Bus Fare Increased / ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପରେ ଘରୋଇ ବସ୍ ଭଡ଼ାରେ ବୃଦ୍ଧି
·1 hour ago·2 min read

Key Points
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ଘରୋଇ ବସ୍ ଭଡ଼ା ବୃଦ୍ଧି
ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି
କିଲୋମିଟରକୁ ପୂର୍ବରୁ ଥିଲା ୮୮ ପଇସା, ଏବେ ହେଲା ୯୦ ପଇସା
ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ଥିଲା ୯୨ ପଇସା, ହେଲା ୯୪ ପଇସା

କଟକ: ତୈଳଦର ବୃଦ୍ଧି ପରେ ଘରୋଇ ବସ୍ ଭଡ଼ା ବଢ଼ିଲା । ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ିବା ପରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଛି । ଘରୋଇ ବସ୍ ଭଡ଼ା ବୃଦ୍ଧି ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।
ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ଏକ କିଲୋମିଟରକୁ ପୂର୍ବରୁ ୮୮ ପଇସା ଭଡ଼ା ରହିଥିବା ବେଳେ ଏବେ ତାହା ୯୦ ପଇସାରେ ପହଞ୍ଚିଛି । ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିବାବେଳେ ଏବେ ୯୪ ପଇସା ହୋଇଛି ।
ଏଥିସହ ପଢ଼ନ୍ତୁ: ଦେଶରେ ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର; ଆଜିଠୁ ନୂଆ ଦର ଲାଗୁ
ସେହିପରି ଡିଲକ୍ସ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୧ ଟଙ୍କା ୨୭ ପଇସା ରହିଥିଲା । ଏବେ ତାହା କିଲୋମିଟର ପିଛା ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି । ସୁପର୍ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୫୫ ପଇସା ରହିଥିଲା, ତାହା ୧ ଟଙ୍କା ୫୯ ପଇସା ହୋଇଛି ।
ସୁପର୍ ପ୍ରିମିୟମ୍ ବସ୍ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୪୧ ପଇସା ଥିଲା, ଏବେ ତାହା ୨ ଟଙ୍କା ୪୭ ପଇସା ହୋଇଛି । ବର୍ଦ୍ଧିତ ବସ୍ ଭଡ଼ା ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି ।
ପରିବହନ ବିଭାଗର ବୈଠକ
ସେପଟେ ତୈଳ ସଂକଟ ଓ ପରିବହନ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପରିବହନ ସେବାକୁ ସ୍ଵାଭାବିକ ରଖିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ପ୍ରାୟ ଏକ ଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକରେ ତୈଳ ବିତରଣକାରୀ କମ୍ପାନୀ ଏବଂ ବସ୍ ଓ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ,ଲୋକଙ୍କ ଭିଡ଼ ଯୋଗୁଁ 50 ପ୍ରତିଶତ ଚାହିଦା ବଢିଛି: ଯୋଗାଣ ମନ୍ତ୍ରୀ
ବସ୍ ପାଇଁ ପେଟ୍ରୋଲ୍ ପମ୍ପ ଚିହ୍ନଟ
ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ମହାସଂଘ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି । ଯାତ୍ରୀବାହୀ ବସ୍ ଯେପରି ଡିଜେଲ ଅଭାବରୁ ଅଧା ବାଟରେ ଅଟକି ନ ରୁହେ, ସେଥିପାଇଁ ପ୍ରତି ଜିଲ୍ଲାରେ ୨ରୁ ୩ଟି ପେଟ୍ରୋଲ ପମ୍ପକୁ ଚିହ୍ନଟ କରାଯିବ । ଏହି ନିର୍ଦ୍ଦିଷ୍ଟ ପମ୍ପ ଗୁଡ଼ିକରୁ କେବଳ ବସ୍ ଗୁଡିକ ହିଁ ତେଲ ନେଇପାରିବେ ।
ବୈଠକରେ ଉପସ୍ଥିତ ଥିବା IOCL, BPCL ଏବଂ HPCL ଭଳି ପ୍ରମୁଖ ତୈଳ କମ୍ପାନୀର ପ୍ରତିନିଧିମାନେ ରାଜ୍ୟରେ ଇନ୍ଧନ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ବସ୍ ମାଲିକ ସଂଘର ପ୍ରସ୍ତାବରେ କମ୍ପାନୀ କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି । ଏଥିସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତୈଳ ଯୋଗାଣ ସ୍ଥିତି ସମ୍ପୂର୍ଣ୍ଣ ସ୍ଵାଭାବିକ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ତୈଳ ସଂକଟ ନାହିଁ ବୋଲି ଆଇଓସିଏଲ ଅଧିକାରୀ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories