Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ବର୍ଷରେ ଗୋ ମାଫିଆଙ୍କ ସ୍ୱର୍ଗ ବନିଥିଲା ଓଡ଼ିଶା

Banajyotshna Ray
Browse all articles by Banajyotshna Ray
·1 year ago·2 min read
୨୪ବର୍ଷରେ ଗୋ ମାଫିଆଙ୍କ ସ୍ୱର୍ଗ ବନିଥିଲା ଓଡ଼ିଶା

ଆଠଗଡ଼ର ବାରମାଣ ସଂରକ୍ଷିତ ଜଙ୍ଗଲ। ଯୁଆଡେ ଚାହିଁବେ କାଲି ଗୋରୁ ହାଡ଼ ଓ କଙ୍କାଳ। ଗୋରୁ କଙ୍କାଳରେ ପୂରା ପାହଡ଼। ଲକ୍ଷ ଲକ୍ଷ ଗାଈ ଗୋରୁଙ୍କୁ ବିଭତ୍ସ ହତ୍ୟାର ଚିହ୍ନ ଏଠାରେ ଦେଖିବାକୁ ମିଳୁଛି। ଏହି ସ୍ଥାନ ଏବେ ପାଲଟିଛି ଗୋ ମାଂସ ତସ୍କରୀର ଭୂ ସ୍ବର୍ଗ। ଅଭିଯୋଗ ହୋଇଛି ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ଦଳର ମାର୍ଫତରେ ଚାଲିଥିଲା ଏହି ବେଆଇନ କାରବାର। ଏବେ ସବୁଠୁ ବଡ଼ ପ୍ରଶ୍ନ କେବେ ହେବ କାର୍ଯ୍ୟାନୁଷ୍ଠାନ । ଗୋ ତସ୍କରୀ କିଏ ଚଳାଇଥିଲା ତାହା ଏବେ ବି ଅସ୍ପଷ୍ଟ । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆକ୍ସନ ନେବେ କି ରାଜ୍ୟ ସରକାର ?

ରାଜଧାନୀରୁ ଗୋରୁ ବୋଝେଇ ଗାଡ଼ି ଜବତ। ପିକଅପ୍ ଭ୍ୟାନରେ ହୋଇଥିଲା ସ୍ପେଶଲ୍ ଚାମ୍ବର। ଚାଲାଣ ବେଳେ ପିସିଆର୍ କରିଥିଲା ପିଛା। ପିଛା କରି ପାତ୍ରପଡାରେ ପିକଅପ ଭ୍ୟାନକୁ ଧରିଲା ପିସିଆର। ଗାଡ଼ିରୁ ବାହାରିଲେ 16 ଗୋରୁ । ଦୁଇଟି ଗାଈର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 14ଟି ଗାଈଙ୍କୁ ଉଦ୍ଧାର କରାଯାଇଛି । ସେପଟେ ବାଲେଶ୍ବର ସୋରରେ କଣ୍ଟେନର ରେ ଗୋ ମାଂସ । ବେଗୁନିଆ ପେଟ୍ରୋଲ ପମ୍ପ ନିକଟରେ ଗୋ ମାଂସ ବୋଝେଇ ହୋଇଥିବା ସନ୍ଦେହରେ କଣ୍ଟେନରକୁ ଅଟକ ରଖିଛି ଖନ୍ତାପଡ଼ା ପୋଲିସ। କଲିକତା ରୁ ବେଙ୍ଗାଲୁରୁ ଯାଉଥିଲା କଣ୍ଟେନର । କଣ୍ଟେନର ବିଲରେ ମଟନ ବୋନଲେସ, ୭୮୫୪ କେଜି, ମୂଲ୍ୟ ୨୭ଲକ୍ଷ ଟଙ୍କା ବୋଲି ଲେଖାହୋଇଛି।

ବସ୍ତା ବାଲିଆପାଳ ରାସ୍ତାର ପୁଟୁରା ଛକ ନିକଟରୁ ଗୋରୁ ମାଂସ ବୋଝେଇ ଟ୍ରକ ଜବତ । ୫ ଟନ ରୁ ଅଧିକ ଗୋ ମାଂସ ଥିବା ଅନୁମାନ । ଭଦ୍ରକ ଅଞ୍ଚଳରୁ ଗୋ ମାଂସ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିବା ବେଳେ ପୋଲିସ ଟ୍ରକକୁ ଜବଦ କରି ଥାନାକୁ ଆଣିଛି । ସେପଟେ ସତ୍ୟବାଦୀ ଜୟା ହୋଟେଲରେ ମଟନ ତରକାରୀ ସହିତ ଗୋମାଂସ ମିଶାଇ ବିକ୍ରି ଅଭିଯୋଗ ଘଟଣା‌ ଉପରେ ପୁରୀ ଜିଲ୍ଲାପାଳ କହିଛନ୍ତି, ଖାଦ୍ୟ ନମୁନା ଯାଞ୍ଚ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରଶାସନର ହସ୍ତଗତ ହୋଇନାହିଁ । ସମ୍ପୃକ୍ତ ହୋଟେଲକୁ ସିଲ୍ କରାଯାଇଛି। ସମ୍ପୃକ୍ତ ସ୍ଥାନରେ ଧାରା ୧୬୩ ଲାଗୁ ହୋଇଛି।

ସେପଟେ ଜୟା ହୋଟେଲ ରେ ମଟନ ଖାଇଥିବାରୁ ପ୍ରାୟଶ୍ଚିତ କଲେ ଯୁବକ । ନଣ୍ଡା ହେବା ସହ ,ଗୋବର ପାଣି ଓ ଗୋମୁତ୍ର ପିଇ ନିଜକୁ ପବିତ୍ର କରିଛନ୍ତି । ହିନ୍ଦୁ ହୋଇ ଅଜାଣତରେ ଗୋମାଂସ ଭକ୍ଷଣ ଭଳି ମହାପାପ କରିଥିବା ଅନୁଭବ କରି ଦୁହେଁ ନିଜର ଆତ୍ମାଶୁଦ୍ଧି ପାଇଁ ନରେନ୍ଦ୍ର ପୁଷ୍କରିଣୀ ରେ ବୁଡ ପକାଇ ପ୍ରାୟଶ୍ଚିତ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ, ମୁକ୍ତି ମଣ୍ଡପ ଯାଇ ବ୍ରାହ୍ମଣଙ୍କ ପାଖରେ କ୍ଷମା ପ୍ରାର୍ଥନା, ମହାପ୍ରସାଦ ସେବନ ଏବଂ ଶେଷରେ ଲୋକନାଥ ମନ୍ଦିର ଯାଇ ବେଲପତ୍ର ଖାଇ ପ୍ରାୟଶ୍ଚିତ କରିବେ ବୋଲି କହିଛନ୍ତି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-became-a-heaven-for-cow-mafia-in-24-years | Argus News