ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବକୁ ମୋହର, ଚାକିରି ବୟସସୀମା 32 ବର୍ଷରୁ 42କୁ ବୃଦ୍ଧି
·1 year ago·1 min read

Key Points
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବକୁ ମୋହର
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବକୁ ମୋହର । ସରକାରୀ ଚାକିରି ପ୍ରବେଶ କ୍ଷେତ୍ରରେ ବଡ଼ ନିଷ୍ପତି। ବୟସସୀମା 32 ବର୍ଷ ରୁ 42 ବର୍ଷ କୁ ବୃଦ୍ଧି। ରାଜ୍ୟରେ AI କୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦିଆଯିବ। AI ନୀତିକୁ ମିଳିଲା ଅନୁମୋଦନ। AI କ୍ଷେତ୍ରରେ ସ୍ଟାଟପ କୁ ପ୍ରୋତ୍ସାହନ ଦିଆଯିବ। ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦି ର ଉର୍ନତି ମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣ କୁ ଅନୁମୋଦନ। ୩୬ ମାସ ମଧ୍ୟ ରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ।
ଜଗତସିଂହପୁର ରେ ଥିବା JSW ନିର୍ମାଣ କରିବ ନିଜସ୍ୱ ଜେଟି। ଏଥି ପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମା କୁ ଅନୁମୋଦନ କଲା କ୍ୟାବିନେଟ। 3450 ଲୋଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ନିଯୁକ୍ତି ମିଳିବ। ଓଡିଶା ଚକ୍ଷୁ ସେବା ପାଇଁ ପାଇଁ 141 ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତି ଭିତିରେ 200 ଟି ପଦବୀ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: