Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗହୀରମଥାକୁ ଟପିଲା ଋଷିକୂଲ୍ୟା: କଇଁଛଙ୍କ ଗଣ ଅଣ୍ଡାଦାନରେ ବିଶ୍ଵ ରେକର୍ଡ

Odisha

ଗହୀରମଥାକୁ ଟପିଲା ଋଷିକୂଲ୍ୟା: କଇଁଛଙ୍କ ଗଣ ଅଣ୍ଡାଦାନରେ ବିଶ୍ଵ ରେକର୍ଡ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଗହୀରମଥାକୁ ଟପିଲା ଋଷିକୂଲ୍ୟା: କଇଁଛଙ୍କ ଗଣ ଅଣ୍ଡାଦାନରେ ବିଶ୍ଵ ରେକର୍ଡ

Key Points

୮ ଦିନରେ ମୋଟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ଚଳିତ ବର୍ଷର ଗଣ ଅଣ୍ଡାଦାନ ସମସ୍ତ ରେକର୍ଡକୁ ଭାଙ୍ଗିଛି ।

ବ୍ରହ୍ମପୁର: ଗଞ୍ଜାମ ଋଷିକୂଲ୍ୟା ମୁହାଁଣରେ କଇଁଛଙ୍କ ଗଣ ଅଣ୍ଡାଦାନରେ ବିଶ୍ଵ ରେକର୍ଡ । ଋଷିକୂଲ୍ୟା ମୁହାଁଣରେ ଚାଲିଥିବା ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ଗଣ‌‌‌ ଅଣ୍ଡାଦାନ ଶେଷ ହୋଇଛି । ଚଳିତ ବର୍ଷ ୮ ଦିନରେ ମୋଟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ଚଳିତ ବର୍ଷର ଗଣ ଅଣ୍ଡାଦାନ ସମସ୍ତ ରେକର୍ଡକୁ ଭାଙ୍ଗିଛି ।


ଏହି ଅଣ୍ଡାରୁ ଛୁଆ କିଭଳି ୪୫ ଦିନ ଧରି ବାଲି ମଧ୍ୟରେ ସୁରକ୍ଷିତ ରହିବ ସେ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଣ୍ଡାର ସୁରକ୍ଷା ପାଇଁ ପୋଡମପେଟାରୁ ପ୍ରୟାଗି ପର୍ଯ୍ୟନ୍ତ ବେଳାଭୂମିକୁ ୫୦ଟି ସେଗ୍‌ମେଣ୍ଟରେ ବିଭକ୍ତ କରାଯାଇ ବନ କର୍ମଚାରୀ ଜଗି ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫଓ ଶନି ଖୋଖର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୨୨ ମସିହାରେ ୫ ଲକ୍ଷ ୫୦ ହଜାର ଓ ୨୦୨୩ ମସିହାରେ ୬ ଲକ୍ଷ ୩୭ ହଜାର କଇଁଛ ଗଣ ଅଣ୍ଡାଦାନ କରିଥିଲେ । ଏଥର ଗହୀରମଥାକୁ ଟପିଛି ଋଷିକୂଲ୍ୟା ମୁହାଁଣରେ ଅଣ୍ଡାଦାନ । ଗହୀରମଥାରେ ୨୦୧୮ ମସିହାରେ ୬ ଲକ୍ଷ ୬୫ ହଜାର କଇଁଛ ଗଣ ଅଣ୍ଡାଦାନ କରି ରେକର୍ଡ କରିଥିଲେ ।

Sponsored
Odisha beach sees record mass nesting Olive Ridley turtles | Argus News