Indian Railway / ରେଳ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ରଚିବ ନୂଆ ଇତିହାସ

Key Points
୨୦୨୬, ମାର୍ଚ୍ଚ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ରହିଛି ଲକ୍ଷ୍ୟ ।
ରେଳ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ରଚିବ ନୂଆ ଇତିହାସ। ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପ୍ରକଳ୍ପ ନୟାଗଡ଼ରେ ନିର୍ମାଣ ହେଉଛି ଦେଶର ଦ୍ଵିତୀୟ ଦୀର୍ଘତମ ରେଳ ବ୍ରିଜ୍ ବା ଭାୟାଡକ୍ଟ । ୪.୭୭ କିମି ଦୈର୍ଘ୍ୟ ବିଶିଷ୍ଟ ପୋଲ ଦଶପଲ୍ଲା ଜାମୁସାହିରୁ ଗୁରାହ କୁଲୁରୁକୁମ୍ପା ମଧ୍ଯରେ ନିର୍ମାଣ ଚାଲିଛି । ବୃହତ ବୃତ୍ତଙ୍ଗ ଜଳସେଚନ ବୁଡ଼ି ଅଞ୍ଚଳକୁ ଲକ୍ଷ୍ୟ କରି ନିର୍ମାଣ କରାଯାଉଛି । ଭବିଷ୍ୟତରେ ଏହି ଲାଇନ୍ରେ ଭିଷ୍ଟାଡୋମ୍ ଟ୍ରେନ୍ ଚଳାଇବାକୁ ଯୋଜନା ରହିଛି ।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ । ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁର ହେଉଛି ନିର୍ମାଣ। ପୂର୍ବତଟ ରେଳ ବିଭାଗ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ୩୦୧ କିମି ଦୈର୍ଘ୍ୟ ଏହି ରେଳପଥ ମଧ୍ୟରେ ଦଶପଲ୍ଲା ନିକଟରେ ନିର୍ମାଣ ଚାଲିଛି ଦେଶର ଏହି ଦ୍ବିତୀୟ ବୃହତ ରେଳ ସେତୁ। ଆସାମର ବଗିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ ହେବ।
ଦଶପଲ୍ଲା ଜାମୁସାହିରୁ ଗୁରାହ କୁଲୁରୁକୁମ୍ପା ମଧ୍ୟରେ ନିର୍ମାଣ ହେଉଥିବା ଏହି ସେତୁର ଲମ୍ବ ୪.୭୭ କିମି ରହିଛି। ୧୮୨ଟି ସ୍ପାନ୍ ସହ ନିର୍ମାଣ ହେଉଥିବା ସେତୁର ଖୁମ୍ବଗୁଡ଼ିକ ବେଶ୍ ସୁଦୃଢ଼। ଏହି ଖୁମ୍ବଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଭଚ୍ଚ ହେବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ୬୦ ପ୍ରତିଶତ ସ୍ଥାନର ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ରହିଛି ଲକ୍ଷ୍ୟ।
ଦେଶର ଏହି ଦ୍ଵିତୀୟ ଦୀର୍ଘତମ ରେଳ ବ୍ରିଜ୍ ମାଟିରୁ ୮୦ ଫୁଟ୍ ଉପରେ ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଉପଭୋଗ କରାଇପାରିବା ସହ ଏହି ଲାଇନରେ ଯାତ୍ରୀମାନେ ଭିଷ୍ଟଜୋମ୍ ଟ୍ରେନ୍ ରେ ବସି ନଦୀ, ଜଙ୍ଗଲ ଓ ପାହାଡ଼ର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବେ।
📱 Get Argus News App
✨Related Topics
Explore more stories