Videos
|
Odisha

Cabinet Decesion / ୧୨ ବିଭାଗର ୧୮ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ପ୍ରଶାସନିକ ତ୍ରୁଟି ଯୋଗୁଁ ପେନସନ୍ ବିଳମ୍ବ ହେଲେ ମିଳିବ ସୁଧ

Sushanta Sahoo
Browse all articles by Sushanta Sahoo
·29 mins ago·2 min read
୧୨ ବିଭାଗର ୧୮ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ପ୍ରଶାସନିକ ତ୍ରୁଟି ଯୋଗୁଁ ପେନସନ୍ ବିଳମ୍ବ ହେଲେ ମିଳିବ ସୁଧ
Major Changes in Pension Rules

Key Points

୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଓଡ଼ିଶା ଜନ ବିଶ୍ଵାସ ବିଲ୍-୨୦୨୬କୁ ମଞ୍ଜୁରୀ ମିଳିଛି । ଇଜ୍ ଅଫ୍ ଡୁଇଂ ବିଜନେସ ଉପରେ ଗୁରୁତ୍ଵ ଦିଆଯାଇଥିବା ବେଳେ ସିଭିଲ୍ ସର୍ଭିସ୍ ପେନସନ୍ ରୁଲକୁ ଅନୁମୋଦନ କରାଯାଇଛି ।
ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

ଓଡ଼ିଶା ଜନ ବିଶ୍ଵାସ ବିଲ୍-୨୦୨୬କୁ ମଞ୍ଜୁରୀ ମିଳିଛି । ଇଜ୍ ଅଫ୍ ଡୁଇଂ ବିଜନେସ ଉପରେ ଗୁରୁତ୍ଵ ଦିଆଯାଇଥିବା ବେଳେ ସିଭିଲ୍ ସର୍ଭିସ୍ ପେନସନ୍ ରୁଲକୁ ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ ଢାଞ୍ଚାରେ ଲାଗୁ ହେବ ପେନସନ ରୁଲ୍ ।

କ୍ୟାବିନେଟ୍‌ରେ MSME ଜିଲ୍ଲା ଅମଲା କ୍ୟାଡର୍ ପୁନର୍ଗଠନକୁ ମଞ୍ଜୁରୀ ଦିଆଯାଇଛି । MSME ବିଭାଗ ଅଧୀନ ଜିଲ୍ଲା ଅମଲା କ୍ୟାଡରର ନୂଆ ନିୟମାବଳୀ, ୨୦୨୬ ପ୍ରଣୟନ ହେବ । ୩୧ଟି ଜିଲ୍ଲା ଶିଳ୍ପ କେନ୍ଦ୍ରର ଅମଲା କ୍ୟାଡର୍ ପୁନର୍ଗଠିତ କରାଯିବ । ଅନ୍ୟ ବିଭାଗ ସହ ସମାନତା ଓ ସୁବ୍ୟବସ୍ଥିତ ପଦାନୁକ୍ରମ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି ।

MSME ନୂଆ ନିୟମର ମୁଖ୍ୟ ଉଦ୍ଦେଶ୍ୟ


କର୍ମଚାରୀଙ୍କ ନିଯୁକ୍ତି, ପଦୋନ୍ନତି ଓ ସେବା ସର୍ତ୍ତାବଳୀ ସୁନିୟନ୍ତ୍ରିତ ହେବ । ଜିଲ୍ଲା ଶିଳ୍ପ କେନ୍ଦ୍ରଗୁଡ଼ିକର ସାଂଗଠନିକ ଢାଞ୍ଚା ସୁଦୃଢ଼ ହେବ । ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ଓ ସମୟାନୁବର୍ତ୍ତୀ ସେବା ପ୍ରଦାନ ସୁନିଶ୍ଚିତ କରାଯାଇ ପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶା ‘ଜନ ବିଶ୍ଵାସ ବିଲ୍ ୨.୦’କୁ ଅନୁମୋଦନ କରିଛି ରାଜ୍ୟକ୍ୟାବିନେଟ୍ । ୧୧ଟି ବିଭାଗର ୧୬ଟି ରାଜ୍ୟ ଆଇନରେ ୬୨ଟି ସଂଶୋଧନ ପ୍ରସ୍ତାବ ରହିଛି । ଲାଇସେନ୍ସ ଓ ଅନୁମତି ପ୍ରକ୍ରିୟା ଅଧିକ ସରଳ ହେବ ।

