Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ କୃଷି ଓ ଶିଳ୍ପକୁ ଦିଆଯାଉଛି ଅଧିକ ଗୁରୁତ୍ବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ରାଜ୍ୟରେ କୃଷି ଓ ଶିଳ୍ପକୁ ଦିଆଯାଉଛି ଅଧିକ ଗୁରୁତ୍ବ

ରାଜ୍ୟରେ ବିଜେପି ସରକାର ଆସିବା ପରେ କୃଷି ଓ ଶିଳ୍ପକୁ ଦିଆଯାଉଛି ଅଧିକ ଗୁରୁତ୍ବ। ଅଧିକ ଉତ୍ପାଦନ କିଭଳି ବୃଦ୍ଧି ପାଇ ପାରିବ ତାକୁ ଦୃଷ୍ଟିରେ ରଖି ନୂଆନୂଆ ପଦକ୍ଷେପ ହାତକୁ ନିଆଯାଉଛି। ତେବେ ଆଜି ଚାଷ ଜମିକୁ ଜଳସେଚନ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆଗାମୀ ୫ ବର୍ଷରେ ରାଜ୍ୟର ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ‌।


ରାଜ୍ୟର ଅଧିକାଂଶ ଚାଷଜମିରେ ଉପଯୁକ୍ତ ଜଳସେଚନର ବ୍ୟବସ୍ଥା ନଥିବାରୁ ବର୍ଷା ଉପରେ ନିର୍ଭର କରିବାକୁ ପଡୁଛି। ଫଳରେ ଫସଲହାନୀ ଓ ମରୁଡ଼ିଜନିତ ସମସ୍ୟା ଦେଖାଯାଉଛି। ରାଜ୍ୟରେ କୃଷି ଉତ୍ପାଦନ କିଭଳି ଦ୍ବିଗୁଣିତ ହେବ ତାକୁ ନେଇ କାର୍ଯ୍ୟ କରୁଛନ୍ତି ସରକାର। ସେହିଭଳି ଶିଳ୍ପକୁ ନେଇ କହିଛନ୍ତି ଟ୍ୱିନସିଟିରେ ନୂଆ ଆଇଟି ପାର୍କ ହେବ। ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ବିଲ୍ଟ ଅପ୍ ଏରିଆ ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ : ନିକଟରେ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଓଡ଼ିଶା ଗସ୍ତ ସମୟରେ ଘୋଷଣା କରିଥିଲେ ସଡକ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ। ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ହେଉଛି ।


୬୦ ହଜାର କୋଟିର କାମ ଚାଲିଛି ଏବଂ ଆଗକୁ ଆହୁରି ୭୫ ହାଜର କୋଟିର ପ୍ରକଳ୍ପ ଆସିବ । ୪୦ ହାଜର କୋଟିର ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି । ୨୭ ହଜାର କୋଟିର ୬୫୦ କିମି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଆଗାମୀ ୨ ବର୍ଷ ଭିତରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାମ ହେବ । ଆମେରିକା ଭଳି ହେବ ଓଡ଼ିଶାର ରାଜପଥ ।

Sponsored
Odisha aims to irrigate 1.5 million hectares of farmland in 5 years | Argus News