Assembly / ଚତୁର୍ଥ ଦିନ ପାଇଁ ବି ଧୋଇଗଲା ବିଧାନସଭା ପ୍ରଶ୍ନକାଳ

Key Points
ଲଗାତର ଚତୁର୍ଥ ଦିନ ପାଇଁ ଧୋଇଗଲା ବିଧାନସଭା ପ୍ରଶ୍ନକାଳ...ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଂଙ୍କୁଚିତ ପ୍ରସଙ୍ଗ ନେଇ ଭିତରେ ହୋହଲ୍ଲା ପରେ ବାହାରେ ହଙ୍ଗାମା କଲେ ବିଜେଡି ବିଧାୟକ ।
ଚତୁର୍ଥ ଦିନରେ ବି ଧୋଇ ଗଲା ପ୍ରଶ୍ନକାଳ...ନଛୋଡବନ୍ଧା ବିରୋଧୀ... । ଆସନରେ ଠିଆ ହୋଇ ବାଚସ୍ପତି ଅନୁରୋଧ କରିବା ପରେ ବି ଶୁଣିଲେନି ବିଜେଡି ଓ କଂଗ୍ରେସ କର୍ମୀ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିବା ନେଇ ଆଜି ପୁଣି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ କରିଥିଲା ବିଜେଡି ବାଚସ୍ପତିଙ୍କ ଫୋଡିୟମ ତଳେ ନାରାବାଜି କରିବା ସହ ସରକାରଙ୍କ ବିରୋଧରେ କରିଥିଲେ ନାରାବାଜି ।
କଂଗ୍ରେସବି ନିଜ ଆସନରେ ଛିଡା ହୋଇ କରିଥିଲେ ନିରବ ପ୍ରତାବାଦ ସ୍ଥିତି ଏମିତି ହେଲା ଯେ ମାତ୍ର ୨୦ ମିନିଟ ଗୃହ ଚାଲିବା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଳତବି ଘୋଷଣା କରିଥିଲେ ବାଚସ୍ପତି । ତେବେ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ସ୍ୱାର୍ଥ ଜଳାଞ୍ଜଳି ଦେଇ ବିଜେଡି ବିଧାନସଭା ବନ୍ଦ କରୁଥିବା କହିଛି ବିଜେପି ।
ସମାନ ପ୍ରସଙ୍ଗରେ ଆଜି ବିଧାନସଭା ଘେରାଉ କରିଥିଲା ବିଜେଡି । ବିଭିନ୍ନ ଜିଲ୍ଲାରୁ ନେତା ଓ କର୍ମୀଙ୍କୁ ଆଣି ଲୋୟର ପିଏମଜିରେ କରିଥିଲା ହଙ୍ଗାମା। ସ୍ଥିତି ଏମିତି ହେଲା ବ୍ୟାରିକେଟ୍ ଭାଙ୍ଗି ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପାଣି ମାଡ଼ କଲା ପୋଲିସ । ତେବେ ୪୦ ପ୍ରତିଶତ ପିସି ବନ୍ଦ ପରେ ଦଲାଲ ଓ ଠିକାଦାର ପୋଷା ନୀତି ପାଇଁ ବିଜେଡି ଡ୍ରାମା କରୁଥିବା କହି କଟାକ୍ଷ କରିଛି ବିଜେପି ।
ଅପରାହ୍ନ ଅଧିବଶନରେ ରେ ବି ପୁଣି ସମାନ ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିବା ସହ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେଡି ବିଧାୟକ। ବିଜେଡି ବିଧାୟକଙ୍କୁ ବୁଝାଇ ଗୃହକୁ ଫେରାଇ ଆଣିବାକୁ ଗଲେ ଶାସକ ଦଳ ମୁଖ୍ୟ ସଚେତକ। ତେବେ ମୁଳତବି ପ୍ରସ୍ତାବ ନ ଆଣି ଗୃହ ଆରମ୍ଭ ରୁ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧିଙ୍କ ଗୃହ ଚଳାଇ ନ ଦେବା ଆଭିମୁଖ୍ୟକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories