Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'କଂଗ୍ରେସର ସମ୍ବିଧାନ ବଞ୍ଚାଅ ନୁହେଁ, କଂଗ୍ରେସ ବଞ୍ଚାଅ ସମାବେଶ ଥିଲା'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'କଂଗ୍ରେସର ସମ୍ବିଧାନ ବଞ୍ଚାଅ ନୁହେଁ, କଂଗ୍ରେସ ବଞ୍ଚାଅ ସମାବେଶ ଥିଲା'

Key Points

କଂଗ୍ରେସ ଦଳ ସବୁ ସମୟରେ ସମ୍ବିଧାନର ଅପବ୍ୟବହାର କରିଥିବା ଦଳ ।

୩୫୬ ଧାରା ଉଦାହରଣ ଦେଲା ବିଜେପି।

ଗତ ୩ ଥରର ସାଧାରଣ ନିର୍ବାଚନରେ ସାଂସଦ ସଂଖ୍ୟା ୩ ଅଙ୍କ ମଧ୍ୟ ଛୁଇଁ ନାହିଁ।

ରାହୁଲଙ୍କ ଗସ୍ତକୁ ନେଇ ଟାର୍ଗେଟ୍ କରିଛି ବିଜେପି । ବିଜେପି କହିଛି ଏହା ସମ୍ବିଧାନ ବଞ୍ଚାଅ ନୁହେଁ, କଂଗ୍ରେସ ବଞ୍ଚାଅ ପାଇଁ ସମାବେଶ ଥିଲା । ଦିନକୁ ଦିନ କମୁଛି କଂଗ୍ରେସର ଲୋକପ୍ରିୟତା । କଂଗ୍ରେସ ନିଜର ସତ୍ତା ହରାଇଛି । ଅସ୍ତଗାମୀ ଦଳ ନିଜର ଅସ୍ତିତ୍ୱ ବଞ୍ଚେଇବାକୁ ଏହା ଏକ ପ୍ରୟାସ ବୋଲି କହିଛି ବିଜେପି । କଂଗ୍ରେସ ଆଜି ଓଡ଼ିଶାର ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି । ଲୋକସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ୩ ଅଙ୍କ ମଧ୍ୟ ଛୁଇଁନି । ଦିନକୁ ଦିନ କଂଗ୍ରେସ ତଳକୁ ତଳ ଯାଉଛି । କଂଗ୍ରେସ ଦଳ ପରିବାରବାଦ ଉପରେ ପର୍ଯ୍ୟବେଷିତ । ବିଗତ ସମୟରେ ବାପା-ଝିଅ, ମା-ପୁଅ, ସ୍ୱାମୀ-ସ୍ତ୍ରୀଙ୍କ ଦଳ ଥିଲା କଂଗ୍ରେସ । ଏବେ ମା- ପୁଅ- ଝିଅ, ଜ୍ୱାଇଁରେ କଂଗ୍ରେସ ଦଳ ଚାଲିଛି ବୋଲି କହିଛି ବିଜେପି ।

ପ୍ରତି ନିର୍ବାଚନରେ କଂଗ୍ରେସର ଭୋଟ ହାର କମୁଛି । ଗତ ୩ ଥରର ସାଧାରଣ ନିର୍ବାଚନରେ ସାଂସଦ ସଂଖ୍ୟା ୩ ଅଙ୍କ ମଧ୍ୟ ଛୁଇଁ ନାହିଁ। ଏମରଜେନ୍ସି ଲଗାଇଥିଲା କଂଗ୍ରେସ । ସମ୍ବିଧାନ ଦଳି ମକଚି ଦେଇଥିଲେ । କଂଗ୍ରେସ ସମ୍ବିଧାନର ମୁଖବନ୍ଧକୁ ମଧ୍ୟ ବନ୍ଦ କରିଥିଲା । କଂଗ୍ରେସ ଦଳ ସବୁ ସମୟରେ ସମ୍ବିଧାନର ଅପବ୍ୟବହାର କରିଥିବା ଦଳ । ୩୫୬ ଧାରା ଉଦାହରଣ ଦେଲା ବିଜେପି।

ସେହିଭଳି ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ସମାଲୋଚନା କଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ରାହୁଲ ଗାନ୍ଧୀଙ୍କୁ ଓଡ଼ିଶାର ଯୁବପିଢ଼ି ଗ୍ରହଣ କରନ୍ତି ନାହିଁ, ତେଣୁ ତାଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ । ସେ ଜଣେ ରାଜନୀତିରେ ଟାଇମ୍ ପାସ କରୁଥିବା ନେତା । କଂଗ୍ରେସ ଆଜି ସମ୍ବିଧାନ ବଞ୍ଚାଅ ଓ ନାରୀ ସୁରକ୍ଷାର ନାରା ଦେଉଛି, ହେଲେ ସମ୍ବିଧାନକୁ ସର୍ବାଧିକ ବେଖାତିର ଓ ଅସମ୍ମାନ କରିଥିବା ଦଳ ହେଉଛି କଂଗ୍ରେସ । ଏହା ଛଡ଼ା କଂଗ୍ରେସ ନେତାମାନଙ୍କର ମହିଳା ଓ ସାଧାରଣ ଜନତା ପ୍ରତି ଦୁର୍ବ୍ୟବହାର କାହାକୁ ଅଛପା ନାହିଁ । ତେଣୁ ଓଡ଼ିଶାବାସୀ ମଧ୍ୟ କଂଗ୍ରେସ ମୁକ୍ତ ଭାରତରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ ।


ଭୁବନେଶ୍ୱରରେ ଆଜି କଂଗ୍ରେସ ବିରାଟ ସମାବେଶ କରିଥଲାି । ହଜାର ହଜାର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା । କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସମ୍ବୋଧନ କରିଥିଲେ । ଓଡ଼ିଶାର କଂଗ୍ରେସ କର୍ମକର୍ତ୍ତାଙ୍କୁ ବବର୍ ସେର କହିଲେ ରାହୁଲ । ଓଡ଼ିଶାର ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ସମ୍ପତ୍ତି । ତାଙ୍କ ଜମିକୁ ଜବର ଦଖଲ କରାଯାଇଛି । ଓଡ଼ିଶା ଜନ ସାଧାରଣଙ୍କ ବିକାଶ ହେବା ଦରକାର । ବିକାଶ କେବଳ କିଛି ପୁଞ୍ଜିପତିଙ୍କ ହେବା ଠିକ ନୁହେଁ ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ସଭା ସରିବା ପରେ ଚାଷୀଙ୍କର ଦୁଇଟି ପ୍ରତିନିଧି ଦଳକୁ ସାକ୍ଷାତ କରିଛନ୍ତି । ତାପରେ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ସହ ବୈଠକ କରିଛନ୍ତି । ଶେଷରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେବ । ସନ୍ଧ୍ୟା ୫ଟାରେ ଦିଲ୍ଲୀ ଫେରିଛନ୍ତି ରାହୁଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha BJP Criticize Rahul Gandhi Program In Bhubaneswar | Argus News