Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକଶିତ ହେଲେ ଗାଁ ବିକଶିତ ହେବ ଓଡିଶା

Smruti Parija
Browse all articles by Smruti Parija
·1 year ago·2 min read
ବିକଶିତ ହେଲେ ଗାଁ ବିକଶିତ ହେବ ଓଡିଶା

Key Points

ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା ।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ରେ ଗାଁର ବିକାଶ ପାଇଁ ନିଷ୍ପତ୍ତି ନିଆଯାଇଛି । ଗ୍ରାମାଞ୍ଚଳ ଓଡିଶାରେ ତ୍ୱରିତ ଏବଂ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । 2024-25 ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 1000 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏହାର ଅବଧି ସରକାରଙ୍କ ନିଷ୍ପତ୍ତି ଦ୍ୱାରା ବୃଦ୍ଧି କରାଯାଇପାରେ ।


ଗ୍ରାମାଞ୍ଚଳ ଓଡିଶାରେ ତ୍ୱରିତ ଏବଂ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । 2024-25 ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 1000 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏହାର ଅବଧି ସରକାରଙ୍କ ନିଷ୍ପତ୍ତି ଦ୍ୱାରା ବୃଦ୍ଧି କରାଯାଇପାରେ ।


ଗ୍ରାମାଞ୍ଚଳ ଓଡିଶାରେ ତ୍ୱରିତ ଏବଂ ସାମଗ୍ରିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବା , ତଥା ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ବିଭିନ୍ନ ସ୍ଥାୟୀ ଉନ୍ନୟନମୂଳକ ପ୍ରକଳ୍ପମାନ ଯଥା ଅପହଞ୍ଚ ଗାଁକୁ ରାସ୍ତା ଦ୍ୱାରା ସଂଯୋଗୀକରଣ , ସର୍ବସାଦାରଣଙ୍କ ସୁବିଧା ପାଇଁ ସମ୍ପଦ ସୃଷ୍ଟି କରିବା, ଶିକ୍ଷା ଏବଂ କ୍ରୀଡା ଭିତ୍ତିଭୂମିର ଉନ୍ନତିକରଣ , କ୍ଷୁଦ୍ର ପର୍ଯ୍ୟଟନ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଯୋଜନାରେ ଉଭୟ ଗ୍ରାମ ମଧ୍ୟସ୍ଥ ସଡକ ଏବଂ ଗ୍ରାମଗୁଡିକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରାଯିବ । ଏହି ଯୋଜନାରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଉନ୍ନୟନ ମୂଳକ ଗୋଷ୍ଠୀଭିତ୍ତିକ ସମ୍ପଦ ସୃଷ୍ଟି ପାଇଁ ପ୍ରକଳ୍ପମାନ ନିର୍ମାଣ କରାଯିବ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟର ଗୁଣବତ୍ତା, ସୃଷ୍ଟି ହୋଇଥିବା ସମ୍ପଦର ରକ୍ଷଣାବେକ୍ଷଣ ତଥା ତଦାରଖର ଉତ୍ତରଦାୟିତ୍ୱ ଗୋଷ୍ଠୀ ସମୁଦାୟ ଉପରେ ନ୍ୟସ୍ତ ରହିବ ।


ଆବଶ୍ୟକତା ଭିତ୍ତିରେ ପାଞ୍ଚ ବର୍ଷ ସମ୍ଭାବ୍ୟ ପ୍ରକଳ୍ପ ତାଲିକା ଏବଂ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ଗ୍ରାମ ସଭା ଦ୍ୱାରା ପ୍ରସ୍ତୁତ ହେବ ଏବଂ ଗ୍ରାମ ପଞ୍ଚାୟତ ଦ୍ୱାରା ବ୍ଲକକୁ ସୁପାରିଶ କରାଯିବ । ଏଥିସହିତ ସମ୍ଭାବ୍ୟତା, ଗ୍ରହଣୀୟତା ଏବଂ ଆର୍ଥିକ ସୀମା ଆଧାରରେ ବଲ୍କ ସ୍ତରରେ ବୈଷୟିକ କମିଟି ଦ୍ୱାରା ପ୍ରକଳ୍ପ ତାଲିକା ଯାଞ୍ଚ କରାଯିବ । ପ୍ରକଳ୍ପର ତାଲିକା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ ହେବ ।


ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସହ ଅନ୍ୟ ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

Sponsored