|
logo
Live

Argus News - କାମିୟା ଜାନିଙ୍କୁ ନେଇ ଥମୁନି ଝଡ଼ : ପୁଣି ପ୍ରଶ୍ନ ବାଣରେ ଘେରିଲା ବିଜେପି

Odisha

କାମିୟା ଜାନିଙ୍କୁ ନେଇ ଥମୁନି ଝଡ଼ : ପୁଣି ପ୍ରଶ୍ନ ବାଣରେ ଘେରିଲା ବିଜେପି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କାମିୟା ଜାନିଙ୍କୁ ନେଇ ଥମୁନି ଝଡ଼ : ପୁଣି ପ୍ରଶ୍ନ ବାଣରେ ଘେରିଲା ବିଜେପି

Key Points

କାମିୟା ଜାନିଙ୍କୁ ନେଇ ଥମୁନି ଝଡ଼
ଭୋର ୪ଟାରେ ମନ୍ଦିର ଭିତରେ କାରସାଦି କଲା କିଏ ?
ପ୍ରଶାସନ କ୍ୟାମେରା ସ୍ପଷ୍ଟ କଲା, ଗୋମାଂସ ଉପରେ ଚୁପ ରହିଲା
ପୁରୀ ପ୍ରଶାସନକୁ ପ୍ରଶ୍ନ କଲେ ଲେଖାଶ୍ରୀ
 

ଅର୍ଗସ ବ୍ୟୁରୋ: ଜଗନ୍ନାଥ ମନ୍ଦିରକୁ ଭିତରକୁ କାମିୟା ଜାନି ଯିବାକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଦିନ ଯେତିକି ଯେତିକି ଗଡୁଛି, ବିବାଦ ବି ସେତିକି ସେତିକି ବଢୁଛି । ଆଉ ପୂରା ଘଟଣାରେ ଫାଇଭ-ଟି ଚେୟାରମ୍ୟାନ ପାଣ୍ଡିଆନଙ୍କ ଅଡୁଆ ବି ବଢୁଛି । ଅବଶ୍ୟ ବିବାଦ ବଢିବା ପରେ ଏମିତି ଟ୍ଵିଟ କରି ଶ୍ରୀମନ୍ଦିର ପ୍ରଶାସନ କ୍ୟାମେରା ମନ୍ଦିର ଭିତରକୁ ଯାଇନାହିଁ ବୋଲି ସ୍ପଷ୍ଟ କରିଛି । ହେଲେ ଗୋମାଂସ ଉପରେ ଚୁପ ରହିବାରୁ ପୁଣି ଥରେ ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । 

ହିନ୍ଦୀ ବ୍ଲଗର କାମିୟା ଜାନି । କିଛିଦିନ ତଳେ ପାଣ୍ଡିଆନଙ୍କ ସହ ଆସିଥିଲେ ପୁରୀ । ପାଣ୍ଡିଆନ କାମିୟାଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବୁଲାଇବା ସହ ଇଣ୍ଟରବ୍ୟୁ ବି ଦେଇଥିଲେ । ପରେ କିଛି ଫଟୋ ଓ ଭିଡିଓକୁ ନିଜ ସୋସିଆଲ ପେଜରେ ଅପଲୋଡ କରିଥିଲେ କାମିୟା । ଆଉ ସେହି ଫଟୋକୁ ନେଇ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ ।  

ତେବେ କାମିୟାଙ୍କ ଜଗନ୍ନାଥ ଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଦଳ ଅଭିଯୋଗ କରିଛି, କାମିୟା ଜାନି ଖୁଲ୍ଲମଖୁଲ୍ଲା ଗୋମାଂସ ଖାଇଥିବା ନିଜ ସୋସିଆଲ ମିଡିଆ ସାଇଡରେ ରହିଛି । ତେଣୁ ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଅପରାଧ କରିଛନ୍ତି ପାଣ୍ଡିଆନ । ତେଣୁ ତାଙ୍କ ବିରୋଧରେ ଆଇପିସି ୨୯୫-ଏ ଧାରା ବିରୋଧରେ ମାମଲା ରୁଜୁ କରୁ ଶ୍ରୀମନ୍ଦିର ପ୍ରଶାସନ । ଖାଲି ଏତିକି ନୁହେଁ ବରଂ ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆକ୍ଟକୁ ଉଲ୍ଲଘଂନ କରି ନିଷିଦ୍ଧ ଜିନିଷ ଧରି ମନ୍ଦିର ପରିସରରେ ସୁଟିଂ କରି ମଧ୍ୟ ଅପରାଧ କରିଛନ୍ତି । ଏଣୁ ପାଣ୍ଡିଆନ ଏବଂ କାମିୟା ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଛି ଦଳ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବିବାଦ ବଢିବାରୁ କାମିୟା ନିଜ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖି ଲେଖିଛନ୍ତି, ମୁଁ କେବେ ଗୋମାଂସ ଖାଇନି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରାଣର କେନ୍ଦ୍ର ପ୍ରଭୁ ଶ୍ରୀଜଗନ୍ନାଥ । ଆଉ ତାଙ୍କ ମନ୍ଦିରରେ ଯଦି ଏମିତି କିଛି ହୋଇଛି ତାହା ଓଡ଼ିଆଙ୍କୁ କଷ୍ଟ ଦେବା ସ୍ଵାଭାବିକ କଥା । ଏପଟେ ସେବାୟତ କହିଛନ୍ତି ଯଦି ଘଟଣା ସତ ହୋଇଥିବ ତାହାଲେ ସାଙ୍ଘାତିକ । ମୋଟ ଉପରେ ପୂରା ଘଟଣା ଏବେ ଚର୍ଚ୍ଚିତ ଥିବା ବେଳେ ମନ୍ଦିର ପ୍ରଶାସନ କେମିତି ତଦନ୍ତ କରୁଛି ? କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ସମୟ କହିବ ।
 

 

Sponsored
କାମିୟା ଜାନିଙ୍କୁ ନେଇ ଥମୁନି ଝଡ଼ : ପୁଣି ପ୍ରଶ୍ନ ବାଣରେ ଘେରିଲା ବିଜେପି | Argus News