Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗଲେ ମନମୋହନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗଲେ ମନମୋହନ

Key Points

  • ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗଲେ ମନମୋହନ
  • ହାତରେ ଅଛି ପ୍ରାର୍ଥୀ ତାଲିକା
  • କାହାକୁ ମିଳିବ ଟିକଟ, ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ବସିଥିବା ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ତାଲିକା ଧରି ଦିଲ୍ଲୀ ଯାଇଥିବା ସୂଚନା ରହିଛି । ଏମିତିକି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ନିଷ୍ପତ୍ତି ସଂସଦୀୟ ବୋର୍ଡ ନେଉଥିବାରୁ ଆଜି ହିଁ କେନ୍ଦ୍ରୀୟ କମିଟିକୁ ରୂପୋର୍ଟ ହସ୍ତାନ୍ତର ହେବ ବୋଲି କୁହାଯାଇଛି । ତେବେ ମନମୋହନଙ୍କ ଦିଲ୍ଲୀ ଗସ୍ତକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ବଢିଲାଣି ଚର୍ଚ୍ଚା ।

ନିର୍ବାଚନ ତାରିଖ ଘୋଷଣା ହେଲା, ବିଗୁଲ ବି ବାଜିଲା । ହେଲେ ରାଜ୍ୟରେ ବିଜେପି-ବିଜେଡି ଭିତରେ ମେଂଟ ହେବ କି ନାହିଁ ସେନେଇ ଚର୍ଚ୍ଚା ଥମୁନି । କାରଣ ଏବେ ବି ସୋସିଆଲ ମିଡିଆରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ମେଂଟକୁ ନେଇ ଚର୍ଚ୍ଚା ଚାଲିଛି । ହେଲେ ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ପ୍ରାର୍ଥୀ ଚୂଡାନ୍ତ କରିସାରିଛି ରାଜ୍ୟ ବିଜେପି । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ଯୋଦ୍ଧା ତାଲିକା ପ୍ରସ୍ତୁତ କରି ଦଳ କେନ୍ଦ୍ରୀୟ କମିଟି ପାଖକୁ ନେଇକି ଯାଇଛି । କୋର୍ କମିଟି ବୈଠକ ଏବଂ ନିର୍ବାଚନ କମିଟି ବୈଠକରେ ମାନସ ମନ୍ଥନ ସହ ଭଲ ସଂଗଠନ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ରାଜ୍ୟ ବିଜେପି ଯେଉଁ ପ୍ରାର୍ଥୀ ତାଲିକା କେନ୍ଦ୍ରକୁ ନେଇ ଯାଇଛି ସେନେଇ ଆଜି ବୈଠକ ହେବ । ଖାଲି ବୈଠକ ହେବ ତାହା ନୁହେଁ ବରଂ କିଏ କେଉଁଠୁ ପ୍ରାର୍ଥୀ ହେଲେ ବିଜୟ ହେବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ବି ହେବ । ଆଉ ଆଲୋଚନା ହେବା ପରେ ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ । ତେବେ ଦୁଇଟି ପର୍ଯ୍ୟାୟରେ ଦେଶର ବିଭିନ୍ନ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲା । ତେଣୁ ଆଜିର ବୈଠକ ଉପରେ ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Sponsored
Odisha BJP Chief Manmohan Sama | Argus News