Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପିତବାସଙ୍କୁ କାହିଁକି ମାରିଲେ ? କ'ଣ ରହିଛି ଉଦ୍ଦେଶ୍ୟ ?

Odisha

BJP Leader Killed / ପିତବାସଙ୍କୁ କାହିଁକି ମାରିଲେ ? କ'ଣ ରହିଛି ଉଦ୍ଦେଶ୍ୟ ?

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ପିତବାସଙ୍କୁ କାହିଁକି ମାରିଲେ ? କ'ଣ ରହିଛି ଉଦ୍ଦେଶ୍ୟ ?

Key Points

ତୁରନ୍ତ ଆକ୍ସନ ଦାବି କରି କାଲି ପେନ୍-ଡାଉନ୍ ଡାକରା ଦେଇଛି ରାଜ୍ୟ ଆଇନଜୀବୀ ପରିଷଦ।

ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପ୍ରତିଶ୍ରୁତି।

ବ୍ରହ୍ମପୁର ସହର ମଝିରେ ବରିଷ୍ଠ ବିଜେପି ନେତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କଲେ ୨ ଦୁର୍ବୃତ୍ତ। ଆଖି ବୁଜିଲେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା । ଘଟଣାକୁ ପ୍ରାୟ ୨୪ ଘଣ୍ଟା ହେଲାଣି, ହତ୍ୟାକାରୀଙ୍କୁ ଧରିବାକୁ କସରତ ଚଳାଇଛି ପୋଲିସ। ତେବେ ପ୍ରଶ୍ନ ହେଲା ଏହି ହାଇ ପ୍ରୋଫାଇଲ୍ ମର୍ଡର ପଛରେ କଣ ରହିଛି କାରଣ ? ଏହା ଏକ ପଲିଟିକାଲ ମର୍ଡର ନୁହେଁ ତ ?

ତୁରନ୍ତ ଆକ୍ସନ ଦାବି କରି କାଲି ପେନ୍-ଡାଉନ୍ ଡାକରା ଦେଇଛି ରାଜ୍ୟ ଆଇନଜୀବୀ ପରିଷଦ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପ୍ରତିଶ୍ରୁତି।

ସୋମବାର ରାତି ପ୍ରାୟ ୧୦ଟା । ପୀତବାସ ବ୍ରହ୍ମପୁର ବୈକୁଣ୍ଠନଗରରେ ଥିବା ଘରକୁ ସ୍କୁଟିରେ ଫେରୁଥିଲେ । ହଠାତ୍ ୨ ଜଣ ଦୁର୍ବୃତ୍ତ ଆସିଲେ । କେହି କିଛି ବୁଝିବା ଆଗରୁ ପୀତବାସଙ୍କ ଛାତି ଉପରକୁ ଗୁଳି ଚଳାଇଲେ । ବହୁତ ନିକଟରୁ ଫାୟାରିଂ କଲେ । ଆଉ ତୁରନ୍ତ ଫେରାର ହେଲେ । ତାପରେ କିଛି ଲୋକ ପୀତବାସଙ୍କୁ ଗୁରୁତର ଅବସ୍ଥାରେ ଗାଡ଼ିରେ ବସାଇ ହସ୍ପିଟାଲ ନେଲେ । ହେଲେ ସେତେବେଳକୁ କିନ୍ତୁ ତାଙ୍କ ଜୀବନ ଚାଲିଯାଇଥିଲା ।

ଏବେ ପ୍ରଶ୍ନ କାହିଁକି ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଗଲା । କ୍ରାଇମ ମୋଟିଭ କ'ଣ ହୋଇପାରେ । ବୃତ୍ତିଗତ, ବ୍ୟକ୍ତିଗତ ନା ରାଜନୈତିକ ? ପୀତବାସଙ୍କୁ ବ୍ୟକ୍ତିଗତ କାରଣରୁ ହତ୍ୟା କରାଯାଇଛି ନା କାହା ସହିତ ବୃତ୍ତିଗତ ଶତ୍ରୁତା ଥିଲା ? ଏହା ଏକ ପଲିଟିକାଲ ମର୍ଡର ନୁହେଁ ତ ? ଦକ୍ଷିଣାଞ୍ଚଳ ଆଇଜି, ଏସପି ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି । କିଛି କ୍ଲୁ ମିଳିଛି । ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି । ବିଭିନ୍ନ ଦିଗରୁ ତଦନ୍ତ କରୁଛି ପୋଲିସ ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ କଡ଼ା ନିନ୍ଦା କରିଛି ରାଜ୍ୟ ଆଇନଜୀବୀ ପରିଷଦ । ଏହାସହ ବୁଧବାର ପେନ୍-ଡାଉନ୍ ଡାକରା ଦେଇଛି ରାଜ୍ୟ ଆଇନଜୀବୀ ପରିଷଦ । ଘଟଣାରେ କୋଟିଏ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି । ୪୮ ଘଣ୍ଟା ଭିତରେ ଦୋଷୀକୁ ଗିରଫ କରାଯାଉ ଏବଂ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଛନ୍ତି ଆଇନଜୀବୀ ।

ରାଜ୍ୟ ଆଇନଜୀବୀ ପରିଷଦରେ ସର୍ବାଧିକ ଭୋଟରେ ବିଜୟୀ ହୋଇଥିଲେ ପୀତବାସ । CPIରୁ ରାଜନୀତି ଆରମ୍ଭ କରିଥିବା ପୀତବାସ ଦୀର୍ଘ ଦିନ ହେବ କଂଗ୍ରେସ ରାଜ୍ୟ ପ୍ରବକ୍ତା ସହ ସମ୍ପାଦକ ଭାବେ କାମ କରିଥିଲେ। INTUCର ଦାୟିତ୍ଵରେ ବି ରହିଥିଲେ। ପରେ ୨୦୨୪ ନିର୍ବାଚନ ବେଳକୁ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୨୪ ନିର୍ବାଚନରେ ସକ୍ରିୟ ଭୂମିକାରେ ରହିଥିଲେ । ବହୁ ଅପରାଧିକ ମାମଲାର ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଥିଲେ। ଏବେ ଅପେକ୍ଷା ପୋଲିସ ଏହି ହତ୍ୟା ରହସ୍ୟ ଉପରୁ କେବେ ପରଦା ହଟାଉଛି ।

ଅନ୍ୟପଟେ ପୀତବାସ ପଣ୍ଡାଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛି ବିଜେଡି । ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ୧୫ ଘଣ୍ଟା ପରେ ବି ଅପରାଧୀ ଧରା ପଡିନାହାନ୍ତି । ଘଟଣାକୁ ବିଜୁ ଜନତା ଦଳ ନିନ୍ଦା କରିଥିବା ବେଳେ କଂଗ୍ରେସ କହିଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆଗକୁ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ସେପଟେ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଛନ୍ତି, ପୀତବାସଙ୍କ ହତ୍ୟା ଦଳ ଏବଂ ସମାଜ ପାଇଁ ବଡ଼ କ୍ଷତି। ସରକାର ନିଶ୍ଚିତ ଭାବେ ଦୃଢ଼ତାର ସହ କାର୍ଯ୍ୟାନୁଷ୍ଠାନ ନେବେ । କେବେ ବି ଅସାମାଜିକ ତତ୍ତ୍ଵକୁ ପ୍ରସୟ ଦିଆଯିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJP Leader Killed | Odisha BJP Leader & Senior Advocate Pitabas Panda Shot Dead In Berhampur | Argus News