Videos
|
Odisha

IPS Resigned / ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପରେ ଆଉ ଜଣେ ଯୁବ IPSଙ୍କ ଇସ୍ତଫା

Bikash Mohanty
Browse all articles by Bikash Mohanty
·2 weeks ago·1 min read
ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପରେ ଆଉ ଜଣେ ଯୁବ IPSଙ୍କ ଇସ୍ତଫା
IPS

Key Points

ଓଡ଼ିଶା କ୍ୟାଡର IPS ପ୍ରୋବେସନରଙ୍କ ଇସ୍ତଫା
ଆଉ ଜଣେ ଯୁବ IPS ଅଫିସର ଚାକିରିରୁ ଅବ୍ୟାହତି ନେବା ପାଇଁ କଲେ ଆବେଦନ
୨୦୨୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର IPS ପ୍ରୋବେସନର ସି. ଏ. ରାମଦାସ
ଭୁବନେଶ୍ବର,୧୧/୦୭: ଓଡ଼ିଶା କ୍ୟାଡର IPS ପ୍ରୋବେସନରଙ୍କ ଇସ୍ତଫା । ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାର କିଛି ଦିନ ପରେ ଏବେ ଆଉ ଜଣେ ଯୁବ IPS ଅଫିସର ସରକାରୀ ଚାକିରିରୁ ଅବ୍ୟାହତି ନେବା ପାଇଁ ଆବେଦନ କରିଛନ୍ତି। ସେ ହେଉଛନ୍ତି ୨୦୨୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର IPS ପ୍ରୋବେସନର ସି. ଏ. ରାମଦାସ। ମହାରାଷ୍ଟ୍ରର ମୂଳ ବାସିନ୍ଦା ୩୩ ବର୍ଷୀୟ ସି. ଏ. ରାମଦାସ, ଗତବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ସେ ଓଡ଼ିଶା କ୍ୟାଡର ପାଇବା ପରେ ବର୍ତ୍ତମାନ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ ଠାରେ ନିଜର ପ୍ରଥମ ପର୍ଯ୍ୟାୟ ତାଲିମ ନେଉଥିଲେ।

ଓଡ଼ିଶାରେ କୌଣସି ପ୍ରକାର ଫିଲ୍ଡ ଟ୍ରେନିଂ ଆରମ୍ଭ କରିବା ପୂର୍ବରୁ ହିଁ ସେ ସରକାରଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତେବେ ସେ କେଉଁ କାରଣ ପାଇଁ ଇସ୍ତଫା ଦେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Another Young IPS Officer Resigns After Bhubaneswar DCP Jagmohan Meena's Resignation | Argus News