Videos
|
Odisha

BJP Odisha / ପ୍ରଭାରୀଙ୍କ ଗସ୍ତ ପରେ ଆକ୍ସନ ମୋଡରେ ରାଜ୍ୟ ବିଜେପି… ୭ରେ ରାଜ୍ୟବ୍ୟାପୀ ସେବାଜ୍ୟୋତି ଯାତ୍ରା

Ritu Das
Browse all articles by Ritu Das
·1 hour ago·2 min read
ପ୍ରଭାରୀଙ୍କ ଗସ୍ତ ପରେ ଆକ୍ସନ ମୋଡରେ ରାଜ୍ୟ ବିଜେପି… ୭ରେ ରାଜ୍ୟବ୍ୟାପୀ ସେବାଜ୍ୟୋତି ଯାତ୍ରା
India

Key Points

୭ରେ ରାଜ୍ୟବ୍ୟାପୀ ସେବାଜ୍ୟୋତି ଯାତ୍ରା
୧୦ରେ ସମ୍ବଲପୁରରେ ସ୍ଵଚ୍ଛତା ଅଭିଯାନ
ସ୍ଵଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ସାଂସଦଙ୍କ ଆହ୍ଵାନ
୭ରେ ବିଜେପିର ସେବା ଜ୍ୟୋତି ଯାତ୍ରା । ଭୁବନେଶ୍ଵରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ସହ ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ । ୧୦ରେ ସମ୍ବଲପୁରେ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସାମିଲ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ । ଆଉ ସେବା ସଙ୍କଳ୍ପ ଅଭିଯାନ ସରିଲେ, ପ୍ରଭାରୀଙ୍କ ପ୍ଲାନକୁ ଧରି ଗ୍ରାଉଣ୍ଡକୁ ଓହ୍ଲାଇବ ବିଜେପି । ପଞ୍ଚାୟତ, ପୌର ଆଉ ସମବାୟ ନିର୍ବାଚନରେ ବଡ ବିଜୟ ପାଇଁ ଦୁଇ ଦିନ ଧରି ଅଙ୍କ କଷି ଯାଇଛନ୍ତି ଦୁଇ ପ୍ରଭାରୀ।

ସେପ୍ଟେମ୍ବର ୧୭ରୁ ଆରମ୍ବ ହୋଇଥିବା ମାସିକିଆ ସେବା ସଙ୍କଳ୍ପ ଅଭିଯାନ ଭିତରେ ୭ ତାରିଖରେ ବଡ ଆୟୋଜନ । ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ୭୫୦ ଜିଲ୍ଲାରେ ହେବ ସେବା ଜ୍ୟୋତି ଯାତ୍ରା। ଦେଶ ବାସୀଙ୍କୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ। ଓଡିଶାରେ ଭୁବନେଶ୍ଵର ସହ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହେଉଛି ଆୟୋଜନ। ବିନା ଛୁଟିରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଆସିଛନ୍ତି ମୋଦି । ୨୫ ବର୍ଷର ସୁଶାସନ, ଗରିବ କଲ୍ୟାଣ ଏବଂ ବିକାଶ ଯାତ୍ରାକୁ ନେଇ ଲୋକଙ୍କୁ ପାଖକିୁ ଯିବ ଦଳ। ଏହି କାର୍ଯ୍ୟକ୍ରମରେ ଯୋଡି ହେବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛି ରାଜ୍ୟ ବିଜେପି। ଅନ୍ୟପଟେ ୧୦ ତାରିଖରେ ସମ୍ବଲପୁରରେ ଜିଲ୍ଲା ବ୍ୟାପୀ ସ୍ଵଚ୍ଛତା ଅଭିଯାନ। ସ୍ଵଚ୍ଛତାକୁ ଅନ୍ଦୋଳନରେ ପରିଣତ କରିବାକୁ ଆହ୍ଵାନ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ।
 
ଏହି କାର୍ଯ୍ୟକ୍ରମକୁ ଗ୍ରାଉଣ୍ଡ ଜିରୋରେ ସଫଳ କରିବାକୁ ଦୁଇ ଦିନିଆ କାର୍ଯ୍ୟକ୍ରମରେ ଗୁରୁତ୍ଵ ଦେଇଥିଲେ ଡି ପୁରନ୍ଦେଶ୍ଵରୀ। ଆଉ ସେବା ସଙ୍କଳ୍ପ ଅଭିଯାନ ପରେ ପୁରନ୍ଦେଶ୍ଵରୀଙ୍କ ବ୍ଲୁ ପ୍ରିଣ୍ଟ ଧରି ଆଗକୁ ବଢିବ ଦଳ। ପଞ୍ଚାୟତ, ପୌର ଏବଂ ସମବାୟ ନିର୍ବାଚନ ପାଇଁ ଦୁଇ ପ୍ରଭାରୀ କରିଛନ୍ତି ମାନସ ମନ୍ଥନ । ସକାଳେ ପଦାଧିକାରୀ ଏବଂ ସନ୍ଧ୍ୟାରେ ମନ୍ତ୍ରୀ ମଣ୍ଡଳ ସହ କରିଥିଲେ ଆଲୋଚନା। ସରକାରଙ୍କ ପ୍ରଦର୍ଶନ ଲୋକଙ୍କ ପାଖରେ ରଖିବାକୁ ଜୋର ଦିଆଯାଇଛି। ପ୍ରତିଦିନ ଗ୍ରାଉଣ୍ଡରେ କାର୍ଯ୍ୟକ୍ରମ ଜାରି ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ। ଜିଲ୍ଲା ଗୁଡିକର ପ୍ରଭାରୀ ଦାୟୀତ୍ଵରେ ଥିବା ମନ୍ତ୍ରୀ ମାନଙ୍କୁ ସ୍ଵତନ୍ତ୍ର ଭାବେ ନିର୍ଦ୍ଦେଶ ଦିଆଯାଇଛି ।

ସେବା ସଙ୍କଳ୍ପ ଅଭିଯାନ ସରିଲେ ପୁଣି ଓଡିଶା ଗସ୍ତ କରି ଜିଲ୍ଲା ବୁଲିବେ ପ୍ରଭାରୀ। ଆଉ ଖୁବ ଶୀଘ୍ର ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସହ ସଙ୍ଗଠନ ମନ୍ତ୍ରୀ ସୌଦାନ ସିଂ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: