Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ପୂର୍ଣ୍ଣ ପେପରଲେସ୍ ହେବ ବିଧାନସଭା

Smruti Parija
Browse all articles by Smruti Parija
·1 year ago·2 min read
ସମ୍ପୂର୍ଣ୍ଣ ପେପରଲେସ୍ ହେବ ବିଧାନସଭା

Key Points

ସମ୍ପୂର୍ଣ୍ଣ ଡ଼ିଜିଟାଇଜେସନ ସହ ନୂଆ ରୂପ ପାଇବ ବିଧାନସଭା ୱେଲ୍ । ବିଧାୟକମାନେ ବସୁଥିବା ଆସନକୁ ବିଧାନସଭା ପକ୍ଷରୁ ନୂଆ ରୂପ ଦିଆଯାଉଛି ।

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଡ଼ିଜିଟାଇଜେସନ ସହ ନୂଆ ରୂପ ପାଇବ ବିଧାନସଭା ୱେଲ୍ । ବିଧାୟକମାନେ ବସୁଥିବା ଆସନକୁ ବିଧାନସଭା ପକ୍ଷରୁ ନୂଆ ରୂପ ଦିଆଯାଉଛି । ଚଳିତ ବିଧାନସଭା ଅଧିବେଶନରୁ ସମ୍ପୂର୍ଣ୍ଣ ପେପର ଲେସ୍ ହେବ ବିଧାନସଭା । ସେଥିପାଇଁ ଚାଲିଛି ଜୋର ସୋର କାମ । ବିଧାନସଭାରେ ବିଧାୟକମାନେ ବସୁଥିବା ଆସନ ଗୁଡ଼ିକରେ ଲାଗିବ କମ୍ପୁଟର ଅଥବା ଟ୍ୟାବ୍ ।


ବହୁ ପରିମାଣରେ ବିଧାନସଭା ପେପରଲେସ ହୋଇଛି । କୃତ୍ରିମ ବୁଦ୍ଧିମତ୍ତାର ପରିସର ଯେପରି ବ୍ୟାପକ ହେବାରେ ଲାଗିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଫେବ୍ରୁଆରୀ ୧୭ରେ ବଜେଟ ଉପସ୍ଥାପନ ହେବ । ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବ ବଜେଟ୍‌ । ତେବେ ନୂଆ ସରକାର ଆସିବା ପରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି ।


କେନ୍ଦ୍ର ଅନୁଦାନ କେତେ ଆସିବ ଏବଂ ରାଜ୍ୟ ସରକାରଙ୍କ ବଜେଟର ରୂପ ରେଖ କିଭଳି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଫେବ୍ରୁଆରୀ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବାକୁ ଥିବାବେଳେ ଫେବ୍ରୁଆରୀ ୨୨ ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ । ମାର୍ଚ୍ଚ ୭ ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ତେବେ ସମୁଦାୟ 28 ଦିନ କାର୍ଯ୍ୟ ଦିବସ ରହିଛି । ତେବେ ବିଧାନସଭା ଅଧିବେଶନ ସମୟରେ ଉଭୟ ଶାସକ ଏବଂ ବିରୋଧି ଭାଗ ନେବେ । କେଉଁ ବିଭାଗ ପାଇଁ କେତେ ଟଙ୍କା ଦିଆଯାଉଛି ଏବଂ କେତେ ଗୁରୁତ୍ବ ଦିଆଯାଉଛି ସେନେଇ ତର୍ଜମା ହେବ ।

Sponsored
odisha-assembly-well-to-get-a-new-look-with-complete-digitization | Argus News