Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନକ୍ସଲ ଧ୍ବଂସ ପାଇଁ ଓଡ଼ିଶା-ଛତିଶଗଡ଼ ପୋଲିସର ବଡ଼ ଅପରେସନ

Odisha

ନକ୍ସଲ ଧ୍ବଂସ ପାଇଁ ଓଡ଼ିଶା-ଛତିଶଗଡ଼ ପୋଲିସର ବଡ଼ ଅପରେସନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନକ୍ସଲ ଧ୍ବଂସ ପାଇଁ ଓଡ଼ିଶା-ଛତିଶଗଡ଼ ପୋଲିସର ବଡ଼ ଅପରେସନ

Key Points

ନକ୍ସଲ ଧ୍ବଂସ ପାଇଁ ଓଡ଼ିଶା-ଛତିଶଗଡ଼ ପୋଲିସର ବଡ଼ ଅପରେସନ
ଦୁଇ ଦିନରେ 16, ସପ୍ତାହରେ 35 ମାଓ ମୁଣ୍ଡ ଗଡ଼ିବା ପରେ ଅମିତ ଶାହଙ୍କ ବଡ଼ ବୟାନ
ଶେଷ ନିଃଶ୍ବାସ ନେଉଛି ମାଓବାଦ, 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ସମୂଳେ ବିନାଶ ହେବ ନକ୍ସଲ
ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଗତ କିଛି ଦିନର ଅଭିଯାନ ଏହାର ସଙ୍କେତ
ଏବେ ମାଓ ଅପରେସନରେ ଥିବା ପୋଲିସଙ୍କ ମନୋବଳ ଦୃଢ଼
ମାଓବାଦ ନିପାତ ନ ହେବା ଯାଏଁ ଗଡ଼ିବନି ବିକାଶ ରଥ

ଅର୍ଗସ ବ୍ୟୁରୋ:  ଓଡ଼ିଶାର ନୂଆପଡା ଜିଲ୍ଲା ସୀମାନ୍ତ ଓ ପଡ଼ୋଶୀ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଚାଲିଥିବା ଜୋରଦାର ମାଓ ବିରୋଧୀ ଅପରେସନରେ ମିଳିଛି ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ୨ ଦିନରେ ନିପାତ ହେଲେଣି ୧୬ ନକ୍ସଲ । ଏମାନଙ୍କ ମଧ୍ୟରେ ଅଛନ୍ତି 2 ଜଣ ମହିଳା କ୍ୟାଡର ମାଓବାଦୀ । ବଡ଼ କଥା ହେଲା ଏନ୍‌କାଉଣ୍ଟରରେ ଟଳିଛି ଓଡ଼ିଶା କ୍ୟାଡର ସେଣ୍ଟ୍ରାଲ କମିଟି ସଦସ୍ୟ ଜୟୀରାମ । ଇଏ ସେହି ହାର୍ଡକୋର ମାଓବାଦୀ ଯାହାକୁ ଧରାଇବାକୁ ଘୋଷଣା ହୋଇଥିଲା ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର । ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ନକ୍ସଲ ଅପରେସନ ଇତିହାସରେ ସେଣ୍ଟ୍ରାଲ୍ କମିଟି ସଦସ୍ୟ ନିହତ ହେବା ଇଏ ପ୍ରଥମ ଘଟଣା । ପୂର୍ବରୁ ଛତିଶଗଡ଼ରେ ହୋଇଥିବା ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ଦାମୋଦରର ମୃତ୍ୟୁ ହୋଇଥିଲା। ଯାହା ନାଁରେ ଥିଲା ୫୦ଲକ୍ଷର ପୁରସ୍କାର । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶେଷ ନିଃଶ୍ବାସ ନେଉଛି ମାଓବାଦ।

ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ମାଓବାଦୀ ଥିବା ଜାନୁଆରୀ 19ରେ ମିଳିଥିଲା ଗୁଇନ୍ଦା ସୂଚନା । ଓଡିଶା ନୂଆପଡା ସୀମାନ୍ତଠାରୁ 5 କିଲୋମିଟର ଦୂରରେ ରହିଛି ଏହି ଜଙ୍ଗଲ । ଯେଉଁଠି ମିଳିତ ଅଭିଯାନ ଚଳାଇଛନ୍ତି ଓଡ଼ିଶା ଓ ଛତିଶଗଡ଼ ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, AK-47, SLR, INSAS ଜବତ ହୋଇଛି ।

ନକ୍ସଲ ମୁକ୍ତ ଭାରତ ନିର୍ମାଣ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କର ଇଏ ବଡ଼ ସଫଳତା ବୋଲି ସୋସିଆଲ୍ ମିଡିଆରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅମିତ୍ ଶାହ ଲେଖିଛନ୍ତି ଦେଶରେ ଶେଷ ନିଃଶ୍ବାସ ନକ୍ସଲବାଦ ।

2026 ମାର୍ଚ୍ଚ ସୁଦ୍ଧା ସାରା ଦେଶରୁ ମାଓବାଦର ମୂଳୋତ୍ପାଟନ ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କିଛି ଦିନ ପୂର୍ବରୁ ଓଡ଼ିଶାରେ ଅନୁଷ୍ଠିତ ଡିଜି ସମ୍ମିଳନୀରେ ଏଥିପାଇଁ ପ୍ରସ୍ତୁତ ହୋଇଛି ଚୂଡ଼ାନ୍ତ ରଣନୀତି । ମୋଦି ସରକାରର 10 ବର୍ଷରେ ଦେଶରେ 53 ପ୍ରତିଶତ କମିଛି ନକ୍ସଲ ହିଂସା । 2004ରୁ14 ମଧ୍ୟରେ ଦେଶରେ 16 ହଜାର 463 ନକ୍ସଲ ହିଂସା ହୋଇଥିବାବେଳେ, ଗତ 10 ବର୍ଷରେ ଏହା 7 ହଜାର 700କୁ କମିଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Odisha-Chhattisgarh police launch major operation to eradicate Naxals | Argus News