Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Air Pollution / ଭାରତର ଟପ ୧୦ ପ୍ରଦୂଷିତ ସହରରେ ଓଡ଼ିଶାର ୬ ସହର

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଭାରତର ଟପ ୧୦ ପ୍ରଦୂଷିତ ସହରରେ ଓଡ଼ିଶାର ୬ ସହର
AIR Pollution

Key Points

ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସର୍ବାଧିକ ୩୫୧ ।
ଅତ୍ୟନ୍ତ ଖରାପ ବର୍ଗରେ ରହିଛି ଦିଲ୍ଲୀ ପ୍ରଦୂଷଣ ।

ରେକର୍ଡ ସ୍ତରରେ ବାୟୁ ପ୍ରଦୂଷଣ ମାତ୍ରା । ଭାରତର ଟପ ୧୦ ପ୍ରଦୂଷିତ ସହରରେ ଓଡ଼ିଶାର ୬ ସହର । ଓଡ଼ିଶାରେ ବାଲେଶ୍ବର ସବୁଠାରୁ ପ୍ରଦୂଷିତ ସହର । ସ୍ବାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା, ଖୁବଶୀଘ୍ର ବାୟୁ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସଚେତନା ପାଇଁ ଜାରି ହେବ ଆଡଭାଇଜରି । ସ୍ବାସ୍ଥ୍ୟ ସଚେତନତା ଜରୁରୀ ବୋଲି କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସର୍ବାଧିକ ୩୫୧ ରେକର୍ଡ । ଯାହା ଅତ୍ୟନ୍ତ ଖରାପ ବର୍ଗରେ ରହିଛି । ସେପଟେ ରାଜ୍ୟରେ ୬ ସହରରେ ଚିନ୍ତା ବଢାଇଛି ପ୍ରଦୂଷଣ । ସକାଳ ୯ଟା ସୁଦ୍ଧା ରେକର୍ଡ ହୋଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ସବୁଠାରୁ ପ୍ରଦୂଷିତ ସହର ହେଉଛି ବାଲେଶ୍ବର । ବାୟୁ ପ୍ରଦୂଷଣ ମାତ୍ରା ୩୧୮ ରେକର୍ଡ ।

AQI ୨୮୬ ସହ ତାଳଚେର ଦ୍ବିତୀୟ ଓ କଟକ ୨୮୯ ତୃତୀୟ ପ୍ରଦୂଷିତ ସହର । ଅନୁଗୁଳ ୨୮୧, ଭୁବନେଶ୍ବରରେ ୨୭୯, ରାଉରେକେଲା ୨୨୮ AQI ରେକର୍ଡ ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ରେକର୍ଡ ହୋଇଥିବା ତଥ୍ୟ କହୁଛି ବାଲେଶ୍ବର AQI 306 ସହ ରେକର୍ଡ ପ୍ରଥମ ସ୍ଥାନରେ । କଟକ AQI 277 ସହ ଦ୍ବିତୀୟ ସ୍ଥାନରେ ଏବଂ ଭୁବନେଶ୍ବର AQI 266 ସହ ତୃତୀୟ ସ୍ଥାନରେ ରହିଛି ।

ଅନୁଗୁଳ AQI 236, ରାଉରକେଲା AQI 241, ତାଳଚେର AQI 255। ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ଏକ ଦୀର୍ଘ ସ୍ଥାୟୀ ଯୋଜନା କାର୍ଯ୍ୟ ଆବଶ୍ୟକ ରହିଛି ବୋଲି ମତ ରଖିଛନ୍ତି ବିଶିଷ୍ଟ ପରିବେଶବିତ ।

ଏହି ପ୍ରଦୂଷଣ ଯୋଗୁଁ କଣ କଣ ସମସ୍ୟା ଦେଖାଯାଏ, ଆସନ୍ତୁ ଜାଣିବା । ବାୟୁ ପ୍ରଦୂଷଣ କାରଣରୁ ହୃଦରୋଗ, ଲଙ୍ଗସ କ୍ୟାନ୍ସର, ଗର୍ଭବତୀ ମହିଳମାନଙ୍କର ସମୟ ପୂର୍ବରୁ ପ୍ରି ମେଚ୍ୟୁର ଡେଲିଭରି, ନବଜାତ ଶିଶୁମାନଙ୍କ ଜନ୍ମ ଓଜନ କମ, ଶିଶୁ ମାନଙ୍କ ମଧ୍ୟରେ ଶ୍ୱାସ ଜନିତ ସମସ୍ୟା ଦେଖା ଯିବା, ବୋନ ମିନେରାଲ ଡେନସିଟି ସମସ୍ୟା ଦେଖା ଦେଇଥାଏ। ତେଣୁ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ସେପଟେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ବାୟୁ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସଚେତନା ପାଇଁ ଆଡଭାଇଜରି ଜାରି କରିବ ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସହ ଆଲୋଚନା ହୋଇଛି। ପ୍ରଦ୍ୟୁଷଣ ସମୟରେ କିପରି ସ୍ବାସ୍ଥ୍ୟର ଧ୍ୟାନ ରଖିବେ ସେନେଇ ଆଡଭାଇଜରି ଜାରି ହେବ। ଲୋକେ ସଚେତନ ହୁଅନ୍ତୁ । ଧୂଳିଧୁଆଁ ଜାଗା, ଗହଳି ଜାଗାକୁ ନଯିବା, ଅଳିଆ ନ ପୋଡ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ।

ବାୟୁ ପ୍ରଦୂଷଣ ରାଜ୍ୟରେ ଏବେ ଚିନ୍ତା ବଢାଇଛି । ଏହାର ନିୟନ୍ତ୍ରଣ ପାଇଁ ସରକାର କଣ ଦୀର୍ଘ ମିଆଦି ଯୋଜନା ହାତକୁ ନେଉଛନ୍ତି ଏବେ ତା'ଉପରେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Air Pollution | Odisha Choking On Toxic Air | Pollution Crosses Record Levels, Surpasses Delhi | Argus News