Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather News: IMD DGଙ୍କ ବଡ଼ ସୂଚନା, ଓଡ଼ିଶାକୁ ନାହିଁ ବାତ୍ୟା ଆଶଙ୍କା !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Weather News: IMD DGଙ୍କ ବଡ଼ ସୂଚନା, ଓଡ଼ିଶାକୁ ନାହିଁ ବାତ୍ୟା ଆଶଙ୍କା !

Key Points

ପାର୍ବଣରେ ବର୍ଷା ହେବ କି ନାହିଁ, ଏବେଠୁ କହିହେବ ନାହିଁ।

କିନ୍ତୁ କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉନଥିବା ଆଇଏମଡି ଡିଜି ସୂଚନା ଦେଇଛନ୍ତି।

ଓଡ଼ିଶାକୁ ଆଶ୍ୱସ୍ତି । ରାଜ୍ୟରେ ଟଳିଲା ବାତ୍ୟା ଆଶଙ୍କା । ହେବନି ବାତ୍ୟା କି ହେବନି ଅବପାତ । ଏହି ଖବର ଏବେ ପୂଜା ମାହୋଲକୁ ପୁଣି ଉଜ୍ଜିବୀତ କରିଛି । କାରଣ ବାତ୍ୟା ଆଶଙ୍କା ପରେ ପୂଜା ବଜାର ସତେ ଯେମିତି ଧିମା ହୋଇ ଆସୁଥିଲା । କିନ୍ତୁ ଏବେ ଆଇଏମ୍‌ଡି ଡିଜି ମୃତଞ୍ଜୟ ମହାପାତ୍ରଙ୍କ ବୟାନ ପରେ ହାଲୁକା ହୋଇଛି ମନ ।

ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମଡି ଡିଜି ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ବାତ୍ୟା କିମ୍ବା ଅବପାତ ନାହିଁ। ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁଁ ଦୁଇ ଦିନ ଧରି ବର୍ଷା ହେଉଥିଲା, ତାହା କମିବାକୁ ଲାଗିବ। ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇରହିଛି। ତେଣୁ ବର୍ଷାର ପରିମାଣ ଧୀରେ ଧୀରେ କମିବ। ପାର୍ବଣରେ ବର୍ଷା ହେବ କି ନାହିଁ, ଏବେଠୁ କହିହେବ ନାହିଁ। କିନ୍ତୁ କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉନଥିବା ଆଇଏମଡି ଡିଜି ସୂଚନା ଦେଇଛନ୍ତି।

ସାଧାରଣତଃ ଓଡ଼ିଶାବାସୀଙ୍କ ମନରେ ଅକ୍ଟୋବର ଆସିଲେ ମନରେ ଛନକା ପଶେ। ‘ବାତ୍ୟା’ ଆସି ସବୁ ଛାର୍‌ଖାର୍‌ କରିଦେବ ବୋଲି ଶଙ୍କା ହୁଏ। ତେବେ ପାଣିପାଗ ବିଜ୍ଞାନୀମାନେ ଏନେଇ ଆଶ୍ବସ୍ତ ରହିବାକୁ କହିଛନ୍ତି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ଏବେ ଯାଏଁ ବାତ୍ୟାର କୌଣସି ସୂଚନା ମିଳିନାହିଁ। ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ। ପ୍ରତିବର୍ଷ ବଙ୍ଗୋପସାଗର ଓ ଆରବସାଗରରେ ସାଧାରଣତଃ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ। ତା’ ଭିତରେ ୩ଟି ବାତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ। ମାତ୍ର ଏ ବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ। ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅକ୍ଟୋବରରୁ ଡିସେମ୍ବର ରାଜ୍ୟରେ ଲା-ନିନା ସ୍ଥିତି ଜାରି ରହିବ। ସାମ୍ଭାବ୍ୟ ଲା-ନିନା ବାତ୍ୟାର କାରଣ ବୋଲି ଅନେକ ଭାବିଥା’ନ୍ତି। ଏହା କିଛି ମାତ୍ରାରେ ସତ। ତେବେ ବାତ୍ୟା ସୃଷ୍ଟି ପାଇଁ ଅନେକ କାରକ ଦାୟୀ। ଗତ ୨୪ ବର୍ଷର ତଥ୍ୟକୁ ବିଶ୍ଲେଷଣ କଲେ ଜଣାପଡ଼ୁଛି, ଲା-ନିନା ସମୟରେ ବଙ୍ଗେପସାଗରୀୟ ବାତ୍ୟା ସଂଖ୍ୟା ସାମାନ୍ୟ ଅଧିକ। ସୂଚନାଯୋଗ୍ୟ, ଲା-ନିନା ସମୟରେ ବଙ୍ଗୋପସାଗରରେ ୧୯୯୯ ମସିହାର ମହାବାତ୍ୟା ଓ ୨୦୨୦ର ‘ଅମ୍ଫାନ’ ଦେଖାଯାଇଥିଲା। ତେବେ ସାମୁଦ୍ରିକ ସ୍ଥିତି ଏନ୍‌ସୋ ବ୍ୟତୀତ ଏମ୍‌ଜେଓ ମଧ୍ୟ ବାତ୍ୟା ସୃଷ୍ଟି କରିବା ସହ ଏହାକୁ ଶକ୍ତିଶାଳୀ କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Breathes Easy As IMD DG Rules Out Cyclone Threat | Argus News