|
logo
Live
Argus News App
GET APP

Argus News - ନ୍ୟୁ ମ୍ୟାରିଅନରେ ପ୍ରେସମିଟ୍‌ : ରାଜନୀତିରେ ଲାଗିଲା ନିଆଁ

Odisha

ନ୍ୟୁ ମ୍ୟାରିଅନରେ ପ୍ରେସମିଟ୍‌ : ରାଜନୀତିରେ ଲାଗିଲା ନିଆଁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନ୍ୟୁ ମ୍ୟାରିଅନରେ ପ୍ରେସମିଟ୍‌ : ରାଜନୀତିରେ ଲାଗିଲା ନିଆଁ

Key Points

  • ନ୍ୟୁ ମ୍ୟାରିଅନରେ ପ୍ରେସମିଟ୍‌
  • ରାଜନୀତିରେ ଲାଗିଲା ନିଆଁ
  • ଧୂଆଁରେ ଆକ୍ତାମାକ୍ତା ବିଜେଡି ନେତା

ଅର୍ଗସ ବ୍ୟୁରୋ: ବିଜେଡିକୁ ଅଣନିଶ୍ଵାସୀ କରିଦେଲା ଗତକାଲି ବିଜେପିର ପ୍ରେସମିଟ । ତଥ୍ୟ ଭିତ୍ତିକ, ପୂରା ଯୁକ୍ତିଯୁକ୍ତ ପ୍ରଶ୍ନରେ ଉତ୍ତର ନଦେଇ ରାଗରେ ରକ୍ତଚାଉଳ ଚୋବାଇଲେ ବିଜେଡି ନେତା । ହେଲେ ଲାଭ କଣ? ମିଛ କହିଲେ ଦିନେ ନା ଦିନେ ସତ ସାମ୍ନାକୁ ଆସିବ । ଲୋକେ ପ୍ରତ୍ୟାଖାନ କରିବେ । ଏ କଥା କେହି ଜାଣୁ ବା ନଜାଣୁ...ବିଜେଡିର ନେତା କିନ୍ତୁ ଭଲରେ ବୁଝିଛନ୍ତି । ସେଇଥି ଲାଗି ତ ବିନାପ୍ରସଙ୍ଗକୁ ନେଇ ଭାଣ୍ଡିଆ କରୁଛନ୍ତି । ରାଜ୍ୟରେ ଚାଲିଥିବା ଶାସନକୁ ମାଙ୍କଡ ହାତରେ ଶାଳ ଗ୍ରାମ କହି ତାଛଲ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀୟ ଭାଷା, ନୃତ୍ୟ-ସଙ୍ଗୀତ କଣ ଜାଣି ନାହାନ୍ତି । ଯିଏ ଯାହା ଲେଖିଲା ପଢି ଦେଉଛନ୍ତି ବୋଲି କହି ଟାର୍ଗେଟ୍ କରିଛନ୍ତି । 

ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ସମାଲୋଚନା ପରେ ପୂରା ଆଟାକିଂ ମୋଡରେ ରାଜ୍ୟ ବିଜେପି । ଦଳର ଟପ୍ ଫାଇଭ୍ ଲିଡରଙ୍କ ଟାର୍ଗେଟରେ ଶଙ୍ଖଦଳ । ଏକା ସାଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ପ୍ରସଙ୍ଗ ଭିତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ଓ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍ । ପ୍ରଧାନମନ୍ତ୍ରୀଙ୍କ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଡିପଫେକ୍ ବୋଲି ଅଭିଯୋଗ କରି ଖୋଲାମଞ୍ଚରେ କିମ୍ବା ସର୍ବସାଧାରଣରେ ତାଙ୍କୁ ଏହି ବାର୍ତ୍ତା ରଖିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ବୈଜୟନ୍ତ । ଏହାସହ ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ପଡୁଛି ବୋଲି ବି କହିଛନ୍ତି। 

ଖାଲି ବୈଜୟନ୍ତ ନୁହେଁ ବରଂ ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ବି ଆଣିଛନ୍ତି ସାଂଘାତିକ ଅଭିଯୋଗ । କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତୀଙ୍କ ହତ୍ୟା ପଛରେ ମୁଖ୍ୟମନ୍ତ୍ରୀଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ସେତେବେଳେ ହିନ୍ଦୁଙ୍କ ବିରୋଧରେ ସାଂପ୍ରଦାୟିକ ଷଡଯନ୍ତ୍ର ହୋଇଥିଲା । ହତ୍ୟା ଘଟଣାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ଏବେ ବି ସନ୍ଦେହ ଘେରରେ ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଭୁବନେଶ୍ଵର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ଜଗନ୍ନାଥ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ କଥା ଉଠାଇ ସାଂଘାତିକ ପ୍ରଶ୍ନ ବାଣରେ ସରକାରଙ୍କୁ ଘାଇଲା କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ କାହିଁକି ଭୁଲ୍ ଡିପିଆର କରାଗଲା, ଅଭିଜ୍ଞତା ନଥାଇ କାହିଁକି ଦକ୍ଷିଣ ଭାରତର ଭୂମିପୁତ୍ର ନାମକ ଏକ କଂପାନୀକୁ କାମ ଦିଆଯାଇଥିଲା ? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଏମାର ମଠ, ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠ ପରି ଶହ ଶହ ବର୍ଷ ପୁରୁଣା ମଠ ମନ୍ଦିରକୁ କାହିଁକି ରାଜ୍ୟ ସରକାର ଭାଙ୍ଗିଦେଲେ ବୋଲି ପଚାରିଛନ୍ତି ? ଏଥିସହ ବିଜେଡି ମାନିଫେଷ୍ଟୋରେ ମାଗଣା ବିଜୁଳି କଥା ଉଠାଇ ଓଡିଶାରେ ଉତ୍ପାଦନ ହେଉଥିବା ବିଜୁଳି ଓଡିଶାରେ ମହଙ୍ଗା, ଚେନ୍ନାଇରେ ଶସ୍ତା କାହିଁକି ବୋଲି ବି ପ୍ରଶ୍ନ କରିଛନ୍ତି ।

ମୋଟ୍‌ ଉପରେ ରାଜ୍ୟରେ ଚାଲିଥିବା ଶାସନକୁ ନେଇ ଶାସକ ଦଳକୁ ଏକାସାଙ୍ଗରେ ଘେରିଥିଲେ ବିରୋଧୀ । ଆଉ ମିଛ କହିବାକୁ ପୂର୍ବରୁ ପ୍ରସ୍ତୁତି ନଥିବାରୁ ବାଉଳାଚାଉଳା ହୋଇ ଅପ୍ରାସଙ୍ଗିତ ପ୍ରେସମିଟ କରି ଡାହା ମିଛ କହିଥିଲା ବିଜେଡି । ଯାହା କି ଆଗାମୀ ଭୋଟ୍‌ରେ ବିଜେଡିକୁ ମହଙ୍ଗା ପଡିବ ।
 

Sponsored
ନ୍ୟୁ ମ୍ୟାରିଅନରେ ପ୍ରେସମିଟ୍‌ : ରାଜନୀତିରେ ଲାଗିଲା ନିଆଁ | Argus News