Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି

Odisha

ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି

ଭୁବନେଶ୍ଵର: ସପ୍ତାହେରୁ ଅଧିକ ଦିନ ଧରି ଗୃହ ଚଳାଇ ଦେଲେନି ବିରୋଧୀ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ନିବେଦନ କଲେ, ଶେଷରେ ଉପବାଚସ୍ପତି ରୁଲିଂ ବି ଦେଲେ । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ଵେ ଗୃହ କାର୍ଯ୍ୟକୁ କଂଗ୍ରେସ ବିଧାୟକ ବାରମ୍ବାର ଅଚଳ କଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ଲାଗି କଂଗ୍ରେସର ୧୨ ବିଧାୟକଙ୍କୁ ବାଚସ୍ପତି, ବିଧାନସଭାରୁ ୭ କାର୍ଯ୍ୟ ଦିବସ ପାଇଁ ନିଲମ୍ବିତ କରିଛନ୍ତି ।


କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ବିଧାୟକ ସିଏସ୍ ରାଜନ ଏକ୍କା, ଦାଶରଥୀ ଗମାଙ୍ଗୋ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗୋ, ସାଗର ଦାସ, ମଙ୍ଗୁ ଖିଲ, ସୋଫିଆ ଫିର୍ଦ୍ଦୋସ, ପବିତ୍ର ସାଉନ୍ତା, କାଡରାମ ଆପଲସ୍ୱାମୀ, ନୀଳମାଧବ ହିକକା, ପ୍ରଫୁଲ୍ଲ ପ୍ରଧାନଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ସରକାରୀ ଦଳ ମୁଖ୍ୟ ସଚେତକ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ ।


କଂଗ୍ରେସର ମୋଟ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ଗୃହରେ ବିଶୃଙ୍ଖଳିତ ଆଚରଣ ଲାଗି ୧୨ ଜଣଙ୍କ ବିରୋଧରେ ବାଚସ୍ପତି ପଦକ୍ଷେପ ଗ୍ରହଣ କରିଛନ୍ତି । କଂଗ୍ରେସର ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଛାଡ଼ି ୧୨ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି । ଏହା ପୂର୍ବରୁ ବିଶୃଙ୍ଖଳିତ ଆଚରଣ ଓ ମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ବାଧା ଦେବାରୁ ତାରା ବାହିନୀପତିଙ୍କୁ ବାଚସ୍ପତି ୭ ଦିନ ପାଇଁ ନିଲମ୍ବିତ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟରେ ଅଚଳାବସ୍ଥା ଲାଗି ରହିଛି । ଆଜି ବି ଗୋଟିଏ ମିନିଟ୍‌ ଚାଲି ପାରି ନଥିଲା ପ୍ରଶ୍ନକାଳ । ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିବାରୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । କାଲି ଭଲି ଆଜି ବି ଘଣ୍ଟ, ବଇଁଶୀ ବଜାଇ କଂଗ୍ରେସ ବିଧାୟକ ନାରାବାଜି କରିଥିଲେ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ ।


Sponsored
Odisha Assembly Speaker Suspends 12 Congress MLA For 7 Days | Argus News