Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଜ ଜାଲରେ ନିଜେ ଫଶିଗଲା ବିଜେଡି, ଘେରିଲା ଶାସକ ଦଳ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନିଜ ଜାଲରେ ନିଜେ ଫଶିଗଲା ବିଜେଡି, ଘେରିଲା ଶାସକ ଦଳ

ଅର୍ଗସ ବ୍ୟୁରୋ : ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ପ୍ରଶ୍ନ ପଚାରିବା ବିଜେଡି ଲାଗି ବୁମେରାଂ ହୋଇଛି । ନିଜ ଜାଲରେ ଛନ୍ଦି ହେବା ପରି ସ୍ଥିତି ଉପୁଜିଛି । କାରଣ ଗତକାଲି ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେଡି । ବାସ୍‌ ଏହାପରେ ବିଜେଡିକୁ ନିଜ କଲା କର୍ମର ଆଇନା ଦେଖାଇ ବିଜେପି ବିଧାୟକ କଲେ କାଉଣ୍ଟର ଆଟାକ୍ । ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ଆଣି ବିଜେଡି କହିଥିଲା, ଆମ ସରକାର ଅମଳରେ ଘଟଣାକୁ ଚପାଇ ଦିଆଯାଉନଥିଲା । ମାମଲା ସଂଖ୍ୟା ବଢୁଥିଲା ସତ କିନ୍ତୁ ପୋଲିସ ଉପରେ ସମସ୍ତଙ୍କର ଭରସା ଥିଲା । କିନ୍ତୁ ଏଠାରେ ପ୍ରଶ୍ନ, ଯଦି ତଦନ୍ତ ଠିକ୍‌ରେ ହେଉଥିଲା ତାହାଲେ ପରୀ, ପିହୁ, ମମିତା, ବେବିନା, କୁନ୍ଦୁଲି ଓ ମାହାଙ୍ଗା ମର୍ଡରରେ କାହିଁକି ଶାସକ ଦଳର ନେତାଙ୍କୁ ଘଂଟ ଘଉଡାଉଥିଲା ପୋଲିସ ? 

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । କେମିତି ସଠିକ୍‌ରେ ଲୋକେ ସୁରକ୍ଷା ପାଇବେ ସେନେଇ ଶାସକ ଦଳ ସବୁ ପ୍ରକାର ବ୍ୟବସ୍ଥା କରୁଛି । ହେଲେ ବିଜେଡି କହୁଛି ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ନାହିଁ । ସେପଟେ, ବିଜେଡିର ମୁଲତବୀ ପ୍ରସ୍ତାବକୁ ଜୋରଦାର କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । କହିଥିଲେ, ବିଜେଡି ଶାସନରେ ଆଇନ ତା' ବାଟରେ ଯିବାର ଅର୍ଥ ଥିଲା ଅଭିଯୁକ୍ତକୁ ସୁରକ୍ଷା ଦେବା କିନ୍ତୁ ବର୍ତ୍ତମାନ ଆଇନ ତା' ବାଟରେ ଯିବା ଅର୍ଥ ଅଭିଯୁକ୍ତ ତୁରନ୍ତ ଗିରଫ । କିନ୍ତୁ ତତ୍କାଳୀନ ସରକାର ଅଭିଯୁକ୍ତକୁ ସୁରକ୍ଷା ଦେଉଥିଲା । ଏପରିକି ବିଜେଡି ସରକାର ଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲେ ବି ତାଙ୍କୁ ସୁରକ୍ଷା ଦିଆଯାଇଥିଲା । ଓଲଟି ତାତ୍ସଲ୍ୟ କରି କହିଥିଲେ, ଯେଉଁ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉପାରୁନି ସେଇଠି ସାଧାରଣ ଜନତା କେତେ ସୁରକ୍ଷିତ ତାହା ସ୍ପଷ୍ଟ ଭାବରେ ଜଣାଯାଉଛି ।

୨୪ ବର୍ଷର ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ । ହେଲେ ବି ଆଇନଶୃଙ୍ଖଳା ପରିସ୍ଥିତି ଯେଉଁପରି ଭାବରେ ରହିଥିଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ଥିଲା ବିଜେଡି ଅପରାଧୀଙ୍କୁ ଦେଉଥିଲା ସୁରକ୍ଷା । ସେଇଥି ଲାଗି ତ ଅପରାଧ ଭୟଙ୍କର ଭାବରେ ବଢିଥିଲା । ମୋଟ୍‌ ଉପରେ ଗୃହରେ, ବିଜେଡି ଶାସନରେ ଅପରାଧର ଚିଠା ଖୋଲି ବିରୋଧୀ ଦଳକୁ ସରକାରୀ ପକ୍ଷ କରିଥିଲେ ଜୋରଦାର ଆଟାକ୍ । ଫଳରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ଆଣି ଫସି ଯାଇଥିଲା ବିଜୁ ଜନତା ଦଳ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଜବାବ ରଖି କହିଥିଲେ, ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରୁଛନ୍ତି ସରକାର। ଦୁଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି । ସୁରକ୍ଷା ଦେବା ଓ ତୋରିତ ନ୍ୟାୟ ପ୍ରଦାନ ପାଇଁ ସରକାର ସଂକଳ୍ପ ବଦ୍ଧ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(ଭୁବନେଶ୍ଵରରୁ ପ୍ରଦୀପ୍ତ ମହାପାତ୍ରଙ୍କ ସହ ଦିବ୍ୟଜ୍ୟୋତି ମହାନ୍ତିଙ୍କ ରିପୋର୍ଟ)

Sponsored
Odisha BJD | Argus News