Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly / କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବି ଆଲୋଚନା ହୋଇ ପାରୁନି ଲୋକଙ୍କ ମୁଦ୍ଦା

Smruti Parija
Browse all articles by Smruti Parija
·9 months ago·2 min read
କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବି ଆଲୋଚନା ହୋଇ ପାରୁନି ଲୋକଙ୍କ ମୁଦ୍ଦା

Key Points

ଚତୁର୍ଥ ଦିନରେ ବି ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ
ପ୍ରସଙ୍ଗ ବଦଳାଇ ପୁଣି ହଟ୍ଟଗୋଳ କଲା ବିଜେଡି
ପୋଷ୍ଟର ଦେଖାଇ କଂଗ୍ରେସ କଲା ପ୍ରତିବାଦ
ଗୃହ ଭିତରେ ହୋ ହା ଲ୍ଲା.. ବାହାରେ ବୟାନ ବାଜି

ମୌସୁମୀ ଅଧିବେଶନର ୭ ଦିନର କାର୍ଯ୍ୟ ଦିବସରୁ ଧୋଇ ଗଲାଣି ୩ ଦିନ । ନିଜ ନିଜ ଅଂଚଳର ସମସ୍ୟା ଉପସ୍ଥାପନା ପାଇଁ ବିଧାନସଭା ଆସିଛନ୍ତି ବିଧାୟକ । ହେଲେ 4 ଦିନ ହେଲା ଗୃହ ଅଚଳ ରହିଛି । ସାର ପରେ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗ ଉଠାଇ ସୋମାବାର ଗୃହ ଭିତରେ ବିଜେଡି ବିଧାୟକ କରିଥିଲେ ହଟ୍ଟଗୋଳ ।


ବାରମ୍ବାର ନିଜ ଆସନକୁ ଯିବା ପାଇଁ ବାଚସ୍ପତିଙ୍କ ଅନୁରୋଧ ପରେ ବି ଶୁଣି ନଥିଲେ ବିଜେଡି ବିଧାୟକ । ସେପଟେ ଦୁଇ ଦିନ ହେଲା ବିଧାନସଭା ଚାଲି ପାରି ନଥିବାରୁ କଂଗ୍ରେସ ଉଠାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରୁ ନଥିବାରୁ ବିଜେଡି-ବିଜେପି ଭାଇ ଭାଇ ପ୍ଲାଗ କାର୍ଡ ଧରି ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲା କଂଗ୍ରେସ । ମାତ୍ର ୭ ମିନିଟ ଚାଲିବା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୂଲତବି ଘୋଷଣା କରିଥିଲେ ବାଚସ୍ପତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାପରେ ଅପରାହ୍ନରେ ସ୍ୱାଭାବିକ ହୋଇଥିଲା ଗୃହ । ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ । ବାଚସ୍ପତି କହିଥିଲେ 18 ତାରିଖ 12.47ରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ ଅନ୍ୟ 14 ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ । ତା' ପରଦିନ ନୋଟିସକୁ ଗୃହକୁ ଆଣିବାକୁ ସେ ନିର୍ଦେଶ ଦେଇଥିଲେ । କିନ୍ତୁ ଗୃହ ସ୍ୱାଭାବିକ ନ ଥିବାରୁ ତାହା ଆସିପାରି ନଥିଲା । ସଂସଦୀୟ ନିୟମ ଅନୁସାରେ ଲଗାତାର ଭାବେ ବିଧାନସଭାରେ ଅଚଳାବସ୍ଥା ଥିବାରୁ ଅନାସ୍ଥାର ସମୟ ଅବଧି ସରି ଯାଇଛି । ଅନାସ୍ଥା ଅଗ୍ରାହ୍ୟ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ । ବୁଝାଇବାକୁ ପହଁଞ୍ଚିଥିଲେ ଶାସକ ଦଳର ବିଧାୟକ ।


ପ୍ରଥମ ଦିନ ଶୋକ ପ୍ରସ୍ତାବକୁ ବାଦ ଦେଲେ ଦ୍ଵିତୀୟ ଦିନ ହୋ ହାଲ୍ଲା ଭିତରେ ୮ ମିନିଟ୍ ଓ ତୃତୀୟ ଦିନ ୪ ମିନିଟ୍ ଚାଲିଥିଲା ଗୃହ କାର୍ଯ୍ୟ । ସୋମାବାର ପ୍ରଥମାର୍ଦ୍ଦରେ ନାରାବାଜି ଭିତରେ ୭ ମିନିଟ୍ ବିଧାନସଭା ଚାଲିପାରିଥିବାବେଳେ ଅପରାହ୍ନରେ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲା ବିଜେଡି । ବିଧାନସଭା ଚାଲିଲେ ଦିନକୁ ପ୍ରାୟ ୭୦ ଲକ୍ଷ ଖର୍ଚ୍ଚ ହେଉଛି । ହେଲେ ହୋ ହାଲ୍ଲା ଓ ନାରାବାଜି ଯୋଗୁ ଆଲୋଚନା ହୋଇପାରୁନି ଲୋକଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ।

Related Topics

Explore more stories

Sponsored
Odisha Assembly | odisha-assembly-update-even-after-spending-crores-of-rupees-peoples-issues-cannot-be-discussed | Argus News