Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'କେନ୍ଦ୍ର ଯୋଜନାକୁ ଚୋରି କରିବାରେ ନବୀନ ବାବୁ PHD କରିଛନ୍ତି'

Odisha

'କେନ୍ଦ୍ର ଯୋଜନାକୁ ଚୋରି କରିବାରେ ନବୀନ ବାବୁ PHD କରିଛନ୍ତି'

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
'କେନ୍ଦ୍ର ଯୋଜନାକୁ ଚୋରି କରିବାରେ ନବୀନ ବାବୁ PHD କରିଛନ୍ତି'

Key Points

  • କେନ୍ଦ୍ର ଯୋଜନାକୁ ଚୋରି କରିବାରେ ନବୀନ ବାବୁ PHD କରିଛନ୍ତି
  • ଚାଉଳ ନିଜେ ଦେଉଛନ୍ତି କହୁଥିଲେ
  • ଏବେ ପ୍ରମାଣ କରିବାକୁ ବି ଚେଷ୍ଟା କଲେ
  • ନିର୍ବାଚନରେ ଏସନ ବୁଦ୍ଧି ଶିଖିବେ ନବୀନ ବାବୁ

ଅର୍ଗସ ବ୍ୟୁରୋ: ଯୋଜନା କେନ୍ଦ୍ରର, ହେଲେ ନାଁ ନେଉଛନ୍ତି ରାଜ୍ୟ ସରକାର । ସିଏ ପୁଣି ବେଆଇନ ଭାବରେ...ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଥିଲେ ନବୀନ ନାବୁ । ହେଲେ ଏବେ ସମୟ ବଦଳିଛି, ପ୍ରତିବାଦ ବଢିଛି । କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ଯେଉଁ ଭୋଟ ବ୍ୟାଙ୍କ ବଢାଇବାକୁ ବିଜେଡି ସରକାର ଚେଷ୍ଟା କରୁଛି ତାହା ଆଉ ଚଳିବ ନାହିଁ...ଗାଁ ଗାଁରେ ଲୋକ ଜାଣିସାରିଲେଣି କି ବିଜେଡି କେନ୍ଦ୍ର ଯୋଜନାକୁ ଚୋରି କରୁଛି । ତେଣୁ ଆଗାମୀ ନିର୍ବାଚନରେ ବିଜେଡି ଏହାର ଜବାବ ପାଇବ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାକ ପୃଥୀରାଜ ହରିଚନ୍ଦନ ।

କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ରାଜ୍ୟକୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । ଯାହା କି ପୂର୍ବ ସରକାର ଅପେକ୍ଷା ଢେର ଅଧିକ । ଏହା ପରେ ବି କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍‌ କରି ଲୋକଙ୍କ ପାଖରେ ଭୁଲ ବାର୍ତ୍ତା ପହଞ୍ଚାଇବାକୁ ହୀନ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର । ପୂର୍ବରୁ ପିଏମ ଆବାସ ଯୋଜନାରେ ବ୍ୟାପକ ଚଚଂକତା କରି ବିଜୁ ପକ୍କାଘର ନାଁ ଲେଖିଥିଲେ । ଏମିତିକି ଏପରି ଭୁଲ କାମରେ ନେତାଙ୍କୁ ସାହାଯ୍ୟ କରିଥିଲେ ଅଫିସର । କିନ୍ତୁ ଘଟଣାକୁ ନେଇ ବିଜେପି ପ୍ରତିବାଦ କରିବା ସହ ବ୍ଲକରେ ବୁଲିବୁଲି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲା । ଆଉ ବିଜେଡି ସରକାରର ଗୁମର ଖୋଲିଥିଲା । 

୨୪ ବର୍ଷର ସ୍ଥିର ସରକାର । ଲଗାତାର ପାଂଚପାଂଚ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ବାରମ୍ବାର ବିଜେଡି କୁହେ ଓଡ଼ିଶାବାସୀଙ୍କ ବଳ ବିଜୁ ଜନତା ଦଳ । ଯଦି ବିଜେଡିର ଏତେ ଲୋକପ୍ରିୟତା ଅଛି ତାହାଲେ କେନ୍ଦ୍ର ଯୋଜନାକୁ ହରିଲୁଟ୍‌ କରି ଚୋରି କାମ କାହିଁକି କରୁଛି ? କିଛି ଏମିତି ପ୍ରଶ୍ନ ପଚାରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଖାଲି ଏତିକି ନୁହେଁ ବରଂ ଭୋଟ ବିକଳରେ ବିଜେଡି ଯେମିତି ବାୟା ହେଲାଣି ତାହା ଅଧିକ ଦିନ ଚାଲିବ ନାହିଁ...୨୪ରେ ନିଶ୍ଚୟ ଏହାର ଜବାବ ମିଳିବ ବୋଲି କହିଛନ୍ତି ପୃଥୀରାଜ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Odisha BJD Govt | Argus News