ଜନ ବିଶ୍ଵାସ ବିଲ୍‌ର ମୁଖ୍ୟ ବୈଶିଷ୍ଟ୍ୟ

କ୍ଷୁଦ୍ର ଓ ପ୍ରକ୍ରିୟାଗତ ଭୁଲ୍ ପାଇଁ ଜେଲଦଣ୍ଡ ବଦଳରେ କେବଳ ଆର୍ଥିକ ଦଣ୍ଡ ଦିଆଯିବ । ଡୁପ୍ଲିକେଟ୍ ଲାଇସେନ୍ସିଂ ବ୍ୟବସ୍ଥା ଉଚ୍ଛେଦ, ଲାଇସେନ୍ସ ବୈଧତା ଅବଧି ବୃଦ୍ଧି ପାଇବ । କୃଷି ବଜାର ଓ ପୌରାଞ୍ଚଳରେ ଟ୍ରେଡ୍ ଲାଇସେନ୍ସ ପ୍ରକ୍ରିୟା ସହଜ ହେବ । ସୂଚନା-ଆଧାରିତ ପଞ୍ଜୀକରଣ ଓ ସରଳୀକୃତ NOC ବ୍ୟବସ୍ଥା କରାଯିବ ।

ଜନ ବିଶ୍ଵାସ ବିଲ୍‌ର ଲାଭ


ବ୍ୟବସାୟ ଓ ଆଇନଗତ ପ୍ରକ୍ରିୟାରେ ବିଳମ୍ବ ହ୍ରାସ ପାଇବ । ଅଯଥା କୋର୍ଟ କଚେରୀ ମାମଲା ଓ ପ୍ରଶାସନିକ ବୋଝ କମିବ । ଉଦ୍ୟୋଗୀ, ନାଗରିକ ଓ ନିବେଶକଙ୍କ ଆସ୍ଥା ସୁଦୃଢ଼ ହେବ ।

ଓଡ଼ିଶା ପେନସନ୍ ନିୟମାବଳୀରେ ସଂଶୋଧନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । କେନ୍ଦ୍ରୀୟ ପେନସନ୍ ନିୟମ ସହ ସାମଞ୍ଜସ୍ୟ ରଖି ନିଷ୍ପତ୍ତି ନିଆଯାଇଛି । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ପେନସନ୍ ସୁଧ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ ।

ପେନସନ୍ ବିଳମ୍ବ ହେଲେ ମିଳିବ ୭% ସୁଧ

ପ୍ରଶାସନିକ ତ୍ରୁଟି ଯୋଗୁଁ ପେନସନ୍ ମଞ୍ଜୁରୀ ୧ ବର୍ଷରୁ ଅଧିକ ବିଳମ୍ବ ହେଲେ ସୁଧ ମିଳିବ । ୧ ବର୍ଷ ପରବର୍ତ୍ତୀ ବିଳମ୍ବ ଅବଧି ପାଇଁ ବକେୟା ରାଶି ଉପରେ ଦିଆଯିବ ସୁଧ । ବାର୍ଷିକ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ପେନସନ୍ ପ୍ରତ୍ୟାହାର

ଅବସର ପରେ ବି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ସରକାର । ସେବା ସମୟରେ ଅଥବା ଅବସରର ୪ ବର୍ଷ ମଧ୍ୟରେ ଆରମ୍ଭ ହୋଇଥିବା ମାମଲାରେ ଏହା ଲାଗୁ କରାଯିବ । ଦୋଷୀ ପ୍ରମାଣିତ ହେଲେ ପେନସନ୍ କିମ୍ବା ଗ୍ରାଚ୍ୟୁଇଟି ଅଟକାଇବା/ପ୍ରତ୍ୟାହାର କରାଯାଇ ପାରିବ ।