Budget Session / ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ, 20ରେ ଆସିବ ବଜେଟ
·4 months ago·2 min read

Key Points
ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ
ରାଜ୍ୟପାଳ ଅଭିଭାଷଣରୁ ଆରମ୍ଭ ହେବ ଗୃହ
20 ତାରିଖରେ ଆସିବ ବଜେଟ
ରାଜ୍ୟପାଳ ଅଭିଭାଷଣରୁ ଆରମ୍ଭ ହେବ ଗୃହ
20 ତାରିଖରେ ଆସିବ ବଜେଟ
ଆଜିଠାରୁ ଆରମ୍ଭ ହେବାକୁ ଯାଇଛି ବଜେଟ୍ ଅଧିବେଶନ। ରାଜ୍ୟପାଳ ହରିବାବୁ କମ୍ଭମ ପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ଏହି ଅଧିବେଶନରେ ରହିଛି ୨୮ଟି କାର୍ଯ୍ୟ ଦିବସ । ଆସନ୍ତା ୨୦ତାରିଖରେ ବିଧାନସଭାରେ ୨୦୨୬-୨୭ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ। ମାର୍ଚ୍ଚ ୩୧ତାରିଖରେ ଗୃହରେ ବ୍ୟୟ ମୁଞ୍ଜିରୀ ବିଲ ଆଗତ ହେବ । ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି। ସେପଟେ ଗୃହକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ କରି ରଣନୀତି ଚୁଡାନ୍ତ କରିଛନ୍ତି । ଅଧିବେଶନ ଲମ୍ଭା ସମୟ ଧରି ଚାଲିବାକୁ ଥିବା ବେଳେ ଗୃହ କାର୍ଯ୍ୟ ପ୍ରଥମ ଦିନରୁ ହିଁ ସରଗରମ ହେବା ନେଇ ଆକଳନ କରାଯାଉଛି ।
ଆଜି ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ଆସନ୍ତା ୨୦ ତାରିଖରେ ୨୦୨୬-୨୭ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫେବୃୟାରୀ ୧୭ ରୁ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ମୋଟ ୨୮ ଟି କାର୍ଯ୍ୟଦିବସ ରହିଛି। ରାଜ୍ୟପାଳଙ୍କ ଅଭିଭାଷଣ ରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ।। ଧାନକିଣା, ପିୟୁସିସି, ମହିଳା ହିଂସା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧି। ସେପଟେ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ଶାସକ ଦଳ ପ୍ରସ୍ତୁତ। ।
ଦେଖନ୍ତୁ ସମ୍ପୂର୍ଣ ଖବର: ଏହିଦିନ ଖାତାକୁ ଆସିବ ‘ସୁଭଦ୍ରା’ର ଚତୁର୍ଥ କିସ୍ତି, କୋଟିଏ ମହିଳା ପାଇବେ ୫୦୦୦ ଲେଖାଏଁ
ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କଲା କମିଶନରେଟ ପୋଲିସ। ବିଧାନସଭା ଭିତରେ ଓ ବାହାରେ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଡଗ ସ୍କ୍ବାର୍ଡ, ବମ ସ୍କ୍ବାର୍ଡ, ସ୍ନେକ ହେଲ୍ପଲାଇନ, ଅଗ୍ନିଶମ ବିଭାଗ ବିଧାନସଭା ଭିତରେ ଓ ବାହାରେ ନିୟୋଜିତ ରହିବେ। 20 ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ବିଧାନସଭା ଚତୁଃପାର୍ଶ୍ଵରେ ରହିବେ ମୁତୟନ I ସିସିଟିଭି ଭିତରେ ରହିବ ସମ୍ପୂର୍ଣ୍ଣ ବିଧାନସଭା ପରିସର। ଏଥିପାଇଁ ବିଧାନସଭା ଆଗରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ସହିତ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି । ଗାନ୍ଧିମାର୍ଗକୁ ଏଆଇ କ୍ୟାମେରା ସରଭିଲାନ୍ସରେ ରଖାଯାଇଛି। ଗୁଇନ୍ଦା ବିଭାଗ ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ନିୟୋଜିତ ରହିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories