Budget Session / ବିଧାନସଭାର ବଜେଟ୍ ଅଧିବେଶନ,ଜାତୀୟ ଶିକ୍ଷାନୀତିର ପ୍ରଶଂସା କଲେ ରାଜ୍ୟପାଳ
·4 months ago·2 min read

Key Points
ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ
ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ
ଜାତୀୟ ଶିକ୍ଷାନୀତିର ପ୍ରଶଂସା କଲେ ରାଜ୍ୟପାଳ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ ପ୍ରଥମେ ବନ୍ଦେ ମାତରମ ପରେ ଜାତୀୟ ସଙ୍ଗୀତ ଜନ ଗଣ ମନ ବିଧାନସଭା କାର୍ଯ୍ୟ ଆରମ୍ଭରୁ ଗାନ କରାଯାଇଥିଲା। ଗୃହରେ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରିଥିଲେ ହରିବାବୁ କମ୍ଭମ ପାଟି। ପୂର୍ବତନ ବିଧାନସଭା ସଦସ୍ୟ କାହ୍ନୁଚରଣ ଲେଙ୍କା, ଅକ୍ଷୟ କୁମାର ଆଚାର୍ଯ୍ୟ, କୁଳମଣି ରାଉତ, ସଞ୍ଚିତା ମହାନ୍ତି ଏବଂ ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗରେ ଗୃହ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ ।
ରାଜ୍ୟପାଳ ହରିବାବୁ କମ୍ଭମ ପାଟିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ। ସମୃଦ୍ଧ ଓଡ଼ିଶା ଗଠନ କରିବାରେ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସରକାର ବହୁ ପଦକ୍ଷେପ ନେଇଛନ୍ତି। ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ ଇଞ୍ଜିନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି, ଏହା ଉଜ୍ଜ୍ବଳ ଓଡ଼ିଶାର ଭବିଷ୍ୟତକୁ ଦର୍ଶାଉଛି। ଜାତୀୟ ଶିକ୍ଷାନୀତୀକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଜାତୀୟ ଶିକ୍ଷାନୀତୀ ଅନୁସାରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ୬+ ବର୍ଷ ଓ `ଶିଶୁ ବାଟିକା’ ନାମରେ ୪୫ ହଜାରରୁ ଅଧିକ ପ୍ରାକ୍-ପ୍ରାଥମିକ ଶ୍ରେଣୀ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ୫ରୁ ୬ ବର୍ଷ ବୟସର ପ୍ରାୟ ୩.୨ ଲକ୍ଷ ଶିଶୁ ନାମ ଲେଖାଇଛନ୍ତି। ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୧.୮ ଲକ୍ଷରୁ ୩୨ ଲକ୍ଷକୁ ବୃଦ୍ଧି କରାଯିବ। ୨୦୩୬ରେ ଓଡ଼ିଶା ଗଠନର ଶହେ ବର୍ଷ ପୂରଣ ହେବ। ୨୦୩୬ ଓ ୨୦୪୭ ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି। ବହୁମୁଖୀ ଦ୍ରାରିଦ୍ୟକୁ ୫ ପ୍ରତିଶତକୁ କମାଇବା ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଆତ୍ମନିର୍ଭର ଭାରତ ଲକ୍ଷ୍ୟରେ ଆଗକୁ ବଢ଼ୁଛି ଓଡ଼ିଶା। ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା। ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି। ଚଳିତ ବର୍ଷ ରାଜ୍ୟ ସରକାର ୨୭୧୧.୬୫ କିଲୋମିଟର ବିଶିଷ୍ଟ ୬୪୮ ଟି ରାସ୍ତା ନିର୍ମାଣ କରିବେ ରାଜ୍ୟ ସରକାର। ଭୁବନେଶ୍ବର-ଖୋର୍ଦ୍ଧା-କଟକକୁ ନେଇ ରିଂରୋଡ୍ ନିର୍ମାଣ ହେଉଛି, ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ। ଭିତ୍ତିଭୂମି ସୁଦୃଢ଼ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ସେହିଭଳି ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବା ଲକ୍ଷ୍ୟ।
ରାଜ୍ୟରେ ନୂଆ ସରକାର୍ ଆସିବା ପରେ 16 ଲକ୍ଷ 42 ହଜାର ଲକ୍ଷାପତି ଦିଦି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ସରକାର । 2024-25 ଆର୍ଥିକ ବର୍ଷ ପାଇଁ 16 ଲକ୍ଷ 19 ହଜାର ସୃଷ୍ଟି କରିବାକୁ ଧାର୍ଯ୍ୟ କରାଯାଇଥିଲା । SHG ସଦସ୍ୟ ମାନଙ୍କୁ ବାର୍ଷିକ ଅନ୍ୟୁନ 1 ଲକ୍ଷ ଟଙ୍କା ରୋଜଗାର କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡପିଛା ଆୟ। ସମୃଦ୍ଧ କୃଷକ ଯୋଜନାରେ ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇଁ ୬ ହଜାର କୋଟି ଟଙ୍କା ଏବଂ ସିଏମ୍ କିଶାନ ଯୋଜନାରେ ଆୟବୃଦ୍ଧି ପାଇଁ ୨୦୨୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଫଳରେ ଚାଷୀ ପରିବାରର ମୁଣ୍ଡପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ରାଜ୍ୟପାଳ ହରିବାବୁ କମ୍ଭମ ପାଟି ବିଧାନସଭାରେ ଅଭିଭାଷଣ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories