Budget Session / ଆଜିଠୁ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ,ସ୍ବାଭାବିକ ହୋଇନପାରେ ବିଧାନସଭା
·4 months ago·2 min read

Key Points
ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
ସ୍ବାଭାବିକ ହୋଇନପାରେ ବିଧାନସଭା
ଆଗକୁ ରାଜ୍ୟସଭା ନିର୍ବାଚନ, ସରଗରମ ରହିବ ବିଧାନସଭା

ଭୁବନେଶ୍ବର, ୯/୩ ଆଜିଠୁ ଷୋଡ଼ଶ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସରଗରମ ରହିବ। ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଗୃହରେ ବିଜେଡି ଓ କଂଗ୍ରେସର ସରକାରଙ୍କୁ ବିରୋଧ ଆହୁରି ତୀବ୍ର ହେବ । ଉଭୟ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ମିଳିତ ଭାବେ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରୁଥିବାରୁ ବିଧାନସଭାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ।
ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡିରୁ ଧାନ ଉଠିନପାରିବା ଓ ବେକାରୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ସାଜିବ । ଏନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ସରିଥିବା ଉଭୟ ଦଳର ବିଧାୟକମାନେ କହିଛନ୍ତି । ଯେମିତି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଚାଷୀ ପ୍ରସଙ୍ଗରେ ଉତ୍ତେଜନାପୂର୍ଣ୍ଣ ରହିବା ସହ ରାଜ୍ୟପାଳଙ୍କ ଅଭିଭାଷଣ ପରଠୁ ହିଁ ଗୃହ ଏକ ପ୍ରକାର ଅଚଳ ହୋଇପଡ଼ିଥିଲା ।
ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଲମ୍ବା ସମୟ ଚାଲିବ। ଏଥିରେ ବିଧାନସଭାରେ ବିଭିନ୍ନ କମିଟି ରିପୋର୍ଟ ଉପସ୍ଥାପନ କରିବେ । ଏହା ସହିତ ବଜେଟ ନେଇ ମଧ୍ୟ ଗୃହରେ ଆଲୋଚନା ହେବ । ସୋମବାର ଅପରାହ୍ନ ଅଧିବେଶନରେ ବିଧାନସଭାର ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ପ୍ରଦାନ କରିବେ । ପରେ ମଙ୍ଗଳବାରରୁ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ବର୍ତ୍ତମାନ ବିରୋଧୀ ଏକାଠି ହେବାର ଆବଶ୍ୟକତା ଅଛି । ଡବଲ ଇଞ୍ଜିନ ଫେଲ୍ । ବିକାଶ ପ୍ରସଙ୍ଗରେ ବିରୋଧୀ ଏକାଠି ହେବାର ଆବଶ୍ୟକତା ଅଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଧାନସଭାରେ ଉଭୟ ଉଭୟଙ୍କ ପ୍ରସଙ୍ଗ ନେଇ ଲଢ଼ିବୁ । ବିଜେଡି ତା ପ୍ରସଙ୍ଗ ଓ କଂଗ୍ରେସ ତା ପ୍ରସଙ୍ଗରେ ଲଢ଼ିବ । ବିଜୁ ଜନତା ଦଳ ଲୋକଙ୍କ ପାଇଁ ବିଧାନସଭାରେ ଲଢ଼ିବ ବୋଲି ପ୍ରମିଳା କହିଛନ୍ତି । କଂଗ୍ରେସ ବିଜେଡି ଏକାଠି ହେବା ନେଇ ବିଜେପି ମଧ୍ୟ ଉଭୟ ଦଳକୁ କାଠଗଡ଼ାକୁ ଟାଣିବ। ଏହାସହ ଗତ ସରକାରରେ ହୋଇଥିବା ଦୁର୍ନିତୀକୁ ପ୍ରସଙ୍ଗ କରିବ।
ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରୁ କୌଣସି ଗୋଟିଏ ଦିନ ବି ଗୃହ ସ୍ବାଭାବିକ ଚାଲି ନଥିଲା। ଚାଷୀ ଓ ଧାନକିଣା ହିଁ ମୁଖ୍ୟ ପ୍ରସଙ୍ଗ ଥିଲା ବିରୋଧୀଙ୍କର। ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିରୋଧୀ ଗୃହ ଚଳାଇ ଦେଇ ନଥିଲେ ବିରୋଧୀ।
ପଢନ୍ତୁ ଏହି ଖବର: ସମ୍ପତ୍ତି ତାଲିକା ଦାଖଲ କଲେ ୫ ପ୍ରାର୍ଥୀ, ସଂତୃପ୍ତ ସବୁଠାରୁ ଧନୀ, ପରେ ଦିଲ୍ଲୀପ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories