Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟବରାଦ

Smruti Parija
Browse all articles by Smruti Parija
·1 year ago·4 min read
ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟବରାଦ

ଅର୍ଗସ ବ୍ୟୁରୋ:  ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ । ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି । ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ରହିଛି । 

ସ୍ୱାସ୍ଥ୍ୟ

ବଜେଟରେ ସ୍ୱାସ୍ଥ୍ୟସେବା ପାଇଁ ମୋଟ ୨୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟ ବରାଦ । ସ୍ୱାସ୍ଥ୍ୟ କ୍ଷେତ୍ରକୁ ମୋହନ ସରକାରଙ୍କ ଫୋକସ ଗତ ବର୍ଷ ବଜେଟ ତୁଳନାରେ ୩୨ ପ୍ରତିଶତ ଅଧିକ । ସମୁଦାୟ ରାଜ୍ୟ ବଜେଟର ୮ ପ୍ରତିଶତ । 
 

ଲକ୍ଷପତି ଦିଦି ଯୋଜନା

ସ୍ବୟଂ ସହାୟକ ଗୋଷ୍ଠୀର ପ୍ରଚାର ପାଇଁ ଲକ୍ଷପତି ଦିଦି ସୃଷ୍ଟି ହେବେ
ଓଡ଼ିଶାରେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବେ
ଓଡିଶାରେ ସୃଷ୍ଟି ହେବେ ୨୫ ଲକ୍ଷ ‘ଲକ୍ଷପତି ଦିଦି’

ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୧ ହଜାର ୧୬୨ କୋଟି ଟଙ୍କା

ଅନାଥ ଶିଶୁମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଆସିଲା ଯଶୋଦା ଯୋଜନା

ବଜେଟରେ ବ୍ୟୟ ବରାଦ ହୋଇଛି ୮୩ କୋଟି 

ମହିଳା ଓ ଶିଶୁ କଲ୍ୟାଣ 

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି ପାଇଁ ବଜେଟରେ ୧୭ ହଜାର ୯ଶହ ୪୨ କୋଟି ଟଙ୍କା ବ୍ୟୟ ବରାଦ । 

ସୁଭଦ୍ରା ଯୋଜନା 

ବଜେଟରେ ମୋହନ ମାଝୀଙ୍କ ବଡ ଘୋଷଣା

ମହିଳାଙ୍କ ପାଇଁ ଆରମ୍ଭ ହେବ ସୁଭଦ୍ରା ଯୋଜନା

ରାଜ୍ୟ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ।

କୃଷି ପାଇଁ ୩୩ ହଜାର କୋଟି 

କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ବଜେଟ ଆକାର ବଢ଼ିଲା

ଗତବର୍ଷ କୃଷି ବଜେଟ ଥିଲା ୨୪, ୮୨୯ କୋଟି

ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି 

ଶ୍ରୀମନ୍ଦିର ପାଇଁ ୫୦୦ କୋଟି

ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ସମୃଦ୍ଧ କୃଷକ ଯୋଜନା

ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା
ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ
ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା

ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ
କୁଇଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କା ପାଇବେ ଚାଷୀ
 

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୧୩୯କୋଟି

ମେଧାବୃତ୍ତି ପାଇଁ ୧୧ଶହ ୭୦ କୋଟି ଟଙ୍କା ବ୍ୟୟବରାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଦଳିଲା BSKY ନାଁ

ରାଜ୍ୟରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ୫ ହଜାର ୪୫୦ କୋ

ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୨ହଜାର ୪୬୨ କୋଟି

ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨,୦୯୫ କୋଟି

ଆୟୁସ୍ମାନ ଭାରତ ପାଇଁ ୫୦୦ କୋଟିର ବ୍ୟୟବରାଦ
ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ବ୍ୟୟବରାଦ

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟବରାଦ
ସହରାଞ୍ଚଳରେ ପାନୀୟ ଜଳ ସୁବିଧା ପାଇଁ ୩୫୭ କୋଟିର ବ୍ୟୟବରାଦ
ନୂଆ ସହର ବିକାଶ ପାଇଁ ୯୧୮ କୋଟି ଟଙ୍କାର ବ୍ୟୟବରାଦ
ମମତା ଏବଂ PMMVY ପାଇଁ ୫୨୧ କୋଟି

