Odisha Bandh / ଆସନ୍ତାକାଲି 'ଓଡ଼ିଶା ବନ୍ଦ'କୁ ନେଇ ଆଲର୍ଟରେ ପ୍ରଶାସନ, ବାତିଲ୍ ହେବନି OSSTET ପରୀକ୍ଷା
·1 hour ago·2 min read

Key Points
ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବୁଧବାର 'ଓଡ଼ିଶା ବନ୍ଦ' ଡାକରା ଦିଆଯାଇଛି । ବିଭିନ୍ନ ଦାବିକୁ ନେଇ ରାଜ୍ୟବ୍ୟାପୀ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ସାଧାରଣ ଧର୍ମଘଟ ପାଳନ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର: ଆସନ୍ତାକାଲି 'ଓଡ଼ିଶା ବନ୍ଦ' ଡାକରା । ଆଲର୍ଟରେ ପ୍ରଶାସନ, ସମସ୍ତ ଜିଲ୍ଲାପାଳଙ୍କୁ ଗୃହ ବିଭାଗ ଜାରି କଲା ସତର୍କ ସୂଚନା । ନବ ନିର୍ମାଣ କୃଷକ ସଂଗଠନ (NNKS) ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବୁଧବାର 'ଓଡ଼ିଶା ବନ୍ଦ' ଡାକରା ଦିଆଯାଇଛି ।
ବିଭିନ୍ନ ଦାବିକୁ ନେଇ ରାଜ୍ୟବ୍ୟାପୀ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ସାଧାରଣ ଧର୍ମଘଟ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବନ୍ଦ ଡାକରାକୁ ବିଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ଭଳି ପ୍ରମୁଖ ବିରୋଧୀ ଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି ।
ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହ (ସ୍ୱତନ୍ତ୍ର) ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ବିଭାଗର ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଇନ୍ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଆବଶ୍ୟକୀୟ ପ୍ରତିଷେଧକ ଏବଂ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବିଶ୍ୱ ଇଞ୍ଜିନିୟରିଂ ମଞ୍ଚରେ ଓଡ଼ିଆ ଇଞ୍ଜିନିୟର ଅଶୋକ ବସାଙ୍କୁ ନୂଆ ଦାୟିତ୍ୱ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ଦରେ କ'ଣ ହୋଇପାରେ ପ୍ରଭାବିତ ?
ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତାରୋକ, ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ, ଟାୟାର ଜାଳିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଯେପରି ସ୍ବାଭାବିକ ଭାବେ ଚାଲିପାରିବ, ସେଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଜରୁରୀକାଳୀନ ସେବା ଗୁଡ଼ିକ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ଦ ଡାକରା ବେଳେ OSSTET ପରୀକ୍ଷା
ଆସନ୍ତାକାଲି ଅନୁଷ୍ଠିତ ହେବ OSSTET - 2026 ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ଅନୁଷ୍ଠିତ ହେବ । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ବାଟ ନ ଓଗାଳିବା ପାଇଁ ଅନୁରୋଧ କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।
କାଲି ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଚାଲିବ । ସକାଳ ୭.୪୫ ସୁଦ୍ଧା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ତେବେ ପରୀକ୍ଷାର୍ଥୀଙ୍କୁ କୌଣସି ପ୍ରକାରର ହଇରାଣ ହରକତ ନକରିବା ପାଇଁ ଅନୁରୋଧ କରିଛନ୍ତି ବୋର୍ଡ ସଭାପତି ।

Related Topics
Explore more stories