Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାଙ୍ଗିଛି ବିଜେଡ଼ି ଗଡ; ନା କାହାର ଯା ଆସ ଅଛି..ନା କାହାର ଦେଖା ଅଛି

Odisha

ଭାଙ୍ଗିଛି ବିଜେଡ଼ି ଗଡ; ନା କାହାର ଯା ଆସ ଅଛି..ନା କାହାର ଦେଖା ଅଛି

Smruti Parija
Browse all articles by Smruti Parija
·2 years ago·2 min read
ଭାଙ୍ଗିଛି ବିଜେଡ଼ି ଗଡ; ନା କାହାର ଯା ଆସ ଅଛି..ନା କାହାର ଦେଖା ଅଛି

ଅର୍ଗସ ବ୍ୟୁରୋ: ବିଜେଡିକୁ ଶକ୍ତ ଝଟକା । ପ୍ରାୟ ସବୁ ସିଟ୍ ରେ ବିଜେପି ଆଗୁଆ । ସେପଟେ ଶଙ୍ଖ ଭବନ ଖାଁ ଖାଁ । ବିଜେଡିର ବଡ ବଡ ନେତା ଚିତପଟାଙ୍ଗ୍ । ନା କାହାର ଯା ଆସ ଅଛି ନା କାହାର ଦେଖା ଅଛି। ଭାଙ୍ଗିଛି ବିଜେଡ଼ି ଗଡ । ଓଡ଼ିଶାରେ ହୋଇଛି ବଡ଼ ପରିବର୍ତ୍ତନ । ବିଜେପିକୁ ମିଳିଛି ଓଡ଼ିଶାବାସୀଙ୍କ ସମର୍ଥନ ।

5ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ  ବିଜେପି 79ଟି ସିଟରେ ଆଗୁଆ ଥିବାବେଳେ ବିଜେଡି ମାତ୍ର 50ଟି, କଂଗ୍ରେସ 14ଟି, ସ୍ୱାଧୀନ ୩ଟି ଓ ସିପିଏମ୍ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଅଛନ୍ତି ।
ଏକାମ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି ।

  • ବୌଦ୍ଧରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି 
  • ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି 
  • କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ ହୋଇଛନ୍ତି 
  • କଣ୍ଟାବାଞ୍ଜି- ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବିଜୟୀ, ହାରିଲେ ବିଜେଡିର ନବୀନ ପଟ୍ଟନାୟକ
  • ବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ, ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଲେ
  • ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ, ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଲେ ସୁରମା
  • ଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ, ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ହରାଇଲେ
  • ଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ, ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇଲେ ଉମା
  • ଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ, ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ
  • କୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ, ବିଜେଡିର ରାଜେନ୍ଦ୍ର ଛତ୍ରିଆଙ୍କୁ ହରାଇଲେ
  • ଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ, ବିଜେଡିର ରଘୁନାଥ ସାହୁଙ୍କୁ ହରାଇଲେ
  • ଧର୍ମଗଡ଼- ବିଜେପିର ସୁଧିର ପାଟ୍ଟଯୋଶୀ ୧୮, ୬୮୫ ଭୋଟରେ ବିଜୟୀ, ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ହରାଇଲେ ସୁଧିର
  • ଝାରସୁଗୁଡ଼ା- ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ, ବିଜେଡିର ଦୀପାଳି ଦାସଙ୍କୁ ହରାଇଲେ
  • କଣ୍ଟାମାଳ- ବିଜେପିର କହ୍ନେଇ ଚରଣ ଡାଙ୍ଗ ବିଜୟୀ, ବିଜେଡିର ମହିଧର ରଣାଙ୍କୁ ହରାଇଲେ
  • ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜୟୀ, କଂଗ୍ରେସର ମାଲା ମାଢ଼ୀଙ୍କୁ ହରାଇଲେ
  • ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ, ବିଜେଡିର ରାଜେନ୍ଦ୍ର ସାହୁଙ୍କୁ ହରାଇଲେ 
  • ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ, ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇଲେ 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
odisha-assembly-election-result | Argus News