Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତେଜିଲା NAC ମାନ୍ୟତା ଦାବି, ବାଲିଆପାଳ ଓ ବେଲପଡ଼ାରେ ବନ୍ଦ ପାଳନ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ତେଜିଲା NAC ମାନ୍ୟତା ଦାବି, ବାଲିଆପାଳ ଓ ବେଲପଡ଼ାରେ ବନ୍ଦ ପାଳନ

Key Points

ବାଲେଶ୍ଵର ଜିଲ୍ଲା ବାଲିଆପାଳ ସହ ବଲାଙ୍ଗିର ଜିଲ୍ଲା ବେଲପଡ଼ାରେ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଦୀର୍ଘ ବର୍ଷ ଧରି ବାଲିଆପାଳକୁ ଏନଏସି ଘୋଷଣା ନେଇ ଜନ ଆନ୍ଦୋଳନ ଏବଂ ଦାବି ହୋଇ ଆସୁଛି ।

ବାଲିଆପାଳ/ପାଟଣାଗଡ଼: ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ ଦାବିରେ ବନ୍ଦ ପାଳନ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ସହ ବଲାଙ୍ଗିର ଜିଲ୍ଲା ବେଲପଡ଼ାରେ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଦୀର୍ଘ ବର୍ଷ ଧରି ବାଲିଆପାଳକୁ ଏନଏସି ଘୋଷଣା ନେଇ ଜନ ଆନ୍ଦୋଳନ ଏବଂ ଦାବି ହୋଇ ଆସୁଛି ।


ଏନଏସି ଗଠନ ନେଇ ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମି ଥାଇ ବାଲିଆପାଳ ବାଦ୍ ପଡ଼ିଥିବା ଅଭିଯୋଗ ହେଉଛି । ପ୍ରତିବାଦରେ ସ୍ଵାଭିମାନୀ ବାଲିଆପାଳ ମଞ୍ଚ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଅତ୍ୟାବଶକୀୟ ସାମଗ୍ରୀକୁ ଛାଡ଼ି ସମସ୍ତ ଦୋକାନ ବଜାର ଏବଂ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।


ସେପଟେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ା ଉପଖଣ୍ଡ ବେଲପଡ଼ାକୁ ଏନଏସି ମାନ୍ୟତା ଦାବି ମଧ୍ୟ ଜୋର୍ ଧରିଛି । ଗୁରୁବାର ୧୨ ଘଣ୍ଟିଆ ବେଲପଡ଼ା ବନ୍ଦ ପାଳନ କରାଯାଉଛି । ପିକେଟିଂ କରି ଦୋକାନ ବଜାର ବନ୍ଦ ସହ ପାଟଣାଗଡ଼-ବଲାଙ୍ଗିର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ ।


ଆନ୍ଦୋଳନରେ ବେଲପଡ଼ାର ବିଭିନ୍ନ ସଙ୍ଗଠନ ସହ ରାଜନୈତିକ ଦଳ ମଧ୍ୟ ସାମିଲ୍ ହୋଇଛନ୍ତି । ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ତେବେ ବନ୍ଦରୁ ଜରୁରୀ କାଳୀନ ସେବାକୁ ବାଦ୍ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିକଟରେ ୭ ଜିଲ୍ଲାରେ ୧୨ ନୂଆ NAC ଗଠନ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅନୁଗୁଳର ପାଲଲହଡ଼ା , ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ଵରର ସିମୁଳିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ରେଙ୍ଗାଲି ଓ ବାମରା ଏବଂ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧୂଷୁରୀ ନୂଆ NAC ଘୋଷଣା କରାଯାଇଛି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Protests Erupt in Baleswar and Balangir Demanding NAC Status for Baliaapal and Belpada | Argus News | Argus News