Cabinet Meeting / ସରିଲା କ୍ୟାବିନେଟ୍ ବୈଠକ, ୪ ବିଭାଗର ୫ ପ୍ରସ୍ତାବ ଅନୁମୋଦିତ
·8 months ago·2 min read

Key Points
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା କ୍ୟାବିନେଟ୍ ବୈଠକ
୪ ବିଭାଗର ୫ ପ୍ରସ୍ତାବ ଅନୁମୋଦିତ ହୋଇଛି
୪ ବିଭାଗର ୫ ପ୍ରସ୍ତାବ ଅନୁମୋଦିତ ହୋଇଛି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରିଲା କ୍ୟାବିନେଟ୍ ବୈଠକ । ଏହି ୨୯ ତମ କ୍ୟାବିନେଟ୍ ବୈଠକରେ ୪ ବିଭାଗ ର ୫ ପ୍ରସ୍ତାବ ଅନୁମୋଦିତ ହୋଇଛି । ଯାହା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
୫ଟି ପ୍ରସ୍ତାବ କଣ କଣ?
୧- ଆଗାମୀ ୧୦ ବର୍ଷ ପାଇଁ ୨୦୦ ଟି ଇ-ବସ ରାଜ୍ୟରେ ଚାଲିବ । ଯେଉଁଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ ବସ ଚାଲିବ । ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ ଚାଲିବ । ଏଥିପାଇଁ ୯୫୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ ।
୨- ଏଣିକି ଏହାର ଯୋଜନା ପାଇଁ ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ । ଏଥିପାଇଁ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
୩- ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କ୍ଷୁଦ୍ର ପ୍ରାଣୀ ଉନ୍ନୟନ ଉପ ଯୋଜନାକୁ କ୍ୟାବିନେଟର ମୋହର ବାଜିଛି । ଏହି ଯୋଜନା ଆସନ୍ତା ୪ ବର୍ଷ ପାଇଁ ୨୯୪.୩୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନା ଦ୍ୱାରା ୨୩ ହଜାର ୭୩୫ କୃଷକ ଉପକୃତ ହେବେ । ରାଜ୍ୟର ଅତିରିକ୍ତ ଭାବେ ୫.୨ କେଜି ମୁଣ୍ଡା ପିଛା ବାର୍ଷିକ ମାଛ, ୭.୪ କେଜି ମୁଣ୍ଡା ପିଛା ବାର୍ଷିକ ମାଂସ ଉତ୍ପାଦନ ବୃଦ୍ଧି ହେବ ।
୪- ବିମାନ ଚଳାଚଳ କ୍ଷେତ୍ର ପାଇଁ ଭିତ୍ତିଭୂମି ବିକାଶ ଓ ଆଧୁନୀକରଣ ପାଇଁ ଖର୍ଚ୍ଚ ହେବ ୪.୧୮୨ କୋଟି ଟଙ୍କା । ଏହାକୁ କ୍ୟାବିନେଟ୍ ର ମୋହର ବାଜିଛି । ବିମାନ ସଂଯୋଗ, ରକ୍ଷଣାବେକ୍ଷଣ, ମରାମତି, କର୍ଗୋ ଓ ଲଜେଷ୍ଟିକ ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର ଇତ୍ୟାଦି ଅର୍ନ୍ତଭୁକ୍ତ ରହିଛି ।
୫- ଫସଲ ବିବିଧିକରଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫୨୩.୯୮ କୋଟି ଟଙ୍କା ।
ତେବେ ଆଗାମୀ ଦିନରେଏହି ସମସ୍ତ ପ୍ରସ୍ତାବ ଉପରେ ଯଥାଶୀଘ୍ର କାମ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories