Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସ୍ବାଗତ ଭାଷଣ ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସ୍ବାଗତ ଭାଷଣ ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

Key Points

ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ବିଜେପିର ବିଶାଳ ସମାବେଶ

ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ନୃତ୍ୟ ଗୀତ ସହ ଭବ୍ୟ ସ୍ୱାଗତ କରାଗଲା

ସ୍ବାଗତ ଭାଷଣ ହିନ୍ଦୀରେ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସ୍ବାଗତ ଭାଷଣ ହିନ୍ଦୀରେ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟର ବିକାଶ, ସାମାଜିକ ସମାନତା ଏବଂ ଅର୍ଥନୈତିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ। ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଦେଇ କହିଥିଲେ, ଓଡ଼ିଶା ପାଇଁ ଆଜି ଗୌରବମୟ ମୁହୂର୍ତ୍ତ। ମୋଦିଙ୍କ ପାଇଁ ଦେଶ ଆଜି ପୂରା ସୁରକ୍ଷିତ। ଦେଶ ଆଜି ବିଶ୍ବର ଚତୁର୍ଥ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବର୍ଷେ ଶାସନର ସୌଭାଗ୍ୟ ମିଳିଛି।


ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳି ସାରିଛି। ଓଡ଼ିଶା ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଛି। ସମସ୍ତ ୩୦ ଜିଲ୍ଲା ଗସ୍ତ କରି ମୁଁ ଲୋକଙ୍କ ଦୁଃଖ ବୁଝିଛି। ଏବେଯାଏ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିପାରିଛୁ। ‘ଲକ୍ଷପତି ଦିଦି’ ସୃଷ୍ଟିରେ ସାରା ଦେଶରେ ପ୍ରଥମ ହୋଇପାରିଛୁ। ଚାଷୀଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରିଛୁ। ବିକଶିତ ଗାଁ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିଛୁ। ୨୮ ହଜାରରୁ ଊଦ୍ଧର୍‌ବ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-chief-minister-delivers-welcome-speech-on-the-occasion-of-first-anniversary-celebrations | Argus News