ବୋର୍ଡରେ ବୈଠକ ପରେ ଜେଲ୍ ଡିଜି ସୁଶାନ୍ତ ନାଥ ଏହି ସୂଚନା ଦେଇଛନ୍ତି ।

ଜେଲ୍ ଡିଜି ସୁଶାନ୍ତ ନାଥ କହିଛନ୍ତି, "AI କ୍ୟାମେରା ଲାଗିବା ପରେ ଖସିପାରୁ ନାହାନ୍ତି କଏଦୀ । ଜେଲ୍ ପାଚେରୀ ପାଖକୁ ଗଲେ ଆଲାରମ ବାଜୁଛି । ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ରୋକିବାକୁ AI କ୍ୟାମେରା ଲଗାଯିବ । ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ । ରାଜ୍ୟର ୭ଟି ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ୍ ।"

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିଲା ଚତୁର୍ଥ ପ୍ରିଜନ ଡେଭେଲପମେଣ୍ଟ ବୋର୍ଡ ବୈଠକ । ଯେଉଁଥିରେ କଏଦୀ ଫେରାର ଯେଭଳି ନହେବ ସେଥିପ୍ରତି ଦିଆଯାଇଥିଲା ଗୁରୁତ୍ୱ । ଫେରାର କଏଦୀଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି ।

କଏଦୀଙ୍କୁ ଜଗିବାକୁ ଏବେ ସୁଦ୍ଧା ୨୦ଟି ଜେଲ୍ ପରିସରରେ AI କ୍ୟାମେରା ଲାଗିଛି । ଆଗକୁ ସବୁ ଜେଲରେ AI କ୍ୟାମେରା ଲାଗିବ । ଏଆଇ କ୍ୟାମେରା ଲାଗିବା ପରେ କଏଦୀ ଜେଲ୍ ପାଚେରୀ ନିକଟକୁ ଗଲେ ଆଲାରାମ ବାଜୁଛି । ଯାହା ଫଳରେ ଅକ୍ଟୋବରରୁ କଏଦୀ ଫେରାର ହେବା ନଜରକୁ ଆସିନି ।

ଜେଲ ଭିତରେ ମଧ୍ୟ AI କ୍ୟାମେରା ଲଗାଯିବ । ଏକାଧିକ ଲୋକ ଏକାଠି ହେଲେ ସତର୍କ ଘଣ୍ଟି ବାଜିବ । ଏଥିପାଇଁ ରାଜ୍ୟ ସରକାର ଅଧିକ ଅର୍ଥ ଦେବା ନେଇ ବୈଠକରେ ଆଲୋଚନା ହୋଇଛି । ଜେଲ୍ ଭିତ୍ତିଭୂମି ବିକାଶ ସହ ୭ଟି ସର୍କଲ ଜେଲରେ ମୁକ୍ତାକାଶ ଜେଲ୍ ଖୋଲାଯିବ ।

ଚୌଦ୍ଵାର, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ବାରିପଦା, କୋରାପୁଟ ଏବଂ ଫୁଲବାଣୀ ସର୍କଲ ଜେଲ୍‌ରେ ମୁକ୍ତାକାଶ ଜେଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । କଏଦୀମାନଙ୍କ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସେବା ନେଇ ମଧ୍ୟ ଆଲୋଚନା ହୋଇଛି । ଏବେ ଜେଲ୍ ବିଭାଗ ୧୧୮ ଜଣ ଯୋଗ ଟ୍ରେନର, ୬୧ ଜଣ ମାନସିକ ସ୍ଵାସ୍ଥ୍ୟ କାଉନସିଲର ନିଯୁକ୍ତ କରାଯାଇଛି ।

୧୬୩୬ ଜଣଙ୍କୁ ଦକ୍ଷତା ବିକାଶ ତାଲିମ୍ ଦିଆଯାଇଛି । ୯୬ଟି କ୍ଷୁଦ୍ର ଉଦ୍ୟୋଗ ସାହାଯ୍ୟରେ କଏଦୀ ମାନଙ୍କୁ ନିଯୁକ୍ତ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜେଲ୍ ଡିଜିଙ୍କ ସହ ୯ଟି ବିଭାଗର ସଚିବ ଉପସ୍ଥିତ ଥିଲେ ।

ସୋହେଲା, କାଶୀପୁର, ଲକ୍ଷ୍ମୀପୁର ଭଳି ସ୍ଥାନରେ ବ୍ୟବହୃତ ହେଉନଥିବା ଜେଲ ବିଲ୍ଡିଂ ଦକ୍ଷତା ବିକାଶ କେନ୍ଦ୍ରକୁ ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ନିଆ ଯାଇଖିବା କହିଛନ୍ତି ଜେଲ୍ ଡିଜି ସୁଶାନ୍ତ ନାଥ । ଏବେ ରାଜ୍ୟରେ ମୋଟ ୮୬ଟି ଜେଲ୍ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored