ଗୃହରକ୍ଷୀଙ୍କ ସଂଖ୍ୟା 5 ହଜାରକୁ ବୃଦ୍ଧି ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା । ଜରୁରୀକାଳୀନ ପ୍ରକ୍ରିୟା ପ୍ରଣାଳୀକୁ ତ୍ବରାନ୍ବିତ କରିବା ପାଇଁ ୩୦ଟି ERSS ଯାନର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କମିଶନରେଟ ପୋଲିସ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଦିନ । ଏହି ଗାଡ଼ି ଗୁଡ଼ିକ ଜରୁରୀକାଳୀନ ପ୍ରଶମନ ଯୋଜନା ଅନୁଯାୟୀ ଚାଲୁଅଛି । ଏହି ଗାଡ଼ି ଗୁଡ଼ିକ ଅପରାଧୀଙ୍କ ମନରେ ଭୟ ସଞ୍ଚାର କରିବ । ଏହି ଗାଡ଼ି ଗୁଡ଼ିକ ପୋଲିସ କର୍ମଚାରୀଙ୍କ ଦକ୍ଷତା ଉପରେ ନିର୍ଭର କରିବ । ଏଣୁ ଆଗାମୀ ଦିନରେ ପୋଲିସର ଦକ୍ଷତା ବୃଦ୍ଧି ଉପରେ ଜୋର ଦିଆଯିବ ।
ଅଧିକ ପଢନ୍ତୁ: ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ `କର୍ମଯୋଗୀ' ଆଖ୍ୟା
ଆଗାମୀ ଦିନରେ ପୋଲିସ ବାହିନୀକୁ ଆହୁରି ସଶକ୍ତ କରିବାକୁ ପଡ଼ିବ । ଆମେ ଅଗ୍ନିଶମ ବିଭାଗର ଖାଲିଥିବା ପଦବିର 22 ପ୍ରତିଶତ ପୂରଣ କରିଛୁ । ଗୃହରକ୍ଷୀ ମାନଙ୍କର ମଧ୍ୟ ଅପରାଧ ଦମନରେ ବେଶ ବଡ଼ ହାତ ରହିଛି । ଓଡ଼ିଶାର ଗୃହରକ୍ଷୀଙ୍କୁ 5 ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ସବୁ ଥାନାକୁ ପ୍ରାୟ 9ହଜାର ବାଇକ୍ ଯୋଗାଇ ଦିଆଯିବ ।
📱 Get Argus News App
✨