ମହାନଦୀ ନବୀକରଣ ପାଇଁ କମିଟି

ମହାନଦୀ ନବୀକରଣ ପାଇଁ ବୈଷୟିକ କମିଟି ଗଠନ
ବୈଷୟିକ କମିଟି ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ଶହ କୋଟି

ପର୍ଯ୍ୟଟନର ବିକାଶ ପାଇଁ ୮୦୦କୋଟି
ପର୍ଯ୍ୟଟନସ୍ଥଳୀର ବିକାଶ ଓ ପରିଚାଳନ ପାଇଁ ୪୪୫ କୋଟି
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ପାଇଁ ୨୦ କୋଟି

ରାଜ୍ୟରେ ଲାଗୁ ହେବ ସମଗ୍ର ଶିକ୍ଷା ଯୋଜନା
ସମଗ୍ର ଶିକ୍ଷା ଯୋଜନା ପାଇଁ ୩ ହଜାର ୭୯୧ କୋଟି
ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୬ ହଜାର ୧୮୦ କୋଟି

ସେତୁବନ୍ଧନ ଯୋଜନା ପାଇଁ ୧୯୯୦ କୋଟି
ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୨ହଜାର ୩୧୯ କୋଟି
ରାଜ୍ୟରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୮୩୯ କୋଟି

ବେସାମରିକ ବିମାନ ଚଳାଚଳ ପାଇଁ ୩୭୨ କୋଟି
ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୬୦୦ କୋଟି
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ପାଇଁ ୨୦୦ କୋଟି

ସାମାଜିକ ସୁରକ୍ଷା ଭତ୍ତା ୩୫୦୦


ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ
ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା
୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ବର୍ଦ୍ଧିତ ଭତ୍ତା

ଶିଳ୍ପ ବିଭାଗ ପାଇଁ ବଜେଟରେ ୮୦୮ କୋଟି ଟଙ୍କା ବ୍ୟୟବରାଦ
୨୦୨୭ ସୁଦ୍ଧା ରାଉରକେଲା, ସମ୍ବଲପୁର, ପାରାଦୀପ, ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡର ବିକାଶ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ 
କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ

ଅନାଥ ଶିଶୁଙ୍କ ପାଇଁ 'ଯଶୋଦା'

ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’

ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଯୋଜନା ‘ଯଶୋଦା’

ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ

ଭୁବନେଶ୍ବରରେ ହେବ ନୂଆ ଷ୍ଟାଡିୟମ


ଭୁବନେଶ୍ବରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା 
ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି

ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା

ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ନୂଆ ଯୋଜନା ‘ମାଧୋ ସିଂହ ହାତ ଖର୍ଚ୍ଚ’ 
ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ପିଲାଙ୍କୁ ମିଳିବ ଟଙ୍କା
ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା

ବଦଳିଲା ମୋ ସ୍କୁଲ ନାଁ
ମୋ ସ୍କୁଲ ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ
ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି

ମିଲେଟ୍ ଚାଷ ପାଇଁ ମୋହନ ସରକାର ଶ୍ରୀ ଅନ୍ନ ଅଭିଯାନ
ବଜେଟରେ ୬୪୯ କୋଟି ଟଙ୍କା ବ୍ୟୟବରାଦ
ପ୍ରଧାନମନ୍ତ୍ରୀ ପଂସଲ ବୀମା ପାଇଁ ୬ ଶହ କୋଟି ଟଙ୍କାର ପ୍ରସ୍ତାବ 
ଜୈବିକ ଚାଷକୁ ପ୍ରତ୍ସୋହିତ କରିବା ପାଇଁ ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ

ମେକ୍‌ ଇନ୍‌ ଓଡ଼ିଶା ଜାଗାରେ ଉତ୍କର୍ଷ ଉତ୍କଳ
ମେକ୍‌ ଇନ୍‌ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ
ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ
୨୦୨୯ ସୁଦ୍ଧା ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଯୋଜନା 
୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ବି ଲକ୍ଷ୍ୟ

ମାଗଣା ବିଜୁଳି ପାଇଁ ସହାୟତା
ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା 
ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି
୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି
ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା

Sponsored
odisha-budget-highlights | Argus News