୧୦ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ, ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ

Key Points
କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ
ପ୍ରତି ପଞ୍ଚାୟତରେ ଗୋଟିଏ ଆଦର୍ଶ ବିଦ୍ୟାଳୟ
ଖର୍ଚ୍ଚ ହେବ ୧୨ ହଜାର କୋଟି ଟଙ୍କା
ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସହ ଅନ୍ୟ ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
ପ୍ରତି ଉଚ୍ଚ ବିଦ୍ୟାଳୟକୁ ସୁଦୃଢ଼ କରାଯିବ । ସ୍ମାର୍ଟ ବିଦ୍ୟାଳୟ ପାଇଁ ପ୍ରାଥମିକ ବିଦ୍ୟାଳୟ ଫିଡର ସ୍କୁଲ୍ ରହିବ । ପ୍ରତି ପଞ୍ଚାୟତରେ ଗୋଟିଏ ଆଦର୍ଶ ବିଦ୍ୟାଳୟ ରହିବ । ମଡେଲ୍ ସ୍କୁଲର ନାଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ । ସମସ୍ତ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ କରାଯିବ । ଜାତୀୟ ଶିକ୍ଷା ନୀତି ଅନୁସାରେ ବ୍ୟବସ୍ଥା କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପାଠ ପଢ଼ିବେ ।
ରାଜ୍ୟର ୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ । ସେଇଠୁ ପିଲା ହାଇସ୍କୁଲ୍ ଯିବେ । ଗୋଟିଏ ଆଦର୍ଶ ବିଦ୍ୟାଳୟ ଲାଗି କୋଟିଏରୁ ୫ କୋଟି ଖର୍ଚ୍ଚ ହେବ । ୪ ବର୍ଷ ମଧ୍ୟରେ କାର୍ଯ୍ୟ ସରିବ । ଚଳିତ ବର୍ଷ ୧୧୪ଟି ବିଦ୍ୟାଳୟ ସାମିଲ୍ ହେବେ । ପରବର୍ତ୍ତୀ ସମୟରେ ସବୁ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ହେବ । ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସମଗ୍ର ଶିକ୍ଷା ଯୋଜନା ଅର୍ଥରୁ ମଧ୍ୟ ଟଙ୍କା ଦିଆଯିବ ।
📱 Get Argus News App
✨ଫେବ୍ରୁଆରୀ ୫, ୬ ଓ ୭ରେ ଓଡ଼ିଶା ଆସିବେ ଷୋଡ଼ଶ ଅର୍ଥ କମିଶନ । ଅର୍ଥ କମିଶନ ନିକଟରେ ଓଡ଼ିଶା ଦାବି ରଖିବ । ଓଡ଼ିଶା ୫ ବର୍ଷ ଲାଗି ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖାଯିବ । ଅର୍ଥ କମିଶନ ଆସିବା ସମୟରେ ୨୦୨୬ରୁ ୨୦୩୧ ବର୍ଷରେ ଉନ୍ନତିକରଣ କାର୍ଯ୍ୟ ଲାଗି ଅର୍ଥ ଦାବି କରାଯିବ ।
ଓଡ଼ିଶାରେ ସେମିକଣ୍ଡକ୍ଟର କାରଖାନା ଲାଗି ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିମିଟେଡ୍କୁ ୫୦ ପ୍ରତିଶତ ଇନସେଣ୍ଟିଭ୍ ଦିଆଯିବ । ପୂର୍ବରୁ ସରକାର ୩୦ ପ୍ରତିଶତ ଦେଉଥିଲେ, ୨୦ ପ୍ରତିଶତ ଟପଅପ୍ ଆକାରରେ ଦିଆଯିବ । ଏଥିପାଇଁ ୨ଟି ପର୍ଯ୍ୟାୟ ୧୧୦ କୋଟି ଖର୍ଚ୍ଚ ହେବ । ୭୫୦ରୁ ଅଧିକ ଜଣଙ୍କୁ ନିଯୁକ୍ତି ମିଳିବ ।
କୃଷି ବିଭାଗର ଶୀତଳ ଭଣ୍ଡାର ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ନୂଆ ଶୀତଳ ଭଣ୍ଡାର ଲାଗି ପୁଞ୍ଜି ବିନିଯୋଗ ସବସିଡ୍ ଦିଆଯିବ । ଅନୁସୂଚିତ ଅଞ୍ଚଳ ସହ ମହିଳା ଓ ତୃତୀୟ ଲିଙ୍ଗୀଙ୍କୁ ସହାୟତା ମିଳିବ । ମୋଟ ପୁଞ୍ଜି ବ୍ୟୟର ୬୦ ପ୍ରତିଶତ ସବସିଡ୍ ମିଳିବ । ସର୍ବାଧିକ ୬ କୋଟି ୫୦ ଲକ୍ଷ ଟଙ୍କା ଦିଆଯିବ । ଅନ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ବ୍ୟୟର ୫୦ ପ୍ରତିଶତ ଅର୍ଥାତ୍ ୬ କୋଟି ପର୍ଯ୍ୟନ୍ତ ସବସିଡ୍ ମିଳିବ ।