Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ

Key Points

ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା କକ୍ଷରେ ବସିବ ବୈଠକ 

ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଧାନସଭା କକ୍ଷରେ ବସିବ ଏହି ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବୈଠକରେ ରହିବେ ଉପସ୍ଥିତ। ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଓ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ବୈଠକରେ ସାମିଲ ହେବେ। ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସମସ୍ତ ଦଳ ମାନଙ୍କ ସହ ଆଲୋଚନା କରିବେ ବାଚସ୍ପତି।


ତେବେ କାର୍ଯ୍ୟସୂଚୀ ଅନୁଯାୟୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ୨୫ ତାରିଖ ଯାଏଁ ଅଧିବେଶନ ଚାଲିବ। ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିବ। ଗୋଟିଏ ଦିନ ପ୍ରାଇଭେଟ ମେମ୍ବର ବିଲ୍ ଏବଂ ଗୋଟିଏ ଦିନ ନୋ ଅଫିସ ଡେ ରହିଛି। ତେବେ ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ କଡା ଜବାବ ରଖିବାକୁ ପ୍ରସ୍ତୁତ ହେଉଛି ଶାସକ ଦଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All-Party Meeting Today Ahead of Odisha Assembly Monsoon Session | Argus News | Argus News