Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ପଂଚାୟତିରାଜ ମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ପଂଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୬ଟି ହିଁ ଶେଷ ହୋଇ ପାରିଛି । ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପରୁ ୧୬ ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ୧୯୧ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ଏହି ୧୯୧ ଟି ପ୍ରକଳ୍ପ ରୁ ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । 

ସେହିପରି ଅନ୍ୟ ୫୪ ଟି ପ୍ରକଳ୍ପ ୨୦୨୫ ଡିସେମ୍ବର ମାସ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟର ସମସ୍ତ ମେଗା ପାନୀୟ ଜଳ ପ୍ରକଳ୍ପ ୨୦୨୬ ସୁଦ୍ଧା ଶେଷ କରିବାକୁ ସରକାର ଟାର୍ଗେଟ ରଖିଛନ୍ତି । ପୂର୍ବ ବିଜେଡି ସରକାର ସମୟର ଭୂଲ୍ ପାଇଁ ଆଜି ସରକାରଙ୍କଠୁ ନେଇ ସାଧାରଣ ଲୋକ ପାନୀୟ ଜଳ କଷ୍ଟ ଭୋଗୁଛନ୍ତି । 

ପୂର୍ବ ବିଜେଡି ସରକାର କେବଳ ଘରକୁ ପାଇପ ପକେଇ ଦେଇ ବସିଥିଲେ କିନ୍ତୁ ମୂଳ କାର୍ଯ୍ୟ ଯଥା ନିର୍ମାଣ କାର୍ଯ୍ୟ, ଓଭର ହେଡ଼ ଟ୍ୟାଙ୍କ, ଫିଲଟରିଂ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ସରକାରର କାର୍ଯ୍ୟକୁ ନେଇ ମନ୍ତ୍ରୀ କହିଛନ୍ତି ମଲେଇ ଖାଇ ପଳେଇଲେ ଠିକାଦାର । ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଏମିତି କହିଲେ ପଂଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ । ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାରମାନଙ୍କ ସହ ଏଗ୍ରିମେଣ୍ଟ କରିଥିଲେ । ସେଥିରୁ 58 ପ୍ରତିଶତ ଟଙ୍କା ଉଠାଇ ଠିକାଦାର କେବଳ ପାଇପ ବିଛାଇ ପଳେଇଲେ । ଇନଟେକ ୱେଲ ନିର୍ମାଣ ହୋଇନି । ସେଥିପାଇଁ କାମ ବିଳମ୍ବ ହେଉଛି । ବିଭାଗ ବହୁତ ପରିଶ୍ରମ କରୁଛି । ଖୁବଶୀଘ୍ର ପାନୀୟ ଜଳ ପ୍ରକଳ୍ପ କାମ ସରିବ । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଉତ୍ତର ରଖୁ ରଖୁ ଏମିତି କହିଲେ ପଂଚାୟତି ରାଜ ମନ୍ତ୍ରୀ । ଯେଉଁମାନେ ମେଗା ପାନୀୟ ଜଳ ପ୍ରକଳ୍ପ ନେଇଛନ୍ତି ସେମାନେ ଆମ ରାଜ୍ୟର ନୁହଁନ୍ତି । 

Sponsored
odisha-assembly-update-till-now-only-16-mega-water-project-were-completed-out-of-207-project- | Argus News