କାହିଁକି ଏକାଏକା ରୋଡ୍ ସୋ' କରୁଛନ୍ତି ନବୀନ ?

Key Points
- ଜଣାପଡ଼ିଲା ସତ
- କାହିଁକି ଏକାଏକା ରୋଡ୍ ସୋ' କରୁଛନ୍ତି ନବୀନ
- ମନାନ୍ତର ହେଲା କି ନବୀନ-ପାଣ୍ଡିଆନଙ୍କର ?
ଅର୍ଗସ ବ୍ୟୁରୋ: ନବୀନ-ପାଣ୍ଡିଆନଙ୍କର ହେଲା କି ମତାନ୍ତର ? କାରଣ ପୂର୍ବରୁ ଏଇ ଦୁଇ ନେତା ଯୁଆଡ଼େ ଯାଉଥିଲେ ସାଙ୍ଗ ହୋଇ ଯାଉଥିଲେ, ରୋଡ୍ ସୋ' ବି କରୁଥିଲେ । କିନ୍ତୁ ଏବେ ନବୀନ ବାବୁ ଆଉ ସେମିତି କରୁନାହାନ୍ତି । କାରଣ ଏକାଏକା ରୋଡ୍ ସୋ' କରୁଛନ୍ତି ନବୀନ । ନା ପାଖରେ ଦଳୀୟ ପ୍ରାର୍ଥୀ ରହୁଛନ୍ତି ନାଁ ପାଣ୍ଡିଆନ ରହୁଛନ୍ତି । ହେଲେ ନବୀନ ବାବୁଙ୍କର ଏ ପରିବର୍ତ୍ତନ ପଛରେ କଣ ରହିଛି କାରଣ ? କାହିଁକି ଏମିତି ନିଷ୍ପତ୍ତି ନେଲେ ନବୀନ ? କିଛି ଏମିତି ପ୍ରଶ୍ନ, ଏବେ ସାଧାରଣରେ ଉଙ୍କି ମାରୁଛି ।
ପାଣ୍ଡିଆନଙ୍କୁ ଆଉ ବିଶ୍ଵାସ କରୁନାହାନ୍ତି ନବୀନ ? ଏ କଥା ଆମେ ନୁହେଁ ବରଂ ଏ ସବୁ ଦୃଶ୍ୟ ଦେଖିବା ପରେ ହିଁ ଆପଣ କହିବେ । କାରଣ ଭୁବନେଶ୍ଵରର ଶେଷ ଦୁଇଟି ରୋଡ୍ ସୋ'ରେ ସିଏମଙ୍କ ସହ ପାଣ୍ଡିଆନ ନଥିଲେ । ଖାଲି ନଥିଲେ ତାହା ନୁହେଁ ବରଂ ପୁରୀରେ ସମାନ ସମୟରେ ରୋଡ୍ ସୋ କଲେ । ହେଲେ ଏମିତି କାହିଁକି କଲେ ତାହାକୁ ନେଇ ଚର୍ଚ୍ଚା ଜୋର । କୁହାଯାଉଛି କି, ନବୀନଙ୍କୁ ଯେବେ ଯେବେ ସନ୍ଦେହ ହେଉଛି, ସଙ୍ଗେ ସଙ୍ଗେ ସେହି ନେତାଙ୍କୁ ଦୂରେଇ ଦେଇଛନ୍ତି ସିଏମ । କିଛିଦିନ ହେଲାଣି ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ବି ଅନେକ କଥା କୁହାଯାଉଛି । ସଜସଜ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ମଧ୍ୟ କହିଥିଲେ, ବିଜେଡି ବିଧାୟକ ଚାହୁଁନାହାନ୍ତି ପାଣ୍ଡିଆନ ତାଙ୍କ ନିର୍ବାଚନମଣ୍ଡଳୀରେ ସଭାସମିତି କରନ୍ତୁ । ଯାହାକୁ ନେଇ ଅନେକ ଚର୍ଚ୍ଚା ବି ହେଲା । ହେଲେ ଏବେ ଯେମିତି ଭାବରେ ରୋଡ୍ ସୋ' ରେ ରୋଚକ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।
ଓଡ଼ିଶାରୁ ପାଣ୍ଡିଆନ ବିଦା ହେବା ଥୟ । ଏ କଥା ଆମେ ନୁହେଁ ବରଂ ବିରୋଧୀଙ୍କଠାରୁ ଆରମ୍ଭ କରି ଅନେକ ନେତା କହୁଛନ୍ତି । ଖାଲି କହୁଛନ୍ତି ତାହା ନୁହେଁ ବରଂ ପାଣ୍ଡିଆନଙ୍କ ଲାଗି ବିରୋଧୀ ଟିକଟ ବି କାଟିସାରିଲାଣି । ତେଣୁ କେବେ ପାଣ୍ଡିଆନ ବିଦା ହେବେ ଓଡ଼ିଶାରୁ ତାହାକୁ ନେଇ ଚର୍ଚ୍ଚା ଜୋର ଲାଗିଥିଲା ବେଳେ ନବୀନ-ପାଣ୍ଡିଆନଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଚର୍ଚ୍ଚା ଜୋର ଧରିଛି ।