Archana Nag / ED ଘର ସିଲ୍ କରିବା ପରେ ଆହୁରି ବଢ଼ିଲା ଅଡ଼ୁଆ, ଅର୍ଚ୍ଚନା ଲୁଚାଇଥିଲେ ଅନେକ ସତ

Key Points
ସତ ଲୁଚାଇବା ଏବେ ମହଙ୍ଗା ପଡ଼ିଛି ଅର୍ଚ୍ଚନା ନାଗଙ୍କ ପାଇଁ । ମିଥ୍ୟା ତଥ୍ୟ ଦେଇଥିବାରୁ ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସକୁ ନିଲମ୍ବିତ କରିଛି ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ।
କଟକ: ଜେଲ୍ରୁ ବାହାରିଲେ, ଓକିଲାତି ପଢ଼ିଲେ, ନିଜ ମାମଲା ଲଢ଼ିଥାନ୍ତେ । ହେଲେ ସତ ଲୁଚାଇବା ଏବେ ମହଙ୍ଗା ପଡ଼ିଛି ଅର୍ଚ୍ଚନା ନାଗଙ୍କ ପାଇଁ । ମିଥ୍ୟା ତଥ୍ୟ ଦେଇଥିବାରୁ ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସକୁ ନିଲମ୍ବିତ କରିଛି ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ।
ଏଥିସହ ଅର୍ଚ୍ଚନା ନାଗଙ୍କ ବିରୋଧରେ ବିହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବାର୍ କାଉନସିଲ୍ ନିଷ୍ପତ୍ତି ନେଇଛି । ଏନେଇ ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ସମ୍ପାଦକ ଜେ.କେ ସାମନ୍ତସିଂହାର କହିଛନ୍ତି, 'ଆଇନଜୀବୀ ପରିଷଦର ବୈଠକରେ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବିତ କରାଯାଇଛି ।'
ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ସମ୍ପାଦକ ଜେ.କେ ସାମନ୍ତସିଂହାର କହିଛନ୍ତି, 'ଅର୍ଚ୍ଚନା ନାଗଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି । ହେଲେ ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ ବେଳେ ଅର୍ଚ୍ଚନା ଏହି ତଥ୍ୟ ଦେଇ ନଥିଲେ । ପରବର୍ତ୍ତୀ ସମୟରେ ଜଣାପଡ଼ିଲା ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି ।'
ଏଥିସହ ପଢ଼ନ୍ତୁ: ବଢ଼ିଲା ଅର୍ଚ୍ଚନା ନାଗଙ୍କ ଅଡ଼ୁଆ, ଘର ସିଲ୍ କଲା ED
📱 Get Argus News App
✨ବାର୍ କାଉନସିଲ୍ରେ ପ୍ରେସ୍ ଇସ୍ତାହାରରେ କୁହାଯାଇଛି, ଅର୍ଚ୍ଚନା ନାଗ ପଞ୍ଜୀକରଣ ଫର୍ମର ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୧୬, ୧୭, ୨୦ (ଖ)ରେ ଲେଖିଥିଲେ ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସମ୍ପୃକ୍ତ ନାହାନ୍ତି । କିନ୍ତୁ ବାର୍ କାଉନସିଲ୍ ପାଇଥିବା ତଥ୍ୟ ଅନୁସାରେ, ଅର୍ଚ୍ଚନା ନାଗ ୨ଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ।
ଏ ସମସ୍ତ ତଥ୍ୟ ବିଷୟରେ ଅବଗତ ନେଇ ଆଇନଜୀବୀ ପଞ୍ଜୀକରଣ ସମୟରେ ନିର୍ଦ୍ଧାରିତ ଫର୍ମରେ ସୂଚନା ଦେବା ପ୍ରାବଧାନ ରହିଛି । ତଥାପି ଅର୍ଚ୍ଚନା ତଥ୍ୟ ଲୁଚାଇ ମିଥ୍ୟାର ଆଶ୍ରୟ ନେଇଥିବା ବାର୍ କାଉନସିଲ୍ କହିଛି । ଆଉ ଏହା ଭାରତୀୟ ଅଧିବକ୍ତା ନିଯମ ୧୯୬୧ର ବିରୁଦ୍ଧାଚରଣ ।
ଅର୍ଚ୍ଚନା ନାଗଙ୍କ ମିଛକୁ ବାର୍ କାଉନସିଲ୍ ଗୁରୁତ୍ଵର ସହିତ ଗ୍ରହଣ କରିଛି । ସାଧାରଣ ବୈଠକରେ ଅର୍ଚ୍ଚନା ନାଗଙ୍କୁ ଆଇଜୀବୀ ପେଶାରୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ବିହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ନିଷ୍ପତ୍ତି ନେଇ ବାର୍ କାଉନସିଲ୍ ।
ମାତ୍ର ୫ ଦିନ ତଳେ ସେପ୍ଟେମ୍ବର ୧୨ରେ ଅର୍ଚ୍ଚନାଙ୍କ ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଘରେ ED ଚଢ଼ାଉ କରିଥିଲା । EDର ସ୍ଵତନ୍ତ୍ର ଟିମ୍ ଅର୍ଚ୍ଚନାଙ୍କ ଘରେ ଥିବା ଜିନିଷପତ୍ର ଯାଞ୍ଚ କରିବା ପରେ ଘରକୁ ଆଟାଚ୍ କରିଛି । ମନି ଲଣ୍ଡରିଂ ଆଇନ ୨୦୦୨ ଆଧାରରେ ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ G+୨ କୋଠାକୁ ଆଟାଚ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ଠାରୁ ଝଟ୍କା ପାଇଥିବା ଅର୍ଚ୍ଚନା ନାଗଙ୍କୁ ଏବେ ଆଉ ଏକ ଝଟ୍କା ଦେଇଛି ରାଜ୍ୟ ବାର୍ ଆସୋସିଏସନ୍ ।
Related Topics
Explore more stories