Odisha Budget / ବଢିବ ବଜେଟ, ୩ଲକ୍ଷ କୋଟି ଟପିବ ରାଜ୍ୟ ବଜେଟ୍
·5 months ago·2 min read

Key Points
ଏଥର ପୁଣି ବଢିବ ବଜେଟର ଆକାର
୩ ଲକ୍ଷ କୋଟି ଟପିବ ରାଜ୍ୟ ବଜେଟ୍
ଫୋକସରେ ପଂଚାୟତିରାଜ, ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗ

ଏଥର ପୁଣି ବଢିବ ବଜେଟର ଆକାର। ପ୍ରଥମଥର ପାଇଁ ୩ଲକ୍ଷ କୋଟି ଟପିବ ରାଜ୍ୟ ବଜେଟ୍। ଫୋକସରେ ରହିବ ପଂଚାୟତିରାଜ, ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗ ସେହିଭଳି ସହରାଞ୍ଚଳ ବିକାଶ ପାଇଁ ଆସିପାରେ ନୂଆ ଯୋଜନା। ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଯେଉଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ତାହାକୁ ନଜରରେ ରଖି ବଜେଟ୍ରେ ଅର୍ଥ ବରାଦ ହେବ ।
ଆସନ୍ତା ଫେବୃୟାରୀ 20 ତାରିଖ ରେ ରାଜ୍ୟ ବଜେଟ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବଜେଟ ର ଆକାର କୁ ନେଇ ନାନା ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଏଥର 3 ଲକ୍ଷ କୋଟି ଟପିବ ରାଜ୍ୟ ବଜେଟ.. ଗତକାଲି ବସିଥିବା ମନ୍ତ୍ରୀ ପରିଷଦ ବୈଠକ ରେ ଚିଠା ବଜେଟ ଅନୁମୋଦନ ପରେ ସୂଚନା ମିଳିଛି । 2025-26 ଆର୍ଥିକ ବର୍ଷ ରେ 2 ଲକ୍ଷ 90 ହଜାର କୋଟି ଥିଲା ରାଜ୍ୟ ବଜେଟ। ଚଳିତ ବର୍ଷ ପ୍ରାୟ 20 ହଜାର କୋଟି ର ଅଧିକ ବଜେଟ ଆସୁଥିବାରୁ ଟିକସ ଆୟ ଓ ଅଣ ଟିକସ ଆୟ ବୃଦ୍ଧି କରି ପାରନ୍ତି ସରକାର ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ।
ସେପଟେ ଏବେ ବଡ଼ ବଜେଟ ରେ କେଉଁ ବିଭାଗ କୁ କେତେ ଅର୍ଥ ଆବଣ୍ଟନ ହେବ ତାକୁ ନେଇ ବଢିଛି ଚର୍ଚ୍ଚା। ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାକୁ ନଜରରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି। ବିଶେଷ କରି ବିକଶିତ ଗାଁ ବିକଶିତ ଓଡ଼ିଶାରେ ଅଧିକ ପ୍ରକଳ୍ପ କରିବା, ଗ୍ରାମାଞ୍ଚଳ ପାଇଁ ଆଉ କେତୋଟି ନୂଆ ଯୋଜନା କରିବାକୁ ନିଷ୍ପତ୍ତି ହୋଇଛି। ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ଆଗୁଆ ଅର୍ଥ ଅନୁମୋଦନ କରିବାକୁ ଥିବାରୁ ସେଥିପାଇଁ ପଞ୍ଚାୟତିରାଜ ବିଭାଗକୁ ଅଧିକ ଅର୍ଥ ଦିଆଯିବ | ଅର୍ଯ୍ୟୋଦୟ ଗୃହ ଯୋଜନା, ମନରେଗାରୁ ରାମ୍ ଜି ଭି ରାମ୍ ଜି ଯୋଜନା ହେବାକୁ ଥିବାରୁ ଏଥିରେ ରାଜ୍ୟ ଅଂଶ ବଢ଼ିବ ତେଣୁ ଏଥିପାଇଁ ଅଧିକ ଅର୍ଥ ବରାଦ ହେବ ବୋଲି ଜାଣିବାକୁ ମିଳିଛି। ଗ୍ରାମାଞ୍ଚଳରେ ଗମନାଗମନକୁ ସୁଦୃଢ଼ କରିବାକୁ ଅଧିକ ରାସ୍ତା ନିର୍ମାଣ କରାଯିବ। ତେବେ ଏମ ଏସ ଏମ ଇ ଭଳି ବିଭାଗକୁ ବଜେଟ ରେ ପ୍ରାଥମିକତା ଦେଲେ ବିକଶିତ ଭାରତ ଗଠନ ରେ ରାଜ୍ୟ ଆଗକୁ ଯିବ କହିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ତ୍ରିନାଥ ଲେଙ୍କା। ଚାଷୀ, ମହିଳା ଓ ଯୁବକ ଙ୍କୁ ନେଇ ଅଧିକ ଆଶା ରଥିଥିବା ବେଳେ ଏମାନଙ୍କ ପାଇଁ ବଜେଟ ରେ କଣ ରହୁଛି ତାହା ଉପର ସମସ୍ତଙ୍କ ନଜର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories