City Gas Distribution Policy / ଆସିଲା ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି,ଏଣିକି ସହଜରେ ମିଳିବ ଗ୍ୟାସ୍
·20 hours ago·2 min read

Key Points
ଏଣିକି ସହଜରେ ମିଳିବ ଗ୍ୟାସ୍
ଆସିଲା ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି
ସବୁ ଜିଲ୍ଲାରେ ସଂଯୋଗ ପାଇଁ ୫ଟି CGD ସଂସ୍ଥା କରାଯାଇଛି
୯ ଲକ୍ଷ PNG ଘରୋଇ ସଂଯୋଗ
୨୭୧ଟି CNG ଷ୍ଟେସନ୍ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

୦୮/୦୫,ଭୁବନେଶ୍ବର: ସହରାଞ୍ଚଳରେ ଘରକୁ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ଓ ସଙ୍କୁଚିତ ପ୍ରାକୃତିକ ଗ୍ୟାସ୍ (ସିଏନଜି) ଯୋଗାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ନୀତି, ୨୦୨୩ ଅଣାଯାଇଛି । ଏନେଇ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୀତି ମାଧ୍ୟମରେ ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତିର ପ୍ରଚାର ସହିତ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟକୁ ଅଧିକ ଗତି ମିଳିବ।
ଏହି ନୀତି ଅନୁଯାୟୀ, ସିଜିଡି କ୍ଷେତ୍ରର ଦ୍ରୁତ ସମ୍ପ୍ରସାରଣକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତ ଅନୁମତି ଏବଂ ତଦାରଖ ଶୁଳ୍କକୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଏକକାଳୀନ ମୋରାଟୋରିୟମ୍ ଭିତ୍ତିରେ ଛାଡ଼ କରାଯାଇଛି। ଆବେଦନ ପ୍ରାପ୍ତିର ୦୭ କାର୍ଯ୍ୟଦିବସ ମଧ୍ୟରେ ଅନୁମତି ପ୍ରଦାନ କରିବାର ବ୍ୟବସ୍ଥା ରହିଥିବାବେଳେ, ୩୦ ଦିନ ମଧ୍ୟରେ କୌଣସି ନିଷ୍ପତ୍ତି ନ ହେଲେ ଏହାକୁ ‘ସ୍ୱତଃ ଅନୁମୋଦିତ’ (ଡିମ୍ଡ ଆପ୍ରୁଭାଲ୍) ଭାବେ ଗ୍ରହଣ କରାଯିବ। ରାଜ୍ୟରେ ସିଜିଡି ଭିତ୍ତିଭୂମି ବିକାଶ ପାଇଁ ଗେଲ୍, ଗେଲ୍ ଗ୍ୟାସ୍, ବିପିସିଏଲ୍, ଆଦାନି ଟୋଟାଲ୍ ଓ ମେଘା ଗ୍ୟାସ୍ ଆଦି ୫ଟି ପ୍ରମୁଖ ସଂସ୍ଥା ଦ୍ୱାରା ପ୍ରାୟ ୫,୧୦୦ କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ଏହା ମାଧ୍ୟମରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ନଗର ଭିତ୍ତିଭୂମି ଉନ୍ନତିକୁ ନୂତନ ଗତି ମିଳିବ।
ପଢନ୍ତୁ ଏହି ଖବର: ସାର୍ବଜନୀନ ଓ୍ବାଇ-ଫାଇର ହେବ ଗୋଟିଏ ପାସ୍ଓ୍ବାର୍ଡ,ବାରମ୍ବାର OTP ଦରକାର ପଡ଼ିବନି
ଏହି ନୀତିରେ ସିଟି ଗେଟ୍ ଷ୍ଟେସନ୍ ଏବଂ ସିଏନ୍ଜି ଷ୍ଟେସନ୍ ସ୍ଥାପନ ପାଇଁ ସରକାରୀ ଜମିକୁ ୩୦ ବର୍ଷ ପାଇଁ ଦୀର୍ଘମିଆଦୀ ଲିଜ୍ ଭିତ୍ତିରେ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି। ସେହିପରି, ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ଶିକ୍ଷାନୁଷ୍ଠାନ ଓ ବେସରକାରୀ ବସ୍ଗୁଡ଼ିକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ସିଏନ୍ଜି ବ୍ୟବହାର କରିବାକୁ ପଡ଼ିବ। ଏହା ନଗରୀୟ ପ୍ରଦୂଷଣ ହ୍ରାସ ଏବଂ ପରିବେଶ ସୁରକ୍ଷାରେ ଦୂରଗାମୀ ପ୍ରଭାବ ପକାଇବ। ପିଏନ୍ଜି ଓ ସିଏନ୍ଜି ସେବାକୁ ‘ଅତ୍ୟାବଶ୍ୟକ ସେବା’ ଭାବେ ଘୋଷଣା କରାଯାଇଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏହାର ଯୋଗାଣ ଓ ପରିବହନ ବାଧାପ୍ରାପ୍ତ ହେବ ନାହିଁ। ଏହି ନୀତି ମାଧ୍ୟମରେ ରାଜ୍ୟରେ ପ୍ରାୟ ୯ ଲକ୍ଷରୁ ଅଧିକ ଘରୋଇ ପିଏନ୍ଜି ସଂଯୋଗ ଏବଂ ୨୭୧ଟି ସିଏନ୍ଜି ଷ୍ଟେସନ୍ ସ୍ଥାପନର ଲକ୍ଷ୍ୟ ରଖାଯାଇଛି। ଏହା ଜନସାଧାରଣଙ୍କୁ ସୁଲଭ ଓ ସ୍ୱଚ୍ଛ ଜାଳେଣି ଯୋଗାଇବା ସହ ପରିବେଶ ସୁରକ୍ଷା ଏବଂ ସୁସ୍ଥ ନଗରୀୟ ଜୀବନଶୈଳୀ ଗଠନରେ ସହାୟକ ହେବ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଶୀର୍ଷ କମିଟି ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଜିଲ୍ଲାସ୍ତରରେ ଏହି କମିଟିଗୁଡ଼ିକୁ ସିଙ୍ଗଲ୍ ୱିଣ୍ଡୋ ଅନୁମୋଦନ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବାର ଅଧିକାର ଦିଆଯାଇଥିବାରୁ ଗ୍ୟାସ୍ ପାଇପଲାଇନ୍ ବିଛାଇବା ଏବଂ ଭିତ୍ତିଭୂମି ସୃଷ୍ଟି ସମ୍ବନ୍ଧୀୟ ଅନୁମତି ପ୍ରକ୍ରିୟା ଅଧିକ ସରଳ ଓ ସମୟବଦ୍ଧ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories