Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଣିକି ସାମାଜିକ ସୁରକ୍ଷା ଭତ୍ତା ମିଳିବ ୩୫୦୦ ଟଙ୍କା

Smruti Parija
Browse all articles by Smruti Parija
·1 year ago·1 min read
ଏଣିକି ସାମାଜିକ ସୁରକ୍ଷା ଭତ୍ତା ମିଳିବ ୩୫୦୦ ଟଙ୍କା

ଭୁବନେଶ୍ୱର: ଖୁସି ଖବର । 3 ଗୁଣା ବଢିଲା ସାମାଜିକ ସୁରକ୍ଷା ଭତ୍ତା । ଏଣିକି ସାମାଜିକ ସୁରକ୍ଷା ଭତ୍ତା ମିଳିବ ୩୫୦୦ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ । ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ବର୍ଦ୍ଧିତ ଭତ୍ତା ।  ରାଜ୍ୟରେ ପ୍ରାୟ ୩୬.୭୫ ଲକ୍ଷ ହିତାଧିକାରୀ ଏବେ ମାସିକ ଭତ୍ତା ପାଉଛନ୍ତି । ଗତ ଫେବୃୟାରୀ ମାସରେ ରାଜ୍ୟର ତତକାଳୀନ ବିଜେଡି ସରକାର ଏହି ହିତାଧିକାରୀଙ୍କ ମାସିକ ଭତ୍ତା ପରିମାଣ ୫୦୦ଟଙ୍କା ବୃଦ୍ଧି କରିଥିଲେ । ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ବିଜେପି ସରକାର ପ୍ରତିଶୃତି ରଖି ଭତ୍ତା ଟଙ୍କା 3500କୁ ବୃଦ୍ଧି କରିଛନ୍ତି । 

ମଧୁବାବୁ ପେନସନ ଯୋଜନାରେ 4487 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଅଭିଯାନ ପାଇଁ 56 କୋଟି ଟଙ୍କା । ଆଢଭାନ୍ସଡ୍ ରିହାବିଲିଟେସନ ସେଣ୍ଟର ପାଇଁ 22 କୋଟି ଟଙ୍କା ବ୍ୟୟବରାଦ ହୋଇଛି। 

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟବରାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-budget-update-social security allowance will be Rs 3500 | Argus News