Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାୱାର ହରାଇ ଫଁ ଫଁ ବବି...ସ୍ମାଇଲ ଦେଉଛନ୍ତି ସଞ୍ଜୟ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପାୱାର ହରାଇ ଫଁ ଫଁ ବବି...ସ୍ମାଇଲ ଦେଉଛନ୍ତି ସଞ୍ଜୟ

Key Points

  • ବବିଙ୍କ ପାୱାର କମୁଛି, ସଂଜୟଙ୍କର ବଢୁଛି
  • ଫ୍ରଣ୍ଟ ଲାଇନ୍‌କୁ ଆସୁଛନ୍ତି ଦାସବର୍ମା
  • ପାଣ୍ଡିଆନ୍‌ଙ୍କ ସହ ମତାନ୍ତର ପରେ ଦଳ ନେଇଛି ବଡ଼ ନିଷ୍ପତ୍ତି !

ଅର୍ଗସ ବ୍ୟୁରୋ: ବିଜେଡ଼ିରେ ଆଉ ବବିଙ୍କର କାଟତି ନାହିଁ । ଦଳ ତାଙ୍କ କଥାରେ ଆଉ ଉଠବସ ହେଉନି । ପୂର୍ବରୁ ପାୱାର ଏନଜୟ କରୁଥିଲେ ହେଲେ ଏବେ ପାୱାର କରିଡରରେ ପଶିବା ତାଙ୍କ ଲାଗି ସ୍ଵପ୍ନ ହେଲାଣି । ୨୦୦୯ ମସିହାରେ ପୂର୍ବତନ ଜନତା ଦଳର ନେତା ଅଶୋକ ଦାସଙ୍କ ମୃତ୍ୟୁ ପରେ ଶଙ୍ଖ ଫୁଙ୍ଖି ବିଧାୟକ ହୋଇଥିଲେ ବବି । ପ୍ରଥମେ ପ୍ରଥମେ ତାଙ୍କୁ କାଳେ ଭାରି ପସନ୍ଦ କରୁଥିଲେ ସିଏମ୍‌ । ଏମିତିକି ମନ୍ତ୍ରୀ ପଦ ବି ମିଳିଥିଲା । ହେଲେ ୨୦୧୯ ପରେ ଭାରି ପାୱାରଫୁଲ ହୋଇଯାଇଥିଲେ ବବି । ଟିକେଟ୍‌ ବାଣ୍ଟିବା ହେଉ କି ଦଳରେ ବରିଷ୍ଠର ପକ୍ଷ ଛେଦନ ହେଉ । ସବୁ ଥିରେ ସେ ମୁଣ୍ଡ ପୂରାଉଥିଲେ । ଆଉ ବରିଷ୍ଠ ବି ତାଙ୍କ କାଟତିରେ ବିରକ୍ତ ହେଉଥିଲେ । ଆଉ କହୁଥିଲେ ଏ ଦିନ ବେଶୀ ଦିନ ରହିବନି । ବବିଙ୍କ ଉପରେ ପଡ଼ିଲାକି ବରିଷ୍ଠଙ୍କ ଅଭିଶାପ ? ପକ୍ଷଛେଦନ ପରେ କଣ ରହିବ ବବିଙ୍କ ଏଜେଣ୍ଡା ? ପାଣ୍ଡିଆନ୍‌ଙ୍କ ସହ ମନମାଳିନ୍ୟ ପଡ଼ିଲା କି ମହଙ୍ଗା ? ପାଣି ବିନା ମାଛ ଯେମିତି ଛଟପଟ୍‌ ହୁଏ ପାୱାର ବିନା ବବି କାଳେ ଏବେ ଛଟପଟ

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବବିଙ୍କ ହାତରୁ ପାୱାର ବି ସେତିକି ସେତିକି ଖସୁଛି । କାରଣ ଗତକାଲି କୁଆଡ଼େ ବିଜେଡିର ଗୋଟେ ବଡ଼ ମିଟିଂ ହେବାର ଥିଲା । ହେଲେ ଦଳୀୟ ସ୍ତରରେ ଏମିତି କିଛି ହେଲା ଯାହା ଲାଗି ମିଟିଂ ଆଉ ହେଲାନି । ଅବଶ୍ୟ ଚର୍ଚ୍ଚା ବଢିବା ପରେ ବବି ଟ୍ଵିଟ୍‌ କରି ପାଣ୍ଡିଆନ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ହେଲେ ମନରେ ଥିବା ରାଗ ଓ କ୍ରୋଧରେ କାଳେ ସେ ରକ୍ତଚାଉଳ ଚୋବାଉଥିବା କୁହାଯାଉଛି ।

ରାଗ ସେତେବେଳେ ବଢିଲା ଯେତେବେଳେ ପଡ଼ୋଶୀ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ସଂଜୟଙ୍କୁ ଦିଆଗଲା । ଧାମନଗର ନିର୍ବାଚନରେ ଅନେକ ପାମ୍ପଡ ବେଲିବା ପରେ ମୁଗାମ୍ବୋ ଖୁସ୍‌ ନେହିଁ ହୁଆ ବରଂ ବୋଲା ଏସେ କୁଉଁ ହୁୟା ? ବାସ୍‌ ସେବେଠୁ ଦଳରେ ତାଙ୍କର ପତନ ଆରମ୍ଭ ହୋଇଗଲା ବୋଲି ଚର୍ଚ୍ଚା ଧରିଲା । ଆଉ ଏହି ଚର୍ଚ୍ଚା ସେତେବେଳେ ଅଧିକ ହେଲା ଯେତେବେଳେ ଦଳୀୟ କାର୍ଯ୍ୟକ୍ରମରେ ସେ ନଜର ଆସିଲେନି କି ପାୱାର କରିଡରରେ ଚର୍ଚ୍ଚାରେ ରହିଲେନି । ଅବଶ୍ୟ କୋରେଇ ଅଙ୍କକଷାରେ ସେ କାଳେ ଏବେ ଭାରି ବ୍ୟସ୍ତ ବୋଲି କୁହାଯାଉଛି । ହେଲେ ବି ବାବୁଙ୍କୁ କଣ ଠେସା କରାଯାଉଛି କ୍ଲିୟର ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Pranab Prakash Das | Argus News